No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ପୁଣି ଏକ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଘଟଣା ସାମନାକୁ ଆସିଛି । ଗତ ୭ ତାରିଖ ଦିନ ଗୁରାଣ୍ଡି ଥାନା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ରକ୍ତାକ୍ତ ମୃତଦେହ ପ୍ରେମିକାର ଘରୁ ପୋଲିସ ଉଦ୍ଧାର କରି ଘଟଣାର ତଦନ୍ତ ଚାଲିଥିବା ବେଳେ ପୁଣି ଅନ୍ୟଏକ ପ୍ରେମୀ ଯୁଗଳଙ୍କ ମୃତଦେହକୁ ଏକ ଗଛରୁ ଆର୍ . ଉଦୟଗିରି ପୋଲିସ ଉଦ୍ଧାର କରି ଥିବା ସୂଚନା ମିଳିଛି । ଏହି ଘଟଣା ଘଟିଛି ଆର୍ . ଉଦୟଗିରି ଥାନା ଅନ୍ତଗତ ପୁରୁଣାପାଣି ପଞ୍ଚାୟତର ଦୁର୍ଗମ ତଥା ଅମୁହାଁ ଗାଁ ଦଲିଖତ ଗ୍ରାମରେ । ପ୍ରେମୀ ଯୁଗଳ ଆତ୍ମହତ୍ୟା କାରଣ ସ୍ପଷ୍ଟ ହୋଇ ନାହିଁ । ପ୍ରେମୀ ଯୁଗଳଙ୍କ ଏହି ଆତ୍ମହତ୍ୟା ଘଟଣା ସମ୍ପୃକ୍ତ ଅଞ୍ଚଳରେ ବେସ ଆଲୋଡନ ସୃଷ୍ଟି ହୋଇଥିବା ସହ ସାଧାରଣଙ୍କ ଠାରେ ଦୁଃଖର କାରଣ ସାଜିଛି । ମୃତକ ଦ୍ୱୟ ହେଲେ ନୂଆ ସାହିର ଟିମା ଦଳାଇ (୨୨) ଓ ଦଳିଖତ ଗ୍ରାମର ନବିତା ନାୟକ । ସେମାନେ ଜୁରୁଡା ପାହାଡ ଉପରେ ଥିବା ଏକ ଗମ୍ଭାରୀ ଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ଉଭୟଙ୍କ ମଧ୍ୟରେ ୮ ମାସ ପୂର୍ବେ ପ୍ରେମ ସଂପର୍କ ଗଢି ଉଠିଥିଲା । ପରେ ଭୟଙ୍କ ପରିବାରର ସହମତିରେ ବାହାଘର ନିଷ୍ପତ୍ତି ମଧ୍ୟ ହୋଇଥିଲା । ଚଳିତ ମାସ ୨୧ ତାରିଖକୁ ବାହାଘର ଦିନ ଧାର୍ଯ୍ୟ ମଧ୍ୟ ହୋଇ ସାରିଥିଲା ।
ତଥାପି ଉଭୟ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଅର ବାପା ମାଧବ ଦଳାଇ ଓ ଝିଅର ବାପା ଚିତ୍ରସେନ ନାୟକ ଉଭୟ ଆତ୍ମହତ୍ୟା ଖବରରେ ଭାଙ୍ଗି ପଡିଥିବା ବେଳେ ଆତ୍ମହତ୍ୟାର କରାଣ କଣ ଜାଣି ନଥିବା କହିଛନ୍ତି । ଏହି ଘଟଣାଟି ଗତ ୯ ତାରିଖ ଦିନ ଘଟିଛି । ହେଲେ ଘଟଣା ସ୍ଥଳଟି ଅତ୍ୟନ୍ତ ଦୁର୍ଗମ ଓ ପାହାଡ ଉପରେ ଘଟିଥିବାରୁ ୧୧ ତାରିଖ ଦିନ ଲୋକଲୋଚନକୁ ଆସିଥିଲା । ସେହି ୧୧ ତାରିଖ ଦିନ ପୋଲିସ ଖବର ପାଇ ଆର୍.ଉଦୟଗିରି ଥାନା ଠାରୁ ୬୦ କିଲୋମିଟର ଦୂରରେ ଥିବା ଘଟଣା ସ୍ଥଳକୁ ୫କିମି ପାହାଡ ପାଦ ଚଲାରେ ଉଠି ପ୍ରେମୀ ଯୁଗଳଙ୍କ ଉଭୟ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିଲେ । ୧୨ ତାରିଖ ଦିିନ ଶବ ବ୍ୟବଚ୍ଛେଦ ହେବାପରେ ପରିବାର ବର୍ଗଙ୍କୁ ଶବ ଦୁଇଟିକୁ ହସ୍ତାନ୍ତର କରାଯାଇଥିଲା । ପ୍ରେମୀ ଯୁଗଳଙ୍କ ଶବକୁ ସେମାନଙ୍କ ନିଜ ନିଜ ଗ୍ରାମରେ ନିଜ ନିଜ ପ୍ରଥା ଅନୁଯାୟୀ ୧୨ ତାରିଖ ଦିନ ସନ୍ଧ୍ୟାରେ ସତ୍କାର କରାଯାଇଥିବା ଜଣାଯାଇଛି । ଏନେଇ ଆର୍ . ଉଦୟଗିରି ଥାନାରେ ପୃଥକ ଭାବେ ଦୁଇ ଗୋଟି ଅପମୃତ୍ୟୁ ମାମଲା ୪/୨୧ ଓ ୫/୨୧ ରୁଜୁ କରି ତଦନ୍ତ ଚାଲିଥିବାର ଏସ୍ଆଇ ମୁକେଶ ଲାକ୍ରା ସୂଚନା ଦେଇଛନ୍ତି । ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result