No Result
View All Result

ଓଡ଼ିଶା ତାଜା ନ୍ୟୁଜ (୭ ମାର୍ଚ୍ଚ ରବିବାର ) ଭୁବନେଶ୍ୱର : – ଗ୍ଲୋବାଲ ୱାର୍ମି ପାଇଁ ସାରା ବିଶ୍ୱ ଆଜି ଚିନ୍ତିତ । ପରିବେଶ ସୁରକ୍ଷା ଜୀବନ ରକ୍ଷା । ପରିବେଶ ସନ୍ତୁଳନ ପାଇଁ ଦାରୁ ସୃଷ୍ଟି କରିବା ଏକାନ୍ତ ଆବଶ୍ୟକ । ଓଡ଼ିଶାର ଓଡ଼ିଆ ଠାକୁର ବିଶ୍ବ ପ୍ରଶିଦ୍ଧ ଜଗନ୍ନାଥ ନିଜେ ଦାରୁବ୍ରହ୍ମ ରୂପରେ ପୂଜା ପାଇଛନ୍ତି । ତେଣୁ ଦାରୁ ସୃଷ୍ଟି କରିବା ହେଉଛି ଭଗବାନଙ୍କୁ ଆରାଧନା କରିବା । ବୃକ୍ଷର ଅନ୍ୟ ନାମ ଜୀବନ । ସାରା ବିଶ୍ୱରେ ବୃକ୍ଷ ପାଇଁ ପ୍ରାଣୀ ଜଗତ ତିଷ୍ଠି ରହି ପାରିଛି । ସେହି ବୃକ୍ଷକୁ ସୁରକ୍ଷା ଦେବା ମଣିଷର ସାଧନା ବା ଆରାଧନା । କାରଣ ବୃକ୍ଷର ରକ୍ଷା ଜୀବନ ରକ୍ଷା । ପ୍ରକୃତିର ତାଣ୍ଡବ ଲୀଳା ସାଙ୍ଗକୁ ମଣିଷ ବୃକ୍ଷ ଉପରେ ଦମନ ଲୀଳା ରଚାଇ ଚାଲିଛି । ଅର୍ଥାତ ସମଗ୍ର ପ୍ରାଣୀ ଜଗତକୂ ଧ୍ବଂସ କରିବା ପାଇଁ ଯାଉଛି ।

ଯାହାକି ନିଜର ଧ୍ବଂସ ନିଜେ ରଚନା କରୁଛି । ଆଉ ସବୁଠାରୁ ବଡକଥା ହେଲା ଓଡିଶାର ଶିମିଳିପାଳ ଅଭୟାରଣ୍ୟ ଏସିଆର ସର୍ବ ବୃହତ ଜଙ୍ଗଲ । ସେହି ଜଙ୍ଗଲକୁ ରକ୍ଷା କରିବା ଅର୍ଥ ଆମ ମାନ ମର୍ଯ୍ୟାଦାକୁ ରକ୍ଷା କରିବା ସହିତ ଆମ ଓଡିଶାକୁ ରକ୍ଷା କରିବା । ସାରା ଓଡିଶାର ଗର୍ବ ଓ ଗୌରବର ଗାଥା ଗାଉଥିବା ଶିମିଳିପାଳରେ ଆଜି ଲାଗିଛି ନିଆଁ । ଏଥିପାଇଁ ବଣ୍ୟଜନ୍ତୁ ମାନେ ଭୟଙ୍କର ନିଆଁର ତାଣ୍ଡବ ଲୀଳା ଦେଖି ଇତସ୍ତତ ହେଉଛନ୍ତି । ଏହାକୁ ଆମ ରାଜ୍ୟର ସରକାର କିମ୍ବା ଦେଶର ସରକାର କେହି ଜାଣିପାରିଲେ ନାହିଁ । ଆମେ ସମସ୍ତେ ନିଦାବିଷ୍ଣୁ ହୋଇ ଶୋଇଥିବା ବେଳେ ଆମେରିକା ଜାଣିପାରି ଆମକୁ ଜଣାଇଲା । ତେଣୁ ଆମେ ଗୋଦର କୋଡ଼େ ଯେତେ ମାଡେ ସେତେ କାମକରି କେବେ ଏ ଜାତି ତଥା ସରକାରକୁ ସଜାଗ କରିପାରିବା ? ଆସନ୍ତୁ ସମସ୍ତେ ମିଶି ସେଇ ବୃକ୍ଷ ଲଗାଇ ପ୍ରାଣୀ ଜଗତର ପ୍ରୋଟେକ୍ସନ କରିବା ସାରା ବିଶ୍ୱକୁ ବିପଦରୁ ବଞ୍ଚାଇବା ।

“ଜଙ୍ଗଲ ରକ୍ଷା ଜୀବନ ରକ୍ଷା” ଶୋଭାଯାତ୍ରାରେ ନିଜକୁ ସାମିଲ କରିବା । ସାରା ବିଶ୍ୱ ଆଜି କରୋନା ରାକ୍ଷସର କରାଳ ଧ୍ବଂସରେ ଧ୍ବଂସାଭିମୁଖି ସେଥିରୁ ମାନବ ସମାଜକୁ ରକ୍ଷା କରିବା । ମାନବ ସେବା ମାଧବ ସେବାରେ ବିଶ୍ବାସ କରିବା । ଏହି କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ଯାହାକୁ ବରିଷ୍ଠ ସାମ୍ବାଦିକ ସ୍ବରୂପ ଦାସ ଉଦଘାଟନ କରିଥିଲେ । ଏଥିରେ “ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା”,”ଜଙ୍ଗଲ ବଞ୍ଚାଅ ବିଶ୍ବ ବଞ୍ଚାଅ” ଆଦି ସ୍ଲୋଗାନ ଦେଇ ଭଏସ୍ ରେଜ୍ କରିଥିଲେ । ଏଥିରେ ବିଶିଷ୍ଟ ସମାଜସେବୀ ଗଗନ ପାଇଟାଲ, ଆସ୍ଥା ଫାଉଣ୍ଡେସନର ମୂଖ୍ୟ ଶୁଭକାନ୍ତ ସାମଲ ଓ ସମ୍ପାଦକ ନାରାୟଣ ବାବୁ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ ।

No Result
View All Result