No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ଫେବୃଆରୀ ମଙ୍ଗଳବାର ) କଟକ :- କଟକ ସଦର ବିଜୁ ଯୁବ ଜନତା ଦଳର ସଭାପତି ଅମିୟ ପ୍ରଧାନ ( ଷମିଟୁ ) ଙ୍କ ଅକାଳ ବିୟୋଗରେ , ସୋମବାର ଦିନ କଟକ ସଦର ଥାନା ଅନ୍ତର୍ଗତ ଡାହାଳିଆବାଗ ହରପାର୍ବତୀ ପୂଜା କମିଟି ପକ୍ଷରୁ ଏକ ସ୍ମୃତି ଚାରଣ ସଭା, ଆଡ଼ଭୋକେଟ ତଥା ଡାହାଳିଆବାଗ ହରପାର୍ବତୀ ପୂଜା କମିଟିର ସଭାପତି ବଦ୍ରି ନାରାୟଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ, ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା ।
ଏହି ସ୍ମୃତି ଚାରଣ ସଭାରେ ପୂର୍ବତନ କର୍ପୋରେଟର କୌଶିକ୍ ଜେନା, ପାଇକସାହି ଗ୍ରାମ୍ୟ କମିଟିର ସଭାପତି ଦିଲିପ କୁମାର ସ୍ୱାଇଁ, ରବିନ୍ଦ୍ର ସ୍ୱାଇଁ, ତତ୍ରୈଲୋକ ପ୍ରଧାନ, ନଳିନୀ କାନ୍ତ ସେନାପତି, ୱ।ର୍ଡ଼ ସଭାପତି ସୁଶାନ୍ତ କୁମାର ମହାନ୍ତି, ପ୍ରହ୍ଲାଦ କର, ତପନ ଦାସ, ପ୍ରମ୍ମୁଖ ସ୍ୱର୍ଗତ ଅମିୟ ପ୍ରଧାନ ଙ୍କ ସ୍ମୃତି ଚାରଣ କରିଥିଲେ । ଅମିୟ ପ୍ରଧାନ କଟକ ସଦର ନିର୍ବାଚନ ମଣ୍ଡଳୀର ଯୁବକ ମାନଙ୍କୁ ସଂଗଠିତ କରି ବିଜେଡ଼ି ଦଳକୁ ମଜବୁତ କରିପାରିଥିଲେ । ତାଙ୍କର ଭଲପାଇବା ଏବଂ ସମସ୍ତଙ୍କୁ ଏକାଠି କରିବାରେ ସବୁବେଳେ ଆଗରେ ରହିଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result