No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୯ ଫେବୃଆରୀ ଶୁକ୍ରବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ବୈଦ୍ୟ ସଂଯୋଜନା କମିଟି ତରଫରୁ ମଦନପୁର ରାମପୁରର ଶାକୁଶ ଗଡ ଜଙ୍ଗଲ ମଧ୍ୟରେ ବିରଳ ପ୍ରଜାତିର ଔଷଧୀୟ ବୃକ୍ଷ ଗୁଡିକୁ ଅନ୍ୱେଷଣ କରାଯାଇଛି। ଜିଲ୍ଲା ସ୍ତରୀୟ ବୈଦ୍ୟ ସଂଯୋଜନା କମିଟି ସଭାପତି ଜଗବନ୍ଧୁ ମୁନିଙ୍କ ନେତୃତ୍ବରେ ଜଙ୍ଗଲ ମଧ୍ୟରେ ଥିବା ଔଷଧୀୟ ବୃକ୍ଷ ଓ ତାର ପରିଚୟ, ଔଷଧ ଗୁଣ ଧର୍ମ ଉପରେ ବୈଦ୍ୟମାନଙ୍କୁ ସମ୍ୟକ ଧାରଣା ଦିଆଯାଇଥିଲା। ସଂଯୋଜନା କମିଟିର ସଂପାଦକ ଅଜିତ ସାହୁ, କୋଷାଧ୍ୟକ୍ଷ ତ୍ରିଲୋକ୍ୟ ପଧାନ ଶାକୁଶ ଜଙ୍ଗଲରୁ ବିରଳ ଔଷଧୀୟ ବୃକ୍ଷ କୋଚିଳା,

ଗୋଜିଭା,ରାସ୍ନା,ବଣ ଓଉ,ବନ ପଲାଣ୍ଡୁ,ଭରତ ବାଟୁଳି,ସମରସିଙ୍ଗା,କମଳା ଗୁଣ୍ଡି ଆଦି ଅନେକ ବୃକ୍ଷକୁ ଚିହ୍ନଟ କରିଥିଲେ। ଏହା ପରେ ରାହୁଲ ନଦୀ ଓ ବୁଢାନଦୀର ସଙ୍ଗମ ସ୍ଥଳରେ ଥିବା ପୁରାତନ କାଳର ଶୈବପୀଠ ପରିଦର୍ଶନ କରିଥିଲେ।ବୈଦ୍ୟ ଦ୍ବାରିକା ନାଥ ରଣା,ଶରତ ଚନ୍ଦ୍ର ପଧାନ, ସରୋଜକାନ୍ତ ପ୍ରଧାନ,ମୋହନ ନାଏକ,ଧର୍ମାନନ୍ଦ ପଧାନ, କୁଳମଣି ମେହେର,ଜୟଚନ୍ଦ୍ର ଭୋଇ, କେଶବ ମାଝୀ, ଗଣେଶ ମାଝୀ ସହ ଅନେକ ବୈଦ୍ୟ କର୍ମକର୍ତ୍ତା ଏଥିରେ ସାମିଲ ହୋଇଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result