No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଫେବୃଆରୀ,ମଙ୍ଗଳବାର ) ଭୁବନେଶ୍ୱର :- କୋଭିଡ୍ ମହାମାରୀ ସମୟରେ ରକ୍ତ ଅଭାବ ଦୂର କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଆୟୋଜନ କରୋନା ମହାମାରୀ ସମୟରେ ରକ୍ତାଭାବ ସଂକଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ସ୍ୱାଗତିକା ମହାନ୍ତିଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତ ସଂଗ୍ରହ ଅଭିଯାନକୁ ଏକ ଆନ୍ଦୋଳନରେ ପରିଣତ କରିବା ସହ ସଶକ୍ତ ଓଡିଶା ଗଠନ ନିମନ୍ତେ ବିଜୁ ଛାତ୍ର ଜନତା ଦଳ ତରଫରୁ ସାମାଜିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ବୋଲି ସୁଶ୍ରୀ ମହାନ୍ତି କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ‘ଓଡିଶା ମୋ ପରିବାର’ର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ, ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଅନନ୍ତ ନାରାୟଣ ଜେନା, ପ୍ରୀତିରଞ୍ଜନ ଘଡେଇ, ସୁଶାନ୍ତ ରାଉତ, ଚିନ୍ମୟ ସାହୁ, ପ୍ରିୟଦର୍ଶୀ ମିଶ୍ର, ଶ୍ରୀମୟୀ ମିଶ୍ର, ସୁଲତା ଦେଓ, ସୁଲୋଚନା ଦାଶ, ପ୍ରଭାତ ଆଦିତ୍ୟ ମିଶ୍ର, କୁନବିହାରୀ ଦାସ, ଦୁର୍ଗା ସାମନ୍ତରାୟ, ମୀରା ପରିଡା, ପ୍ରକାଶ ଡାଙ୍ଗ, ତନ୍ମୟ ସ୍ୱାଇଁ, ମନ୍ଦାକିନୀ କର, ହରିଶଙ୍କର ରାଉତ, ନବକିଶୋର ବେହେରା, ରୁଦ୍ର ସାମନ୍ତରାୟ, ଯୁବ ବିଜେଡି ମହାସଚିବ ଏଲିନା ଦାଶ, ଧୃତି ମାର୍ଥା, ଜ୍ୟୋସ୍ନା ପରିଡା, ତାରିଣୀ ପ୍ରସାଦ ନାୟକ, ମଧୁସ୍ମିତା ନାୟକ, ଅବିନାଶ ପ୍ରଧାନ, ଅଂଶୁମାନ ରଶ୍ମିସାଗର ସେଠୀ, ସୋନାଲୀ ପ୍ରିୟଦର୍ଶିନୀ, ଅପର୍ଣ୍ଣା ଦାସ, ଜଗମୋହନ ବଳିଆରସିଂହ, ରାଜଲକ୍ଷ୍ମୀ ବେହେରା, ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ୱାଇଁ, ଇପ୍ସିତା ସାହୁ, ଅଜିତ ବେହେରା, ଅପୂର୍ବା ଅପରୂପା, ଭବାନୀ ଶଙ୍କର ଦାସ, ଦେବସ୍ମିତା ଦାସ, ପ୍ରିତି ପ୍ରିୟଙ୍କା, ସୁଜିତ ପାଲଟାସିଂହ, ଶକ୍ତି ରଥ, ସଙ୍କେତ ରାୟ, ରଶ୍ମୀ ପରିଡା, ସାଗର ବଳବନ୍ତରାୟ, ତବରେଜ୍ ଖାନ୍, ଲକ୍ଷ୍ମୀପ୍ରିୟା ଦୀକ୍ଷିତ, ସୋନାଲୀ ସାହୁ, ପୂର୍ଣ୍ଣିମା ବେହେରା, ସମିତ ଲେଙ୍କା, ପ୍ରସନ୍ନ ପାଣି, ସଙ୍ଗୀତା ଦାଶଙ୍କ ସହ ଅନ୍ୟାନ୍ୟ ଯୁବଛାତ୍ର ନେତୃବୃନ୍ଦ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମକୁ ଛାତ୍ର ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଅରୁପ ଶ୍ରୀଚନ୍ଦନ, ରାଜ୍ୟ ସମ୍ପାଦକ ରଶ୍ମୀରଞ୍ଜନ ପରିଡା, ସୁଚିସ୍ମିତା ବେହେରା, ଚିନ୍ମୟୀ ଜେନା, ସିମ୍ରନ୍ସିଂ ରାଜପୁତ୍, ଅନନ୍ତ ନାରାୟଣ ଜେନା, ପବନ ସ୍ୱାଇଁ, ଅନମୋଲ କୁମାର, ଶାଶ୍ୱତୀ ମିଶ୍ର, ଶିବାଜ୍ୟୋତି ପୂଣ୍ୟମୟୀ, ଜ୍ଞାନରଞ୍ଜନ ମହାପାତ୍ର, ବିଜୟଲକ୍ଷ୍ମୀ, ରଶ୍ମିତା ବେହେରା, ଶିଲା ସୋରେନ, ବିଶ୍ୱକଲ୍ୟାଣ ଦାସ ପ୍ରମୁଖ ପରିଚାଳନା କରିଥିଲେ ।
No Result
View All Result