ଓଡ଼ିଶା ତାଜା ନ୍ୟୁଜ (୧୮ ଫେବୃଆରୀ ଗୁରୁବାର) ଭୁବନେଶ୍ୱର/ବିଧାନସଭା :- ବଜେଟ ଅଧିବେଶନ ଆରମ୍ଭରୁ ହିଁ ହଙ୍ଗାମା କରି କକ୍ଷତ୍ୟାଗ କରିଛନ୍ତି । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରସଙ୍ଗକୁ ନେଇ କକ୍ଷ ତ୍ୟାଗ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆଜି ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ହେଲେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିବା ସହ କକ୍ଷତ୍ୟାଗ କରିଥିଲେ ।
କୋଟିଆ ପ୍ରସଙ୍ଗ ସହ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ସ୍ଥିତିକୁ ବିରୋଧ କରି କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ସୂଚନାଯୋଗ୍ୟ, ଆଜି ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଅଭିଭାଷଣରେ କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସନୀୟ ବୋଲି କହିଥିଲେ ।

ଏହାବ୍ୟତୀତ ରାଜ୍ୟ ସରକାର ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି କହିଥିଲେ । ଏହି ଅବସରରେ ଦିବଂଗତ ପୂର୍ବତନ ସଦସ୍ୟ, ସହିଦ ଯବାନ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏଥିସହ ରାଜ୍ୟପାଳ କହିଛନ୍ତି, କରୋନା ମହାମାରୀ ସତ୍ତ୍ୱେ ପିଲାଙ୍କ ପାଠପଢ଼ାରେ ବ୍ୟାହତ ହୋଇନି । ଶିକ୍ଷା ସଂଯୋଗ, ଦୀକ୍ଷା ଆପ୍, ଶିକ୍ଷା ଦର୍ପଣ ପ୍ରଦ୍ଧତି ଅବଲମ୍ବନ କରାଯାଉଛି ।

ସରକାର ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ପ୍ରତିବଦ୍ଧ । ଷ୍ଟାର୍ଟ୍-ଅପ୍ ଉନ୍ନତି ପାଇଁ ଷ୍ଟାର୍ଟ୍-ଅପ୍ ଓଡ଼ିଶା ଉପକ୍ରମ ଆରମ୍ଭ । ହସ୍ତତନ୍ତ ଶିଳ୍ପର ବିକାଶ ପାଇଁ ୫୨ କୋଟି ଟଙ୍କା ଯୋଗାଯାଇଛି। ସୁନ୍ଦରଗଡ଼ରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପ୍ରତିଷ୍ଠା କରାଯିବ। ତୃଣମୂଳ ସ୍ତରରୁ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସରକାରଙ୍କ ଉଦ୍ଦେଶ୍ୟ ।














