• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ବଳପୂର୍ବକ ଆଦାୟ କରାଯାଉଥିବା ହୋଲଡିଂ ଟ୍ୟାକ୍ସ ବେଆଇନ – ବିଧାୟକ ସୁରେଶ କୁମାର ରାଉତରାୟ

Proprietor Abhimanyu Maharana by Proprietor Abhimanyu Maharana
March 7, 2021
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ବଳପୂର୍ବକ ଆଦାୟ କରାଯାଉଥିବା ହୋଲଡିଂ ଟ୍ୟାକ୍ସ ବେଆଇନ – ବିଧାୟକ ସୁରେଶ କୁମାର ରାଉତରାୟ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୭ ମାର୍ଚ୍ଚ ରବିବାର ) ଭୁବନେଶ୍ୱର :- ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ମହାନଗର ନିଗମ ସହରାଂଚଳରେ ବସବାସ କରୁଥିବା ଘର ମାଲିକ ମାନଙ୍କ ପାଖରୁ ଯେଉଁ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଛି, ତାହା ସଂପୂର୍ଣ୍ଣଭାବେ ବେଆଇନ ଏବଂ ମହାନଗର ନିଗମ ଅଧିକାରୀମାନଙ୍କର ସ୍ୱେଚ୍ଛାଚାରୀ ନିଷ୍ପତି ଅଟେ ଏବଂ ଏହି ନିଷ୍ପତି ସ୍ପଷ୍ଟ ଭାବରେ ଓଡ଼ିଶା ମ୍ୟୁନିସ୍‌ପାଲ ଆଇନ -୨୦୦୩ର ବିଭିନ୍ନ ଧାରାକୁ ଉଲଙ୍ଘନ କରୁଛି । ମୁଷ୍ଟିମେୟ ଅଣଓଡ଼ିଆ ବାବୁ ମାନଙ୍କର ସ୍ୱେଚ୍ଛାଚାରୀ ନିଷ୍ପତି ଯୋଗୁଁ ଆଜି ଏପରି ଏକ ବିବାଦିୟ ପରିସ୍ଥିତି ସୃଷ୍ଟି ହୋଇଛି । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଆହୁତ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ କହିଲେ ଯେ ଏହି ନିଷ୍ପତି ବଳ ପୂର୍ବକ ଭୁବନେଶ୍ୱର ବାସିନ୍ଦାଙ୍କ ଉପରେ ଲଦି ଦିଆଯାଇଛି । ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ଯେଉଁ ହୋଲଡିଂ ଟ୍ୟାକ୍ସ ଆଦାୟ କରୁଥିଲା ଏବେ ସେହି ହୋଲଡିଂ ଟ୍ୟାକ୍ସ ୧୦ ରୁ ୨୦ ଗୁଣା ବୃଦ୍ଧି ଘଟିଛି । ଏଭଳି ବୃଦ୍ଧି ଘଟିବାର କାରଣ ହେଉଛି କିଛି ଅଣଓଡ଼ିଆ ସରକାରୀ ବାବୁ ମାନଙ୍କର ବେପାରୁଆ ମନୋଭାବ ଏବଂ ଆଇନକୁ କଣଠେସା କରି ନିଷ୍ପତି ଲାଗୁ କରିବା ଯୋଗୁଁ ।

