• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶ୍ରୀ ଜଗନ୍ନାଥ ସୋସାଇଟି, ଲଣ୍ଡନର ବାର୍ତ୍ତା ପତ୍ର ବାଚସ୍ପତି ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ୱାରା ଉନ୍ମୋଚିତ

Proprietor Abhimanyu Maharana by Proprietor Abhimanyu Maharana
March 2, 2021
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ଶ୍ରୀ ଜଗନ୍ନାଥ ସୋସାଇଟି, ଲଣ୍ଡନର ବାର୍ତ୍ତା ପତ୍ର ବାଚସ୍ପତି ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ୱାରା ଉନ୍ମୋଚିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାର ) ଲଣ୍ଡନ / ଭୁବନେଶ୍ୱର :- ବିଶ୍ୱରେ ଶ୍ରୀ ଜଗନ୍ନାଥ ସଂସ୍କୃତି, ଚେତନା ଓ ଦର୍ଶନ ବ୍ୟାପକ ଭାବରେ ପ୍ରସାରିତ ହେବାରେ ଲାଗିଛି । ଯୁକ୍ତରାଜ୍ୟ (ଲଣ୍ଡନ) ତଥା ୟୁରୋପ ମହାଦେଶର ସର୍ବପ୍ରଥମ ଶ୍ରୀ ଜଗନ୍ନାଥ ମନ୍ଦିର ଲଣ୍ଡନ ଠାରେ ପ୍ରତିଷ୍ଠା ହେବାକୁଯାଉଛି ଏବଂ ବିଶ୍ୱର ଜଗନ୍ନାଥ ଭକ୍ତ ସମାଜର ସହଯୋଗରେ ହିଁ ସମ୍ଭବ ହେବ ବୋଲି ଶ୍ରୀ ଜଗନ୍ନାଥ ସୋସାଇଟି ଲଣ୍ଡନର ବାର୍ତ୍ତା ପତ୍ର ଉନ୍ମୋଚନ କରି ବାଚସ୍ପତି ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ଲଣ୍ଡନ ଠାରେ ୩୦ ଏକର ପରିମିତ ସ୍ଥାନରେ ନିର୍ମାଣ ହେବାକୁ ଥିବା ଏହି ଜଗନ୍ନାଥ ମନ୍ଦିର ଲଣ୍ଡନ ତଥା ୟୁରୋପର ଶ୍ରୀ ଜଗନ୍ନାଥ ସଂସ୍କୃତି, ଚେତନା ଓ ଦର୍ଶନର ଏକ ପ୍ରାଣ କେନ୍ଦ୍ର ହୋଇପାରିବ ବୋଲି ଡ଼ଃ. ପାତ୍ର କହିଥିଲେ । ୱେବ ମାଧ୍ୟମରେ ଶ୍ରୀ ଜଗନ୍ନାଥ ସୋସାଇଟି, ଲଣ୍ଡନର ପ୍ରଥମ ବାର୍ତ୍ତା ପତ୍ର ଉନ୍ମୋଚନ ଅବସରରେ ବିଶ୍ୱବ୍ୟାପୀ ସମ୍ମିଳିତ ଜଗନ୍ନାଥ ପ୍ରେମୀ ଓ ଲଣ୍ଡନ ଅଧିବାସୀ ମାନଙ୍କୁ ଉଦବୋଧିତ କରି ଡ଼ଃ. ପାତ୍ର ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଯୁକ୍ତରାଜ୍ୟ ଆୟାରଲାଣ୍ଡ, ପୂର୍ବ ପ୍ରାଚ୍ୟ ତଥା ଭାରତର ଅନେକ ଅଂଶରୁ ଯୋଗ ଦେଇ ଭକ୍ତଗଣଙ୍କ ‘ହରିବୋଲ’ ’କରତାଳି’ ଧୂନି ସହିତ ଏହି ପ୍ରଥମ ବାର୍ତ୍ତା ପତ୍ର ଉନ୍ମୋଚିତ ହୋଇଥିଲା ।

