No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୯ ମାର୍ଚ୍ଚ,ମଙ୍ଗଳବାର )କୁକୁଡ଼ାଖଣ୍ଡି :- ସଦର ଥାନା ଅନ୍ତର୍ଗତ ନଳିହାଡ଼ ଗ୍ରାମରେ ଚିରଞ୍ଜିତ ସଂଗ୍ରାମ ସିଂହ ନାମକ ଜଣେ ବ୍ୟକ୍ତିକୁ କୁକୁଡ଼ାଖଣ୍ଡି ଅନ୍ତର୍ଗତ ରୋହିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସନାତନ ସଂଗ୍ରାମ ସିଂହ ଓ ତାଙ୍କ ଟ୍ରାକ୍ଟର ଡ଼୍ରାଇଭର ସଞ୍ଜୟ ପାତ୍ର ଦୁହେଁ ମିଶି ଏକ ଲୁହା ଛଡ଼ରେ ଆକ୍ରମଣ କରି ଜୀବନରେ ମାରିଦେବାକୁ ଚେଷ୍ଟା କରିଥିଲେ। ଆକ୍ରମଣକାରୀ ଦୁଇ ଜଣ ମଧ୍ୟ ନଳିହାଡ ଗ୍ରାମର ହୋଇଥିବା ବେଳେ ସେ ଏଥି ପୂର୍ବରୁ ବହୁ ଆକ୍ରମଣ ଓ ହତ୍ୟା ମାମଲାରେ ସଂପୃକ୍ତ ଥିବାନେଇ ଥାନାରେ ଅଭିଯୋଗ ରହିଥିବା ଜଣାପଡିଛି । ତଥାପି ରାଜନୈତିକ ଚାପ ସହ ଅଭିଯୋଗକାରୀଙ୍କୁ ଡରେଇଧମକେଇ ବିଭିନ୍ନ ସମୟରେ ସେ ଆଇନକୁ ଫାଙ୍କି ଚାଲିଥିବା ମଧ୍ୟ ଅଭିଯୋଗ ହୋଇଛି । ବର୍ତମାନ ଅଭିଯୁକ୍ତ ସନାତନ ସଂଗ୍ରାମ ସିଂ କିଛି ଦିନର ବ୍ୟବଧାନ ପରେ
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ବିଜେଡି ବିଧାୟକ ତଥା ରାଜ୍ୟ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଛତ୍ରଛାୟା ତଳେ ରହି ପୁଣି ସେହି ଅଞ୍ଚଳରେ ଆତଙ୍କରାଜ ଆରମ୍ଭ କରି ଦେଇଥିବା କୁହାଯାଇଛି । ଗତକାଲି ସୋମବାର ଅପରାହ୍ନ ଚାରିଟା ବେଳେ ସେହି ଗ୍ରାମ ଗଡସାହିର ଚିରଞ୍ଜିବୀ ସଂଗ୍ରାମ ସିଂ ବାଇକରେ ଫେରୁଥିବା ବେଳେ ନିଜ ଘର ଆଗରେ ସନାତନ ଏବଂ ତା’ର ସହଯୋଗୀ ସଞ୍ଜୟ ପାତ୍ର ଲୁହାଛଡ଼ ରେ ମରଣାନ୍ତକ ଆକ୍ରମଣ କରିବାରୁ ଚିରଞ୍ଜିତଙ୍କ ବାମ ଗୋଡ଼ଟି ହାଡଭାଙ୍ଗି ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ପାଇଁ ସେ ବଞ୍ଚିଯାଇଥିବା ଥାନାରେ ଅଭିଯୋଗ ହୋଇଛି । ବର୍ତ୍ତମାନ ସେ ବ୍ରହ୍ମପୁର ବଡ ମେଡ଼ିକାଲ ରେ ଚିକିତ୍ସାଧୀନ ଅଛନ୍ତି । ତେବେ ଏହି ଘଟଣାକୁ ନେଇ ନଳିହାଡ ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଛି । ସଦର ଥାନାରେ ସନାତନ ଏବଂ ତା’ର ସହଯୋଗୀ ସଞ୍ଜୟ ନାମରେ ଏତଲା ଦିଆଯିବା ପରେ ସଦରଥାନା କେଶ୍ ନମ୍ବର ୬୧/୨୧ ଧାରା ୩୦୭,୩୭୯, ୩୪୧,୩୨୩,୩୨୫,୩୪ ରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result