ଏହା ପୂର୍ବରୁ ମହାନଗର ନିଗମ ଭୁବନେଶ୍ୱର ବାସିନ୍ଦାଙ୍କ ପାଖରୁ ତାଙ୍କର ଘରର ଆକାର ଏବଂ ଘର ହୋଇଥିବା ଯାଗାର ଆକାର ଉପରେ ହୋଲଂଡି ଟ୍ୟାକ୍ସ ଆଦାୟ କରାଯାଉଥିଲା । ଏହି ହୋଲଡିଂ ଟ୍ୟାକ୍ସରେ ମହାନଗର ନିଗମ ବାସୀମାନେ ସହରାଂଚଳରେ ଆଲୁଅ ବ୍ୟବସ୍ଥା ପାଇଁ ଅଳିଆ ଆର୍ବଜନା ରାସ୍ତା ପରିସ୍କାର ନାଳ ନର୍ଦ୍ଦମା ସଫା ଓ ପରିସ୍କାର କରିବା ପାଇଁ ତଥା ଏବଂ ନୂତନ ରାସ୍ତା ତିଆରି କରିବା ପାଇଁ କର ଦେଇଥାନ୍ତି । ସାଧାରଣତଃ ଭୁବନେଶ୍ୱର ମହାନଗର ନିଗମ ୫୬ ପ୍ରକାର କର ଆଦାୟ କରିଥାନ୍ତି । ସେଗୁଡ଼ିକ ହେଲା ଟ୍ୟାକ୍ସ, ଟୋଲ, ସରଚାର୍ଜ, ୟୁଜର ଚାର୍ଯେସ, ଫାଇନ ଫି ଇତ୍ୟାଦି । କିନ୍ତୁ ଏବେ ଭୁବନେଶ୍ୱର ମହାନଗର ନିଗମ ଅଧିକାରୀ ପୂର୍ବ ନିୟମକୁ ମୋଡ଼ି ମକଚି ଦେଇ ବିଭିନ୍ନ ଅଂଚଳରେ ଜମିର ବେଂଚମାର୍କ ଦାମରେ ହୋଲଡିଂ ଟ୍ୟାକ୍ସ ଆଦାୟ କରୁଛନ୍ତି । ଅର୍ଥାତ ଯଦି ସହିଦ ନଗର ଅଂଚଳର ଜମିର ବେଂଚମାର୍କ ରେଟ ଏକର ପିଛା କୋଡିଏ କୋଟି ହୋଇଥାଏ ଏବଂ ସହିଦନଗର ଜଣେ ବାସିନ୍ଦାଙ୍କ ପାଖରେ ୫ ହଜାର ସ୍କୋୟାରଫୁଟର ଅଛି ଏବଂ ତନ୍ମଧ୍ୟରୁ ଯଦି ସିଏ ଏଥିରେ ଦୁଇହଜାର ବର୍ଗ ଫୁଟର ଘର କରୁଛନ୍ତି ବାକି ୩ ହଜାର ସ୍କୋୟାରଫୁଟରେ ବଗିଚା ବା ଖାଲି ପଡ଼ିଛି ତାହାଲେ ଏବେ ୫ ହଜାର ବର୍ଗ ଫୁଟର ବେଂଚମାର୍କ ମୂଲ୍ୟାୟନ ଅନୁସାରେ ଅଧିକ .୫% ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଛି ।

କିନ୍ତୁ ଓଡ଼ିଶା ମ୍ୟୁନିସ୍‌ପାଲ କର୍ପୋରେସନ ୨୦୦୩ ନିୟମ ଅନୁସାରେ ଏହା ବେଚଂମାର୍କ ଭେଲୁଏସନ ଉପରେ ହୋଲିଡିଂ ଟ୍ୟାକ୍ସ ଆଦାୟ କରାନଯାଇ ଏହା ସେହି ଅଂଚଳର ୟୁନଟି ଭେଲୁ ଅନୁସାରେ ହେବା କଥା । ଏଥିପାଇଁ ମ୍ୟୁନିସିପାଲଟି ଧାରା – ୨୦୫ ଅନୁସାରେ କରିବାକୁ ହୁଏ ଏବଂ ଧାରା ୨୧୫ ଅନୁସାରେ ମୂଲ୍ୟ ଧାର୍ଯ୍ୟ କରାଯାଏ । ଧାରା ୨୧୬ ଅନୁସାରେ ସବସାଧାରଣଙ୍କୁ ଏହି ମୂଲ୍ୟ ବାବଦରେ ଅବଗତ କରାଯାଇଥାଏ । ଧାରା ୨୧୭ ଅନୁସାରେ ଯଦି ନିର୍ଦ୍ଦିଷ୍ଟ ଅଂଳଚର ଅଧିବାସୀମାନଙ୍କର ଏଥିପାଇଁ କୌଣସି ଅଭିଯୋଗ ଆସିଥାଏ ତାହାକୁ ଶୁଣାଣି କରିବା କଥା ଯଦି ଶୁଣାଣିବେଳେ ମହାନଗର ନିଗମବାସୀଙ୍କର ଦାବିକୁ ଗ୍ରହଣ କରାନଯାଏ ତାହେଲେ ଧାରା ୨୧୮ ଅନୁସାରେ ଏକ ମୂଲ୍ୟାୟନ ଟ୍ରିବୁନାଲ ଗଠନ ହେବାକଥା । ତାହା ମଧ୍ୟ ହୋଇନାହିଁ ଏବଂ କ୍ଷତିସ୍ତ୍ରସ୍ତ ମହାନଗର ନିଗମ ବାସୀମାନେ ଟ୍ରିବୁନାଲରେ କେସ ଦାୟର କରିବା କଥା ଏବଂ ଧାରା ୨୨୫ ଅନୁସାରେ ଏହି ଅଭିଯୋଗକୁ ଶୁଣିବା ପାଇଁ କମିଟି ଗଠନ କରିବା କଥା ତାହା ମଧ୍ୟ ହୋଇନାହିଁ । ଧାରା୨୨୬ ଅନୁସାରେ ଜଣଶୁଣାନି ହେବା କଥା ଏସମସ୍ତ କଥା ହେଇଛିକି ଯଦି ହୋଇନାହିଁ କାହିଁକି କାହା ନିର୍ଦ୍ଦେଶରେ ଏ ସମ୍ପତିକର ବା ହୋଲଡିଂଟ୍ୟାକ୍ସ ଆଦାୟ କରାଯାଉଛି । ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ସାମ୍ବାଦିକମାନଙ୍କୁ ସୂଚାନ ଦେଇ କହିଲେ ଯେ ଏଭଳି ସମୟରେ ଯେତେବେଳେ ଲୋକଙ୍କ ପାଖରେ ରୋଜଗାର ନାହିଁ ଆୟ ବହୁମାତ୍ରାରେ କମିଯାଇଛି ସେହି ସମୟରେ ଲୋକଙ୍କ ପାଖରୁ ବେଆଇନ ଭାବରେ ଯେଉଁ ହୋଲିଡିଂ ଟ୍ୟାକ୍ସ ଆଦାୟ କରାଯାଉଛି ତାହାକୁ ନେଇ ଜିଲ୍ଲା କଂଗ୍ରେସ ଏବଂ ରାଜ୍ୟ କଂଗ୍ରେସ ଆସନ୍ତା ୧୫ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ ଅଫିସକୁ ଘେରାଉ କରିବ ଦରକାର ପଡ଼ିଲେ ସହରାଂଚଳ ବିକାଶ ମନ୍ତ୍ରୀଙ୍କୁ ଘର ବାହାରକୁ ଯିବାକୁ ଦେବୁ ନାହିଁ । ଯେପର୍ଯ୍ୟନ୍ତ ଏହା ଆଇନ ସିଦ୍ଧ ହୋଇନାହିଁ ସେ ପର୍ଯ୍ୟନ୍ତ ଏହି ଟିକସ ପୈଠ ନକରିବାକୁ ସହରବାସୀଙ୍କୁ ନିବେଦନ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଉପସଭାପତି ଶ୍ରୀଯୁକ୍ତ ଶିବାନନ୍ଦ ରାୟ କହିଲେ ଯେ ସମସ୍ତ ଆଇନକୁ ଅଣଦେଖେ କରି ଲୋକଙ୍କ ଉପରେ ଜବରଦସ୍ତି କର ଆଦାୟ କରିବା ଏ ସରକାରଙ୍କର ପ୍ରଥମ ଏବଂ ଶେଷକାମ ବୋଲି ଜଣାପଡ଼ୁଛି ।

