No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଫେବୃଆରୀ ରବିବାର) ପଦ୍ମପୁର :- ଅଯୋଧ୍ୟା ରେ ଏକ ଭବ୍ଯ ରାମ ମନ୍ଦିର ନିର୍ମାଣ ସକାଶେ ସାରା ଦେଶରେ ” ରାମ ମନ୍ଦିର ନିର୍ମାଣ ନ୍ଯାସ ଟ୍ରଷ୍ଟ ” ଜରିଆରେ ନିଧି ସଂଗ୍ରହ ଅଭିଯାନ ଚାଲିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ତୋସିଲ ଗ୍ରାମରେ ଗ୍ରାମ୍ଯ କମିଟି ସଭାପତି ତଥା ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଧନ ସିଂ ପଟେଲ ଏବଂ ମହମ୍ମଦ ହନିଫ ଙ୍କ ଆହ୍ବାନରେ ଗାଁର ଜଗନ୍ନାଥ ମନ୍ଦିର ପରିସରରେ ଏକ ନିଧି ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଥିଲା ।

ଏହି ନିଧି ସଂଗ୍ରହର ଅଭିଯାନ ରେ ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ବହୁ ସଂଖ୍ୟାରେ ଜନ ସାଧାରଣ ସାମିଲ ହୋଇ ୧୦ ଟଙ୍କାରୁ ଆରମ୍ଭ କରି ୧ ହଜାର ଟଙ୍କା ପର୍ଯ୍ୟନ୍ତ ମନ୍ଦିର ନିର୍ମାଣ ପାଇଁ କୋପନ କାଟି ସହାୟତା ପ୍ରଦାନ କରୁଥିଲେ । ଏହି ସମୟରେ ଦ୍ବିତୀୟ ଶ୍ରେଣୀରେ ପଢୁଥିବା ଜଣେ ବାଳକ ଶ୍ରୀ ରତିକାନ୍ତ ହଂସ ନିଧି ସଂଗ୍ରହ ସ୍ଥଳକୁ ଆସି ମନ୍ଦିର ନିର୍ମାଣ ପାଇଁ ୧ ଶହ ଟଙ୍କା ଦେଇ କୋପନ ଟିଏ କାଟିଥିଲେ ।

ରତିକାନ୍ତ କୁ ସମସ୍ତେ ପଚାରିବାରୁ କହିଲା,ମୁଁ ମାମୁଁ ଘର କେସିଙ୍ଗା କୁ ଯାଇଥିଲି,ମୋର ମାମୁଁ ଆସିଲା ଦିନ ଚକଲେଟ୍ ଖାଇବା ପାଇଁ ୧ ଶହ ଟଙ୍କା ଦେଇ ଥିଲେ ମୁଁ ସାଇତି ରଖିବା ଏହି ଟଙ୍କା କୁ ରାମ ମନ୍ଦିର ନିର୍ମାଣ ପାଇଁ ଦାନ ଦେଇଛି । ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଏହି ଛୋଟ ବାଳକର କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ଯ ହେବା ସହ ଖୁସି ହୋଇ ତାଳିପିଟି ଛୋଟ ଛୁଆର ଏଭଲି ଭାବନା କୁ ଉପସ୍ଥିତ ଜନ ସାଧାରଣ ସ୍ବାଗତ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ,ମାଣ୍ତୋସିଲ ଗ୍ରାମର ଶ୍ରୀ ଭୋଜରାଜ ହଂସ ଙ୍କ ପୁଅ ଶ୍ରୀ ରତିକାନ୍ତ ହଂସ ମାଣ୍ତୋସିଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନରେ ଦ୍ବିତୀୟ ଶ୍ରେଣୀରେ ଅଧ୍ୟୟନ କରୁଛି ଓ ତାର ବୟସ ମାତ୍ର ୭ ବର୍ଷ । (ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result