ଏହି ଅବସରରେ ଡ଼ଃ. ପାତ୍ର ଆହ୍ୱାନ ଦେଇ କହିଥିଲେ ଯେ, ବିଶ୍ୱବ୍ୟାପୀ ନିଜ ନିଜ କର୍ମ ସଂସ୍ଥାନରେ ଅବସ୍ଥାନ କରୁଥିବା ଓଡ଼ିଆମାନେ ଏକ ପରିବାର, ଏକତା ଓ ସହଯୋଗ ବଳରେ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିପାରିବା । ଶ୍ରୀ ଜଗନ୍ନାଥ ସୋସାଇଟି, ଲଣ୍ଡନର ଅଧ୍ୟକ୍ଷ ଡ଼ା. ସହଦେବ ସ୍ୱାଇଁ ଏହି ପ୍ରଥମ ବାର୍ତ୍ତାପତ୍ର ଉନ୍ମୋଚନ ଅବସରରେ ଉନ୍ମୋଚକ ଡ଼ଃ. ପାତ୍ରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ପ୍ରକାଶ କରିବା ସହିତ ସମ୍ପୃକ୍ତ କର୍ମକର୍ତ୍ତା ମଣ୍ଡଳୀକୁ ଧନ୍ୟବାଦ ଜଣାଇଥିଲେ । ଲଣ୍ଡନରେ ପ୍ରତିଷ୍ଠା ହେବାକୁଥିବା ଏହି ଭବ୍ୟ ମନ୍ଦିର 2 ୟୁରୋପରେ ଆଧ୍ୟାତ୍ମିକ, ସାମାଜିକ ଏବଂ ଶୈକ୍ଷିକ ପ୍ରାଣ କେନ୍ଦ୍ର ଭାବରେ ପରିଚିତ ହେବ ବୋଲି ଡ଼ା. ସ୍ୱାଇଁ ପ୍ରକାଶ କରିଥିଲେ । ଓଡ଼ିଶା ସରକାରଙ୍କ ବନ ବିଭାଗ ସହାୟତାରେ ଓଡ଼ିଶାରୁ ଠାବ ହୋଇଥିବା ପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସମସ୍ତ ଦିବ୍ୟ-ଆଧ୍ୟାତ୍ମିକ ଲକ୍ଷଣ ଯୁକ୍ତ ନିମଦାରୁ ଗତ ୨୧ ଫେବୃୟାରୀରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ସଂଗ୍ରହ ସଂଗ୍ରହ କରାଯାଇଛି । ବର୍ତ୍ତମାନ ଏହି ଦାରୁବ୍ରହ୍ମ ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ମାର୍ଗଦର୍ଶନରେ ଚତୁର୍ଦ୍ଧା ମୂର୍ତ୍ତି ନିର୍ମାଣ ହେଉଛନ୍ତି । ଏହି ଭବ୍ୟ ମନ୍ଦିରର ପ୍ରଥମ ପଯ୍ୟାୟୟ କାର୍ଯ୍ୟ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଡ଼ା. ସ୍ୱାଇଁ ସୂଚନା ଦେଇଛନ୍ତି । ୪ ମିଲିଅନ୍ ପାଉଣ୍ଡ ବ୍ୟୟ ଅଟକଳରେ ପ୍ରଥମ ପଯ୍ୟାୟ କାର୍ଯ୍ୟ ପାଇଁ ଡ଼ା. ସ୍ୱାଇଁ କହିଥିଲେ ଯେ, ଉତ୍ସର୍ଗୀକୃତ ଓ ସେବା ମୂଳକ ଉଦ୍ୟମ ଏବଂ ଈଶ୍ୱର ବିଶ୍ୱାସ ଆଧାରିତ କାର୍ଯ୍ୟ ପାଇଁ କୌଣସି ଲକ୍ଷ୍ୟ ଅପହଞ୍ଚ ନୁହେଁ ।

