• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲୋକଲୋଚନ ଆଢ଼ୁଆଳରେ ସତୀ ସମାଧି

Proprietor Abhimanyu Maharana by Proprietor Abhimanyu Maharana
February 20, 2021
in ଓଡ଼ିଶା, କଳାହାଣ୍ଡି, ହୋମ୍
0
ଲୋକଲୋଚନ ଆଢ଼ୁଆଳରେ ସତୀ ସମାଧି
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୨୦ ଫେବୃଆରି , ଶନିବାର ) ଖଡିଆଳ :- ଖଡିଆଳ୍ ଅଞ୍ଚଳ ଦିନେ ଦକ୍ଷିଣ କୋଶଳର ଅଂଶବିଶେଷ ଥିଲା । ଆମ ଅଞ୍ଚଳରେପ୍ରାଗ୍‌ ଐତିହାସିକ କାଳର ଗୁମ୍ଫା ଚିତ୍ରର ପ୍ରମାଣ ମଧ୍ୟ ମିଳେ । କାଳକ୍ରମେ ଏହି ଅଞ୍ଚଳରେନଳ ରାଜବଂଶ,ପର୍ବତ ଦ୍ୱାରିକା ରାଜବଂଶ , କାଳାଚୁରୀ ରାଜବଂଶ, ସର୍ଭପୁରିଆ ରାଜବଂଶ,ସୋମବଂଶୀ ରାଜବଂଶ, ନାଗବଂଶୀ ରାଜବଂଶ ଏବଂ ଚୌହାନ ରାଜବଂଶର ରାଜାମାନଙ୍କ ର ଦ୍ୱାରା ଶାସିତ ହୋଇ ଆସୁଥିଲା । ଖଡିଆଳ୍ ସ୍ଥିତ ସତୀ ସମାଧି (ଗୁଡି) ନୂଆପଡା ଜିଲ୍ଲା ଠାରୁ ୭୫ କି.ମି ଦୂରରେ ଅବସ୍ଥିତ, ଏବଂ ଏହି ସତୀ ସମାଧି (ଗୁଡି) ଖଡିଆଳ୍ ସହରର ଉତ୍ତରଦିଗରେ ଅବସ୍ଥିତ ଓ ଏହା ଭୂବନେଶ୍ୱର ଶିବ ମନ୍ଦିର(ତିରବନ୍ଦ) ନିକଟରେ ଅବସ୍ଥିତ । ଏହି ସତୀ ସମାଧି (ଗୁଡି) ର ବିଶେଷତ୍ୱ ହେଉଛି ଯେ ଏହା ଚୌହାନ ରାଜବଂଶ ଶୈଳୀ ରେ ନିର୍ମିତ କରାଯାଇଛି ୧୬ ଶତାଦ୍ଦୀରେ ଖଡିଆଳ୍ ଅଞ୍ଚଳରେଚୌହାନ୍‌ ରାଜବଂଶର ରାଜତ୍ୱ ସମୟରେ କିଛି କାରଣବସତଃ ଜଣେ ଶିକ୍ଷାବିତ୍ ଙ୍କର ମୃତ୍ୟୁ ହୋଇଥିଲା । ଏବଂ ସେହି ଶିକ୍ଷାବିତ୍ ଙ୍କର ଚିତାଗ୍ନିରେ ତାଙ୍କ ସ୍ତ୍ରୀ ଅଗ୍ନିଦାହ କରି ସତୀ ହୋଇଥିଲେ । ପରବର୍ତ୍ତୀସମୟରେ ଏହି ସତୀ ସମାଧି ସତୀଗୁଡି ନାମରେ ନାମିତ ହେଲା । ୧୬ ଶତାଦ୍ଦୀ ରେ ଖଡିଆଳ୍ ଅଞ୍ଚଳରେ ଚୌହାନ୍ ରାଜା ଗୋପୀନାଥ ସାଇଁ ଦେବ ଙ୍କର ରାଜତ୍ୱ ସମୟରେ ଖଡିଆଳ୍ ସ୍ଥିତ ବଡଦଧିବାମନ ମନ୍ଦିର ନିର୍ମାଣ କରିଥିଲେ ।