ତେଣୁ ସେ ସାରା ଭୁବନେଶ୍ୱର ମହାନଗର ନିଗମ ଅଧିବାସୀମାନଙ୍କୁ ଅନୁରୋଧ କରିଛନ୍ତି ଯେ ଏହି ହୋଲଡିଂଟ୍ୟାକ୍ସକୁ ନଦେବା ପାଇଁ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଯେ ଏହି ବେନିୟମ ହୋଲଡିଂ ଟ୍ୟାକ୍ସ ବିରୁଦ୍ଧରେ ବହୁ କେସ ଉଚ୍ଚନ୍ୟାଳୟରେ ଦାୟର ହୋଇଛି । ଯେପର୍ଯ୍ୟନ୍ତ ଉଚ୍ଚ ନ୍ୟାୟଳୟ ଏହି ଘଟଣାରେ ନିଷ୍ପତି ଶୁଣାଇ ନାହାନ୍ତି ସେ ପର୍ଯ୍ୟନ୍ତ ସେ ଭୁବନେଶ୍ୱର ବାସୀଙ୍କୁ ଅନୁରୋଧ କରିଛନ୍ତି ଆପଣ ହୋଲଡିଂ ଟ୍ୟାକ୍ସ ଦିଅନ୍ତୁ ନାହିଁ । ଶ୍ରୀ ଦାଶ କହିଲେ ଯେ ଆସନ୍ତା ୯ ତାରିଖ ମଙ୍ଗଳବାର ଦିନ ଭୁବନେଶ୍ୱର ସ୍ରେଟାଂଲ ଆସେମ୍ବିଲ କନୁସୁଚୁଏନ୍ସିରେ ଜିଲ୍ଲା କଂଗ୍ରେସର ନେତୃବର୍ଗ ଡେପୁଟି କମିଶନରଙ୍କ ଅଫିସ ଆଗରେ ବିକ୍ଷୋଭ କରିବେ ଏବଂ ୧୦ ତାରିଖ ଦିନ ଉତର ନିର୍ବାଚନ ମଣ୍ଡଳୀରେ ଡେପୁଟି ମ୍ୟୁନିସିପାଲଙ୍କ ଅଫିସ ଘେରାଉ କରାଯିବ । ୧୨ ତାରିଖ ଦିନ ଏକ୍ରାମ ନିର୍ବାଚନ ମଣ୍ଡଳୀରେ ଡେପୁଟି କମିଶନର (ଭୁବନେଶ୍ୱର ମହାନଗର ନିଗମ) ଅଫିସ ଘେରାଉ କରାଯିବ ଏବଂ ୧୫ ତାରିଖ ଭୁବନେଶ୍ୱର ମ୍ୟୁନିସପାଲ କର୍ପେରେସନର ଅଫିସ ଘେରାଉ କରାଯିବା ହସିତ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ । ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ସାରା ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଆଜି ଯେଉଁ ରାସ୍ତା ତିଆରି ହେଉଛି କାଲି ସେ ରାସ୍ତା ଭଙ୍ଗାଯାଉଛି ଏବଂ ବାରମ୍ବାର ଏହି କାମ ଆଜକୁ ୩-୪ବର୍ଷ ହେବ ଚାଲୁ ରହିଛି ଏହା କାହା ସ୍ୱାର୍ଥରେ ଏବଂ କାହାକୁ ଫାଇଦା ଦେବା ପାଇଁ ? ମହାନଗର ନିଗମ ଅଂଚଳରେ ମାସ ମାସ ଧରି ଆଲୁଅ ଜଳୁନାହିଁ । ସାରା ଭୁବନେଶ୍ୱର ସହର ଧୂଳି ବାଲିରେ ପୁରି ରହିଛି ।

