No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାର ) ଏରସମା :- ଏରସମା ବ୍ଲକ ଗଡ଼କୁଜଙ୍ଗ ଗ୍ରାମ ପଞ୍ଚାୟତର ନୋଳୀଆସାହି ଗ୍ରାମର ପ୍ରତିଭାବାନ ଧୀରେନ୍ଦ୍ର ବେହେରା ଙ୍କୁ ପ୍ରତିଭା ଗୀତା ଗୌରବ ସମ୍ମାନ ରେ ସମ୍ମାନିତ କରିଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ । ଗୁଜରାଟ ରାଜ୍ୟର ସୁରଟରେ ଜୟ ଜଗନ୍ନାଥ ଏଜୁକେଶନ ଟ୍ରଷ୍ଟ ପକ୍ଷରୁ ଗୀତା ପ୍ରଚାର ମଣ୍ଡଳୀ ଆନୁକୁଲ୍ୟରେ ସର୍ବଭାରତୀୟ ଅନଲାଇନ ରାଷ୍ଟ୍ରୀୟ ଶ୍ରୀମଦ ଭାଗବତ ଗୀତା ପ୍ରଶ୍ନ ଓ ଆବୃତ୍ତି ପ୍ରତିଯୋଗିତାରେ ଭାଗନେଇ ଯଥାକ୍ରମେ ସ୍ଵର୍ଣ୍ଣ ପଦକ ଓ ରୌପ୍ୟ ପଦକ ଲାଭ କରିଛନ୍ତି ପ୍ରତିଭାବାନ ଧୀରେନ୍ଦ୍ର ବେହେରା । ଗୁଜରାଟ ରାଜ୍ୟର ସୁରଟରେ ଜୟ ଜଗନ୍ନାଥ ଏଜୁକେଶନ ଟ୍ରଷ୍ଟ ପକ୍ଷରୁ ଗୀତା ପ୍ରଚାର ମଣ୍ଡଳୀ ଆନୁକୁଲ୍ୟରେ ସର୍ବଭାରତୀୟ ଅନଲାଇନ ରାଷ୍ଟ୍ରୀୟ ଶ୍ରୀମଦ ଭାଗବତ ଗୀତା ପ୍ରଶ୍ନ ଓ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରତିଯୋଗୀତାରେ ଭାରତ ସମେତ ୪ଟି ଦେଶର ୪୨୮୧ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡ଼କୁଜଙ୍ଗ ପଂଚାୟତର ନୋଳିଆସାହି ଗ୍ରାମର ପିତା ସୁରେନ୍ଦ୍ର ବେହେରା, ମାତା ମୋହିନୀ ବେହେରାଙ୍କ ସୁପୁତ୍ର ଧିରେନ୍ଦ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ରୁ ଦର୍ଶନ ଶାସ୍ତ୍ରରେ ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଛନ୍ତି । ଜୀବନ ହିଁ ଗୀତା, ଗୀତା ହିଁ ଜୀବନ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସର୍ବଭାରତୀୟ ସ୍ତରରେ ଧିରେନ୍ଦ୍ରଙ୍କର ଏଭଳି ଏକ ସମ୍ମାନଜନକ ପୁରସ୍କାର ପାଇଁ ଗଡ଼କୁଜଙ୍ଗ ସରପଞ୍ଚ ସମ୍ପଦ ବାରିକ, ଜିଲ୍ଲାପରିଷଦ ସଭ୍ୟା ଇତିଶ୍ରୀ ଭୂୟାଁ, ଅଧ୍ୟକ୍ଷ ପ୍ରଣବ ସ୍ବାଇଁ, ସାଂସଦ ପ୍ରତିନିଧି ପୀତବାସ ଗଛାୟତ, ଯୁବ ସଭାପତି ପାର୍ଥ ସାରଥି ରାଉତ, ସ୍ବେଛାସେବୀ ଅନୁଷ୍ଠାନ ପ୍ରଗତି ର ସମ୍ପାଦକ ରଶ୍ମି ରଂଜନ ଖୁଣ୍ଟିଆ,

ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସନ୍ନ ଜେନା, ଯୁବ ଆଇନଜୀବୀ ପ୍ରକାଶ ପ୍ରଧାନ, ଜିଲ୍ଲା ଯୁବ ସଭାପତି ସୌମ୍ୟଜିତ ମହାପାତ୍ର, ଯୁବ ସଂଗଠକ ବାବୁ ନାଥ, ସମାଜସେବୀ ଡାକ୍ତର ଦେବଦତ୍ତ ସାମନ୍ତରାୟ, ବିଭୁ ରଂଜନ ସାମନ୍ତରାୟ, କରୁଣାକର ଦାସ, ସାଧାରଣ ସମ୍ପାଦକ ସତ୍ୟ ସିବମ ମହାନ୍ତି, ଜିଲ୍ଲା ଉପ ସଭାପତି ବୈଦ୍ୟନାଥ ବିଶ୍ଵାଳ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ବାଲିକୁଦା – ଏରସମା ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଶ୍ରୀମାନ ଧିରେନ୍ଦ୍ର ବେହେରାଙ୍କୁ ପ୍ରତିଭା ଗୀତା ଗୌରବ ସମ୍ମାନରେ ସମ୍ମାନିତ କରି ଧିରେନ୍ଦ୍ରଙ୍କ ଏହି ସଫଳତା ଆଗାମୀ ଦିନରେ ଛାତ୍ର ଛାତ୍ରୀଙ୍କୁ ଗୀତା ପାଠ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶାବ୍ୟକ୍ତ କରିଛନ୍ତି । (ରିପୋର୍ଟ/ରଶ୍ମି ରଂଜନ ଖୁଣ୍ଟିଆ )
No Result
View All Result