ଏହି ମନ୍ଦିର ୧୦ ମ ଶତାଦ୍ଦୀର ଦେବୀ ମନ୍ଦିରର ଭଗ୍ନାବିଶେଷ ପଥର ଖଣ୍ଡ ମାନଙ୍କ ରୁ ନିର୍ମିତ କରଯାଇଥିଲା । ରାଜା ଗୋପୀନାଥ ସାଇଁ ଦେବ ଜଣେ ବୈଷ୍ଣବ ଧର୍ମାବଲମ୍ବୀ ଥିଲେ । ଏବଂ ସେ ଏହି ମନ୍ଦିର ନିର୍ମାଣ ସହିତ ଏକ ଶିକ୍ଷାନୁଷ୍ଠାନ ମଧ୍ୟ ନିର୍ମାଣ କରାଇଥିଲେ, ଯାହାକି ଖଡିଆଳ୍ ର ପ୍ରଥମ ଶିକ୍ଷାନୁଷ୍ଠାନ, ଏହି ଶିକ୍ଷାନୁଷ୍ଠାନରେ ବହୁ ପ୍ରାକାରର ଶାସ୍ତ୍ର ଯଥା– ଗୀତା, ଭାଗବତ, ଲକ୍ଷ୍ମିପୁରାଣ, ରାମାୟଣ, ମହାଭାରତ ଏବଂ ଧର୍ମସମ୍ବନ୍ଧୀୟ ଶିକ୍ଷାଦାନ କରାଯାଉଥିଲା । ଏହି ସମସ୍ତ ଜ୍ଞାନ ପୁସ୍ତକ ଗୁଡିକ ତାଳପୋଥି ରେ ଲେଖାଯାଇ ଥିଲା । ବର୍ତ୍ତମାନମଧ୍ୟ ଏହି ତାଳପୋଥି ଶାସ୍ତ୍ର ଗୁଡିକ ଖଡିଆଳ୍ ସଂଗ୍ରହାଳୟ (ନୂଆପଡା ସ୍ଥାନାନ୍ତରିତ) ଏବଂ ଖଡିଆଳ୍ ରାଜପରିବାର ରେ ସଂରକ୍ଷିତ ହୋଇ ରହିଛି । ଏହି ଶିକ୍ଷାନୁଷ୍ଠାନ ରେ ସିକ୍ଷାଦାନ ପଇଁ ବହୁ ଦୂର ଦୂରାନ୍ତ ରୁ ଯୋଗ୍ୟ ଶିକ୍ଷାବିତ୍ ମାନଙ୍କୁ ନିଯୁକ୍ତି କରାଯାଇଥିଲା । ଖଡିଆଳ୍ ଅଞ୍ଚଳରଏବଂ ବହୁ ଦୂରଦୂରାନ୍ତରୁ ମଧ୍ୟ ଅନେକ ଶିଷ୍ୟ ଆସି ଜ୍ଞାନ ଆହର କରୁଥିଲେ । ରାଜା ଗୋପୀନାଥ ସାଇଁ ଦେବଙ୍କ ର ରାଜତ୍ୱ ସମୟରେ ଏହି ଶିକ୍ଷାନୁଷ୍ଠାନ ଗୋଟିଏ ପ୍ରମୁଖ ଶିକ୍ଷାକେନ୍ଦ୍ର ରୂପେ ଖ୍ୟାତି ଅର୍ଜନ କରିଥିଲା,ଏହି ଶିକ୍ଷାନୁଷ୍ଠାନ ର ଶିକ୍ଷାବିତ୍ ମାନେ ଶିକ୍ଷାଦାନ ବ୍ୟତୀତ ପୂଜା ପାଠ ଏବଂ ଧର୍ମ ସମ୍ବନ୍ଧୀୟ ଜ୍ଞାନ ର ପ୍ରଚାର ଓ ପ୍ରସାର କରୁଥିଲେ । ଓ ଖଡିଆଳ୍ ସ୍ଥିତ ୧୧ ଶତାଦ୍ଦୀର ଭୂବନେଶ୍ୱର ଶିବ ମନ୍ଦିର (ତିର୍‌ବନ୍ଦ) ଏବଂ ଅନ୍ୟ ମନ୍ଦିର ମାନଙ୍କର ସେବାକାର୍ଯ୍ୟ ମଧ୍ୟ କରୁଥିଲେ ।