ସମ୍ପାଦକ ଡ଼ ପ୍ରକାଶ ଦେ ଏହି ଉଦ୍ୟମର ଅୟମାରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘଯାତ୍ରାର ଏକ ସମ୍ପୂର୍ଣ୍ଣ ବିବରଣୀ ଅଗ୍ରଗତି ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଲଣ୍ଡନର ଉପକଣ୍ଠ ୩୦ ଏକର ଜମି ଚିହ୍ନଟ ଅଧିଗ୍ରହଣ କାର୍ଯ୍ୟ ସମ୍ପାଦନ ହୋଇଛି । ଏହି ମନ୍ଦିର ପୁରୀ କ୍ଷୀମନ୍ଦିର ଅବିକଳ ଢାଞ୍ଚା ଓ ଶୈଳୀରେ ନିର୍ମାଣ ହେବାକୁ ଲକ୍ଷ୍ୟ କରାଯାଇଛି ବୋଲି ଡ଼. ଦେ କହିଥିଲେ । ଶ୍ରୀ ଜଗନ୍ନାଥ ସମାଜ, ଲଣ୍ଡନର ଟ୍ରଷ୍ଟି ଯୋଗା ଯୋଗ ମୁଖ୍ୟ ତଥା ବାର୍ତ୍ତାପତ୍ରର ସମ୍ପାଦକ ଡ଼ ଚେତନ ଶତପଥୀ ଶ୍ରୀ ଜଗନ୍ନାଥ ସଂସ୍କୃତିର ବାର୍ତ୍ତାବହ ଭାବରେ ଏହି ପତ୍ର ମୁଦ୍ରଣ ମାଧ୍ୟମ ସମେତ ୱେବସାଇଟ୍ ଓ ଅନ୍ୟାନ୍ୟ ସାମାଜିକ ଗଣ ମାଧ୍ୟମରେ ସମଗ୍ର ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ପାଇଁ ଉପଲବ୍ଧ ହେବ ବୋଲି କହିଥିଲେ । ସହ ସମ୍ପାଦକ ଉମାକାନ୍ତ ରାଉତ, ପରିଚାଳନା ସମ୍ପାଦିକା ରୀନା ମେହେର ଆଗାମୀ ପୀଢ଼ି ଭକ୍ତଙ୍କ ପାଇଁ ଏହି ମନ୍ଦିର ଓ ବାର୍ତ୍ତାପତ୍ର ସନ୍ଦେଶବାହକ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ ।

ଅନ୍ୟତମ ଟ୍ରଷ୍ଟି ରଶ୍ମିକାନ୍ତ ନନ୍ଦ, ଭକ୍ତ ପଣ୍ଡା, ସୁକାନ୍ତ ସାହୁ, ଯୁବ ଉଦ୍ୟୋଗୀ ଡ଼. ମଳୟ ନାୟକ, ଡ଼. ଅଦ୍ୱୈତ ସିଂହ, ଶରଦ ଝା, ସୁଶାନ୍ତ ପଟ୍ଟନାୟକ ପ୍ରମୁଖ ଏହି ମନ୍ଦିର ଓ ବାର୍ତ୍ତାପତ୍ର ସମ୍ପର୍କରେ ନିଜ ନିଜ ମତ ପ୍ରକାଶ କରିଥିଲେ । ଶତାଦ୍ଦୀ ଦାଶ ଲଣ୍ଡନରେ ଅବସ୍ଥାପିତା ମହିଲା ମାନଙ୍କ ଦ୍ୱାରା ସ୍ୱୟଂ ଚାଳିତ ଶ୍ରୀ ସୁଭଦ୍ରା ସୋସାଇଟି ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ତପୁ ମିଶ୍ର, ମୌସୁମୀ ମିଶ୍ର, ସୁଚିନ୍ତିତା ପାଣିଗ୍ରାହୀ ସୁମଧୁର ଶ୍ରୀଜଗନ୍ନାଥ ଭଜନ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଅର୍ଚ୍ଚନା ପ୍ରଧାନ ମାନସିଂହ ସୁଚାରୁ ପରିଚାଳନା କରିଥିବା ବେଳେ ବିଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ଜଗନ୍ନାଥ ସୋସାଇଟି, ୟୁନାଇଟେଡ୍ କିଙ୍ଗଡମ୍ ଇଂଲଣ୍ଡ ଚ୍ୟାରିଟି କମିଶନଙ୍କ ଦ୍ୱାରା ଦାତବ୍ୟ ସଙ୍ଗଠନ ଭାବରେ ପଞ୍ଜୀକୃତ ଅଟେ । ଏହି ଅନୁଷ୍ଠାନକୁ ପ୍ରଦତ୍ତ ସମସ୍ତ ଦାନ, ଅନୁଦାନ କରମୁକ୍ତ ଅଟେ । ଅଧିକ ସୂଚନା ପାଇଁ www.jagannathtemple.org ରେ ସମ୍ପର୍କ କରାଯାଇପାରିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

June 28, 2026
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version