No Result
View All Result
ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) କଟକ :- ସେବକ ବୈରାଗୀ ସେଠୀ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ରବିବାର ଦିନ ନୂତନ ଭାବେ ଗଠନ କରାଯାଇଛି ରାଜପଥ ସୁରକ୍ଷା ମଞ୍ଚ । ଏହି ମଞ୍ଚ ରାଜପଥରେ ଦୈନଦିନ ଘଟୁଥିବା ଦୁର୍ଘଟଣାରେ ଗୁରୁତର ଏବଂ ଆହତ ବ୍ୟକ୍ତି ଙ୍କ ନିକଟରେ ପହଞ୍ଚି ସେବା ଯୋଗାଇ ଦେବା ମୂଳ ଲକ୍ଷ ।

କଟକ-ଭୁବନେଶ୍ୱର ଜାତୀୟ ରାଜପଥର ବାଲିକୁଦା ଛକଠାରେ ସେବକ ବୈରାଗୀ ସେଠୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆମ୍ବେଦକର ସ୍ମୃତି ପରିଷଦର ସଭାପତି, ତଥା ସାମାଜିକ କର୍ମୀ ସୁକାନ୍ତ କୁମାର ସେଠୀ ଅଧ୍ୟକ୍ଷତା କରିଥିଲେ ।

ମୁଖ୍ୟ ଅତିଥି ଭାବେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍,ଅଭିନେତା ଶ୍ରୀଜିତ୍ ଶତପଥୀ, ଅଭିନେତ୍ରୀ କୃଷ୍ଣମୟୀ ଜେନା, କଟକ ସଦର ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ ମହାପାତ୍ର,ଆଡ଼ଭୋକେଟ ନଳୀନ କାନ୍ତ ସେନାପତି, ଜ୍ୟୋତି ପ୍ରକାଶ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉସ୍ଚବରେ କଟକ ବାଦାମବାଡି ସମ୍ବାଦ ପତ୍ରର କିଛି ବିତରକଙ୍କୁ କୋରନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବିଭୁତି ଭୁଷଣ ବେହେରା ଧନ୍ୟବାଦ ଦେଇଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।
No Result
View All Result