ଏହି ଶିକ୍ଷାନୁଷ୍ଠାନ ର ଶିକ୍ଷାବିତ୍ ମାନେ ଭୂବନେଶ୍ୱର ଶିବ ମନ୍ଦିର ର (ତିର୍‌ବନ୍ଦ) ଇତିହାସ ବିଷୟରେ ଭଲ ଭାବେ ଅବଗତ ଥିଲେ ଏବଂ ପ୍ରଭାବିତ ମଧ୍ୟ ହୋଇଥିଲେ କାରଣ (ପ୍ରତ୍ନତତ୍ୱବିଦ୍ ଜିତେନ୍ଦ୍ର କୁମାର ନାଗ) ଙ୍କ ମତରେ ଗଙ୍ଗବଂଶର ରାଜା ଅନନ୍ତ ବର୍ମନ (ଚୋଡଗଙ୍ଗ ଦେବ)(୧୦୭୮ – ୧୧୪୭) ଖ୍ରିଷ୍ଟାବ୍ଦ ଏବଂ କାଳାଚୁରୀ ରାଜା ରତନ ଦେବ ଦ୍ୱିତୀୟ (୧୧୨୦ – ୧୧୩୫) ଖ୍ରୀଷ୍ଟାବ୍ଦ ଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଭୂବନେଶ୍ୱର ଶିବମନ୍ଦିର (ତିର୍‌ବନ୍ଦ) ପାଖାପାଖୀ ଯୁଦ୍ଧ ସ୍ଥଳରେ ମୃତ୍ୟୁବରଣ କରିଥିବା ସୈନିକଙ୍କ ସହିତ ତାଙ୍କର ୧୨ ଜଣ ସ୍ତ୍ରୀ ଅଗ୍ନିଦାହ କରି ସତୀ ହୋଇଥିଲେ । ଇତିହାସ ରୁ ଜଣାପଡେ ଯେ (୧୧୨୦ – ୧୧୩୫) ଖ୍ରୀଷ୍ଟାବ୍ଦ ମଧ୍ୟରେ କାଳାଚୁରୀ ରାଜା ରତନ୍ ଦେବ ଦ୍ୱିତୀୟ ଙ୍କ ଆଦେଶ କ୍ରମେ ତାଙ୍କ ସାମନ୍ତ ବ୍ରହ୍ମ ଦେବ ଏହି ସ୍ଥଳରେ ଗୋଟିଏ ଶିବମନ୍ଦିର ଓ ପୋଖରୀ ନିର୍ମାଣ କରିଥିଲେ । ପରବର୍ତ୍ତି ସମୟରେ ୧୬ ଶତାଦ୍ଦୀ ରେ ଚୌହାନ ରାଜତ୍ୱ ରେ ନିର୍ମିତ ବଡଦଧି ବାମନ ମନ୍ଦିର ର ଏବଂ ଶିକ୍ଷାଦାନ କେନ୍ଦ୍ରର ଶିକ୍ଷାବିତ୍ ମାନେ ମନ୍ଦିର ପ୍ରତି ଗଭୀର ଶ୍ରଦ୍ଧା ସହିତ ପୂଜାପାଠ ମଧ୍ୟ କରୁଥିଲେ । ଏହି ଶିକ୍ଷାନୁଷ୍ଠାନ ବହୁ ବର୍ଷ ଧରି ସୂଚାରୁପେ ଶିକ୍ଷାଦାନ ଏବଂ ଧାର୍ମିକ କାର୍ଯ୍ୟ ମଧ୍ୟ ଚାଲୁ ଥିଲା । ଏହି ଶିକ୍ଷାନୁଷ୍ଠାନ ର ଜଣେ ବିଶିଷ୍ଟ ଶିକ୍ଷାବିତ୍ କୌଣସି କାରଣରୁ ହଠାତ୍ ମୃତ୍ୟୁ ବରଣ କରିଥିବା । ଶିକ୍ଷାବିତ୍‌ଙ୍କର ଚିତାଗ୍ନି ରେ ଅଗ୍ନିଦାହ କରି ତାଙ୍କ ସ୍ତ୍ରୀ ସତୀ ହୋଇଥିଲେ । ପରବର୍ତ୍ତି ସମୟରେ ଖଡ଼ିଆଳ୍ ଚୌହାନ ରାଜା ଏହି ସ୍ଥଳରେ ସତୀ ସମାଧି ନିର୍ମାଣ କରାଇଥିଲେ । ପରବର୍ତ୍ତିସମୟରେ । ଆମ ଅଞ୍ଚଳରେଏହି ସତୀ ସମାଧି ସତୀଗୁଡି ନାମରେ ପ୍ରସିଦ୍ଧ ଲାଭ କରିଛି । ବର୍ତ୍ତମାନଏହି ସତୀ ସମାଧି (ଗୁଡି) ଅବହେଳିତ ହୋଇ ପଡି ରହିଛି । ଏହି ମହତ୍ତ୍ୱପୂର୍ଣ୍ଣ ସ୍ଥଳକୁ ସରକାର ସଂରକ୍ଷଣ କରିବା ନିହାତି ଆବଶ୍ୟକ ଏବଂ ଲୋକଲୋଚନ କୁ ଆଣିବା ଜରୁରୀ ଅଟେ ।

                                      ଆଲେଖ୍ୟ -ଜିତେନ୍ଦ୍ର କୁମାର ନାଗ, ପ୍ରତ୍ନତତ୍ତ୍ଵବିଦ , ନୂଆପଡ଼ା

( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 10, 2026
ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

March 10, 2026

Recent News

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 10, 2026
ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

March 10, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version