No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଫେବୃଆରୀ ,ଗୁରୁବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପାଣ୍ଡେରିପଡା ଗ୍ରାମପଞ୍ଚାୟତ ର ମଦନପୁର ଗ୍ରାମର ୟୁଥ୍ କ୍ଳବ୍ ଯୁବକ ଗୋଷ୍ଠୀ ସହ ଓଡ଼ଗାଁ ବନ ବିଭାଗ କର୍ମଚାରୀ ଙ୍କ ମିଳିତ ଉଦ୍ୟମରେ ଜଙ୍ଗଲରେ ଲାଗିଥିବା ନିଆଁ କୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସମୟରେ ଜଙ୍ଗଲରେ କୈାଣସି କାରଣରୁ ନିଆଁ ଲାଗିଥିଲା ।

ନିଆଁ ଲାଗିବା ଖବର ପାଇ ମଦନପୁର ଗ୍ରାମର ୟୁଥ୍ କ୍ଳବ୍ ଯୁବକ ମାନେ ଓଡ଼ଗାଁ ବନ ବିଭାଗ କୁ ଜଣାଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ଓ ଯୁବଗୋଷ୍ଠୀ ପହଞ୍ଚି ନିଆଁ କୁ ଲିଭାଇ ଥିଲେ । ( ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result