No Result
View All Result
ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୁ ଆଁ ବାରୀ ଗ୍ରାମ ପଞ୍ଚାୟତ ବନ୍ଧାଭୂଇଁ ଗ୍ରାମ ହରିଜନ ସାହି ରେ ତ୍ରିନାଥ ଠାକୁରଙ୍କ ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,
ଦଶପଲ୍ଲା ବ୍ଲକ୍ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ, ବିଜେଡ଼ି ଉପ ସଭାପତି ମୂରଲୀଧର ଜେନା,ବିଜେଡ଼ି ଯୁବ ସଂଗଠକ ସଞ୍ଜୟ କୁମାର ସାହୁ,ଜିଲ୍ଲା ଛାତ୍ର ଉପ ସଭାପତି ଅମୂଲ୍ୟ ସାହୁ,ଯୁବ ବିଜେଡ଼ି କର୍ମୀ ବିଭୂତି ଭୂଷଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ବନ୍ଧାଭୂଇଁ ଗ୍ରାମ ହରିଜନ ସାହି ଲୋକ ମାନଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)।
No Result
View All Result