No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଫେବୃଆରୀ ଗୁରୁବାର ) ବରଗଡ଼ :- ଜିଲ୍ଲାରେ ଧାନ ଅବିକ୍ରୀ ଏବେ ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନିଜ ଦାଇତ୍ୱ ରୁ ଓହରି ଯାଉଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଏହି ସମୟରେ ଧାନ ବିକ୍ରି କରି ନପାରି ମାନସିକ ଦୁଶ୍ଚିନ୍ତା ରୁ ଜଣେ ଚାଷୀଙ୍କ ହୃଦଘାତ ରେ ମୃତ୍ୟୁ ହୋଇଥିବାରୁ ପରିବାରଜନଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା କରିବାକୁ ଜିଲ୍ଳା ଆବାହକ ଦାବି କରିଛନ୍ତି । ପଦ୍ମପୁର ଉପଖଣ୍ଡର ୭୦ ଟି ମଣ୍ଡି ୨ ଲକ୍ଷ ୫୯ ହଜାର କୁଇଣ୍ଟାଲ ଧାନ ପଡିରହିଥିବା ବେଳେ ୧୫ ଦିନ ହେଲା ଚାଷୀ ଆନ୍ଦୋଳନ କରୁଛନ୍ତି ।

ସମସ୍ତଙ୍କ ଟୋକେନ୍ ଏବେ ଶେଷ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢିଚାଲିଛି । ଚାଷୀ କଣ କରିବ ଓ ଅପରାଧ କଣ ବୋଲି ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଅଭିଯୋଗ କରିଛନ୍ତି । ତୁରନ୍ତ ସମସ୍ତ ଧାନ କୁ ସରକାର କିଣନ୍ତୁ ବୋଲି ଆପ୍ ର କର୍ମକର୍ତା ମାନେ ଦାବି କରି ଜିଲ୍ଳା ପ୍ରଶାସନ କୁ ସ୍ମାରକ ପତ୍ର ଦେଇଛନ୍ତି । ମହିଳା ସଂଘଠନ ର ନେତ୍ରୀ ମରିୟମ ବାର୍ଳା, ଛାତ୍ର ନେତା ପୋଲୁସ୍ତ୍ୟ ସାହା,ଅସିତ ସାହୁ, ଆଡ଼ଭୋକେଟ ରମେଶ ପତି, ମମତା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
No Result
View All Result