ଭୁବନେଶ୍ୱର ସହରକୁ ସୁନ୍ଦର କରିବା ପାଇଁ ଫୁଲକୁଣ୍ଡକୁ ବସାଯାଇଥିଲା ପୁଣି ସେହି ଫୁଲକୁଣ୍ଡକୁ ଜେସିବି ଲଗାଇ ଭାଙ୍ଗିଦିଆଗଲା । ଯେଉଁ ଅଧିକାରୀ ମାନଙ୍କ ଭୁଲ ନିଷ୍ପତି ଯୋଗୁଁ ଏଭଳି କୋଟି କୋଟି ଟଙ୍କା ପାଣିରେ ପଡ଼ୁଛି ସେମାନଙ୍କ ଦରମାରୁ ବା ତାଙ୍କ ସଂପତିକୁ ଜବଦ୍‌କରି ଏ ଅର୍ଥ ସରକାର ଆଦାୟ କରିପାରିବେ କି? ପୂର୍ବତନ ମହିଳା କଂଗ୍ରେସ ଉପ ସଭାନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର ଉଦ୍‌ବୋଧନ ଦେଇ କହିଲେ ଯେ ଏବେ ଭୁବନେଶ୍ୱର ମହାନିଗର ନିଗମ ଅଂଚଳରୁ ଅଳିଆ ସଫାକରାଯାଉ ନାହିଁ, ରାସ୍ତା ସଫା କରାଯାଉ ନାହିଁ ଏବଂ ଯେତେବେଳେ ଏ ବାବଦରେ ଅଭିଯୋଗ କରାଯାଉଛି ଉତର ମିଳୁଛି ଲୋକ ଅଭାବ, ମହାନଗର ନିଗମ ଲୋକଙ୍କୁ ସାମାନ୍ୟ ସୁବିଧା ସୁଯୋଗ ପହଂଚାଇବାରେ ଅସମର୍ଥ ସେ ସମୟରେ କେଉଁ ଅଧିକାର ବଳରେ ଏ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଛି । ମହାନଗର ନିଗମ ବାସୀଙ୍କ କର ପଇସା କିଛି ଅଣଓଡ଼ିଆ ଅଫିସରଙ୍କ ପକେଟକୁ ଗରମ କରୁଛି । ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ନେତା ଶ୍ରୀ ରାଜୀବ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ଅଶୋକ ଦାଶ, ଭୁବନେଶ୍ୱର ଜିଲ୍ଳା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳି ମହାନ୍ତି, ଦେବରାଜ ମିଶ୍ର, ଜୟକୃଷ୍ଣ ସୁବୁଦ୍ଧି, ସୁବ୍ରତ ମହାପାତ୍ର, ଶତୃଘନ ବେହେରା, ଇନ୍ଦ୍ରଜିତ୍ ପରିଡ଼ା, ଦୀପକ ମହାପାତ୍ର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

March 17, 2026
ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

March 17, 2026
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

March 17, 2026
ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

March 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version