No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଫେବୃଆରୀ ସୋମବାର ) ହିଞ୍ଜିଳିକାଟୁ :- ୨୦୧୯ ଫେବୃୟାରୀ ୧୪ ତାରିଖରେ ଜମ୍ମୁ-କାଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ ଜବାନ ସହିଦ ହୋଇଥିଲେ । ଉକ୍ତ ଘଟଣାକୁ ୨ବର୍ଷ ପୁରିଥିବା ବେଳେ ଏହି ଦିନକୁ ସାରା ଭାରତବର୍ଷ କଳା ଦିବସ ଭାବେ ପାଳନ କରି ଆସୁଛି । ଏହି ପରିପ୍ରେକ୍ଷୀରେ ହିଂଜିଳିକାଟୁ ପୌରାଂଚଳ ତ୍ରିରଙ୍ଗା ସେବା ସଂଘ ପକ୍ଷରୁ ସ୍ଥାନୀୟ ବସ ଟର୍ମିନାଲ ପରିସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ ସଂଘର ସଭ୍ୟ ମାନେ ଅମର ସହିଦ ମାନଙ୍କ ଉଦ୍ଦେଶ୍ୟରେ ସମୂହ ଦୀପଦାନ କାର୍ଯ୍ୟକ୍ରମର ଆୟୋଜନ କରିବା ସହ ଶ୍ରଦ୍ଧାଂଜଳି ଅର୍ପଣ ଓ ତାଙ୍କର ବିରତ୍ୱ ଗାଥାରେ ସ୍ମୃତିଚାରଣ କରିଥିଲେ । ସଂଘର ସଭାପତି ରଂଜନ ସାହୁଙ୍କ ତତ୍ୱାବଧାନରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଶିବଶମ୍ଭୁ ଗଉଡ଼, ହରପ୍ରସାଦ ସ୍ୱାଇଁ, ବସନ୍ତ ପାଢି, ବିମ୍ବାଧର ସାହୁ, ସରୋଜ ପାତ୍ର, ଶ୍ରୀକାନ୍ତ, ନିଳାଂଚଳ ମୁନି, ପୁରୁଷୋତମ ମଲ୍ଲ, ରୁଦ୍ରାକ୍ଷ ବାଡ଼ତ୍ୟା, କାହ୍ନୁ ଗଉଡ଼, ବଳରାମ ପାତ୍ର, ଅନାଦି ପାଣିଗ୍ରାହୀଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result