No Result
View All Result

ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) ଜଟଣୀ :- ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ “ଆନ୍ତର୍ଜାତୀୟ ମହିଳା ଦିବସ” ପାଳନ କରିଛି । ଏହି ଅବସରରେ ଶ୍ରୀ ଶଶିକାନ୍ତ ସିଂହ ମଣ୍ଡଳ ରେଳ ପ୍ରବନ୍ଧକ ବିଭାଗର ମହିଳା କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଶ୍ରୀ ସି°ହ ମଣ୍ଡଳର ସମସ୍ତ ମହିଳା କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇ, କହିଛନ୍ତି ଯେ ମହିଳାମାନଙ୍କ ପାଇଁ ଏକ ବିଶେଷ ଦିନ ରହିବା ପ୍ରକୃତରେ ଭଲ, ଯେତେବେଳେ ସେମାନଙ୍କୁ ସମ୍ମାନିତ କରାଯାଏ,

ପୁରସ୍କୃତ କରାଯାଏ ଏବଂ ପ୍ରଶଂସା କରାଯାଏ।ସେତେବେଳେ ଗର୍ବ ଅନୁଭବ ହୁଏ ,ଆଜି ମେଡିକାଲ୍, ଅପରେଟିଂ, ବାଣିଜ୍ୟିକ ଏବଂ ମେକାନିକାଲ୍ ବିଭାଗରେ କାର୍ଯ୍ୟ କରୁଥିବା ମୋଟ ୧୯ ଜଣ ମହିଳା କର୍ମଚାରୀ, ଯେଉଁ ମାନେ ଉତ୍ସର୍ଗୀକୃତ ତଥା ସାହସିକ ସେବା ଦ୍ଵାରା କୋଭିଡ-୧୯ ମହାମାରୀର ସମ୍ମୁଖୀନ ହୋଇ ରେଳବାଇର କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିଛନ୍ତି । ଏହି ଉତ୍ସବରେ ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି),

ଶ୍ରୀ ଅଶୋକ କୁମାର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍), ଡକ୍ଟର ବି ଜି ଶଙ୍କର ରାଓ, ମୁଖ୍ୟ ଚିକିତ୍ସା ଅଧୀକ୍ଷକ (ସିଏମ୍ଏସ୍), ଖୋର୍ଦ୍ଧା ରୋଡ଼ ବିଭାଗ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ର ବରିଷ୍ଠ କାର୍ମିକ ଅଧିକାରୀ ଶ୍ରୀ ରଂଜନ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମକୁ ସଂଯୋଯନା କରିଥିଲେ । (ଜଟଣୀ ରୁ ଇଫତେଖାର ଅଲ୍ଲୀ )

No Result
View All Result