No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଫେବୃଆରୀ ଶୁକ୍ରବାର ) ରଣପୁର :- ନୟାଗଡ଼ ଜିଲ୍ଲା ରଣପୁର ଥାନା ରଣପୁରର ରାଜବାଟି ନୂଆସାହିର ବୁଲ ସ୍ୱାଇଁ ଙ୍କ ପୁଅ ଶିବ ଶଙ୍କର ସ୍ୱାଇଁ(୨୭) ଗତ କାଲିଠାରୁ ନିଖୋଜ ଥିବା ନେଇ ରଣପୁର ଥାନାରେ ଅଭିଯୋଗ କରିଛନ୍ତି ବୁଲ ସ୍ୱାଇଁ l ସୂଚନା ଯୋଗ୍ୟ ଯେ, ଗତକାଲି ଦିନ ୧ଘଣ୍ଟିକା ଠାରୁ ଘରୁ ନିଖୋଜ ଅଛନ୍ତି l ଶିବ ଶଙ୍କ ର ପରିବାର ତରଫରୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ସମୟରେ ଉପର ମଣିନାଗ ପାର୍କିଂ ପାଇଁ ହୋଇଥିବା ସ୍ଥାନ ରୁ ଶିବ ଶଙ୍କର ଙ୍କ ପରିବାର ବାଇକ୍ ଟିକୁ ପାଇଥିଲେ ।

ପୁଅ ନିଖୋଜ ଓ ଉପର ମଣିନାଗ ପାର୍କିଂ ଷ୍ଟାଣ୍ଡ ରୁ ବାଇକ୍ ମିଳିବା ଘଟଣା କେଉଁଠି ନା କେଉଁଠି ଏକ ଅପହରଣ ଘଟଣା କୁ ଘନିଭୁତ କରୁଛି । ଏନେଇ ରଣପୁର ଥାନା ଅଧିକାରୀ ଙ୍କ ସହ ଯୋଗାଯୋଗ କରିବାରୁ ଘଟଣା ର ବିଭିନ୍ନ ଦିଗରୁ ତଦନ୍ତ ଜାରୀ ରହିଥିବା ସୂଚନା ଦେଇଛନ୍ତି । (ରଣପୁର ପ୍ରତିନିଧି /ପ୍ରିୟମ୍ବଦା ମହାପାତ୍ରଙ୍କ ରିପୋର୍ଟ)
No Result
View All Result