• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରଠାରେ ପ୍ରବାସୀ ଓଡ଼ିଆ ଭବନ ଉଦ୍‍ଘାଟିତ

Proprietor Abhimanyu Maharana by Proprietor Abhimanyu Maharana
February 24, 2021
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଭୁବନେଶ୍ୱରଠାରେ ପ୍ରବାସୀ ଓଡ଼ିଆ ଭବନ ଉଦ୍‍ଘାଟିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୪ ଫେବୃଆରୀ,ବୁଧବାର ) ଭୁବନେଶ୍ୱର :-  ଓଡ଼ିଶା ବାହାରେ ଭାରତବର୍ଷର ବିଭିନ୍ନ ମହାନଗର, ଅନ୍ୟାନ୍ୟ ପ୍ରଦେଶ ଓ ବିଦେଶରେ ବସବାସ କରୁଥିବା ଦେଢ଼କୋଟି ଓଡ଼ିଆ ନିଜର ମାତୃପ୍ରଦେଶର ସର୍ବାଙ୍ଗୀନ ବିକାଶ ପାଇଁ ମହତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିପାରିବେ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି । ଏଠାକାର ୟୁନିଟ୍‍-୨ଠାରେ ପ୍ରବାସୀ ଓଡ଼ିଆ ଭବନର ଉଦ୍‍ଘାଟନ ଅବସରରେ ଉପସ୍ଥିତ ଅତିଥିମାନେ, ରାଜ୍ୟର ରାଜଧାନୀରେ ବିରାଜମାନ ଏହି ଭବନ, ଓଡ଼ିଶା ସହିତ ପ୍ରବାସୀ ଓଡ଼ିଆମାନଙ୍କର ସାମାଜିକ, ସାଂସ୍କୃତିକ ଓ ଭାଗବତ ସୁସମ୍ପର୍କ ରକ୍ଷା କରାଯିବା ଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି । ପ୍ରବାସୀ ଓଡ଼ିଆ ଭବନର ପରିଚାଳକ ସଂସ୍ଥା ନୂଆଦିଲ୍ଲୀସ୍ଥିତ ଓଡ଼ିଆ ମହାମଞ୍ଚ ଦ୍ୱାରା ଆୟୋଜିତ ଏହି ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ. ଅରୁଣ ସାହୁ, ପ୍ରବାସୀ ଓଡ଼ିଆମାନେ ରାଜ୍ୟର ସାମାଜିକ, ଆର୍ଥିକ ଏବଂ ବୌଦ୍ଧିକ ବିକାଶ ନେଇ ସକ୍ରୀୟ ସହଯୋଗ ଦେବାକୁ ଆହ୍ୱାନ ଜଣାଇଥିଲେ ।

ପ୍ରବାସରୁ ଆସୁଥିବା ଓଡ଼ିଆ ଭାଇଭଉଣୀମାନଙ୍କର ରହିବା ଓ ସେବା ତଥା ସୁବିଧା ପାଇଁ ଏହି ଭବନ ଏକ ଅସ୍ଥାୟୀ ଅତିଥିଶାଳା ଭାବରେ କାର୍ଯ୍ୟ କରିବ ବୋଲି ଡଃ. ସାହୁ କହିଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ରାଜ୍ୟ ଗ୍ରାମଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଉପସ୍ଥିତ ପ୍ରବାସୀ ଓଡ଼ିଆମାନଙ୍କୁ ବଧାଇ ଜଣାଇବା ସାଙ୍ଗକୁ ପ୍ରବାସୀ ଓଡ଼ିଆ ଭବନର ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ । ସମାରୋହରେ ସାମିଲ ହୋଇ ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ସମଗ୍ର ପୃଥିବୀର ଓଡ଼ିଆମାନେ ଏକଜୁଟ ଓ ମଜବୁତ ଭାବେ ଛିଡ଼ା ହୋଇ ନିଜର ମାତୃ ରାଜ୍ୟର ମଙ୍ଗଳ ପାଇଁ ତନ, ମନ, ଧନ ପ୍ରଦାନ କରିବା ପାଇଁ ନିବେଦନ କରିଥିଲେ ।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ବିଧାୟକ ଅନନ୍ତନାରାୟଣ ଜେନା, ବିଜୁ ଯୁବ ଜନତା ଦଳର ସଭାପତି ଡଃ. ବ୍ୟମକେଶ ରାୟ, ବରୀ ବିଧାୟିକା ସୁନନ୍ଦା ଦାସ, ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ବରିଷ୍ଠ ପ୍ରଶାସକ କୁଳମଣି ବିଶ୍ୱାଳ, ଚୌଧୁରୀ ରମାକାନ୍ତ ଦାସ, ବିଶିଷ୍ଟ ସଂଗୀତଜ୍ଞ ମୋହିତ ଚକ୍ରବର୍ତ୍ତୀ ଏବଂ ସମାଜସେବୀ ଶୁଭଶ୍ରୀ ଦାସ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

ପ୍ରବାସୀ ଓଡ଼ିଆ ନେତୃବୃନ୍ଦଙ୍କ ମଧ୍ୟରେ ଏହି ସମାବେଶରେ ବେଙ୍ଗାଲୁରୁରୁ ନିହାର ସାମନ୍ତରା, ମୁମ୍ବଇରୁ ହିତେଶ ମିଶ୍ର, ଦିଲ୍ଲୀରୁ ବିଭୁପ୍ରସାଦ ସାହୁ, ଅବନୀ ସାହୁ, କାବେରୀ ବେହେରା, ସୁଶ୍ରୀ ସଙ୍ଗୀତା, ଇତିଶ୍ରୀ ପ୍ରହରାଜ ଓ ମାନେସରରୁ ଉମାଶଙ୍କର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ସମଗ୍ର କାର୍ଯ୍ୟକ୍ରମର ସୁଚାରୁ ରୂପେ ଆୟୋଜନ ଓ ସୁସମ୍ପାଦନା କରିବାରେ ଓଡ଼ିଆ ମହାମଞ୍ଚର ଦୁଇ ନିର୍ଦ୍ଦେଶକ ଗୋବର୍ଦ୍ଧନ ଧଳ ଏବଂ ମନୋଜ ନାୟକ ତଥା ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ । ଉତ୍ସବ ପରିଚାଳନାରେ ମହାମଞ୍ଚର ବରିଷ୍ଠ ସଦସ୍ୟ ରାକେଶ ବିଶ୍ୱାଳ, ତନ୍ମୟ ସ୍ୱାଇଁ ଓ ଅରୁଣ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Chandi Bhandar Celebrates Savitri with the Exquisite “Sangam” Collection

Chandi Bhandar Celebrates Savitri with the Exquisite “Sangam” Collection

May 4, 2026
କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

May 4, 2026
ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

May 4, 2026
ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି

ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Chandi Bhandar Celebrates Savitri with the Exquisite “Sangam” Collection

Chandi Bhandar Celebrates Savitri with the Exquisite “Sangam” Collection

May 4, 2026
କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version