No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଫେବୃଆରୀ ସୋମବାର) କଳାହାଣ୍ଡି :- ରାଜ୍ୟର ଶ୍ରମଜୀବୀ ସଂଗଠନ, ମହିଳା ଶ୍ରମଜୀବୀ ସଂଗଠନ ସହ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ନାଗରିକ ବିକାଶ ସଂଗଠନ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗ୍ରାମରେ ମୋ ଚାଟଶାଳୀ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । କରୋନା ମହାମାରୀ ଯୋଗୁଁ ଦୀର୍ଘ ୯ ମାସ ଧରି ଛାତ୍ରଛାତ୍ରୀଙ୍କ ପାଠପଢା ଠପ୍ ହୋଇଯାଇଛି । ଏଥିପାଇଁ ଅନୁନ୍ନତ ପଛୁଆ ଜିଲ୍ଲାର ଗ୍ରାମୀଣ ଛାତ୍ରଛାତ୍ରୀଙ୍କୁ ଉତ୍ତମମାନର ଶିକ୍ଷା ପ୍ରଦାନ କରିବା, ଗାଁର ଗରିବ ପିଲାମାନଙ୍କୁ ସହରୀ ପିଲାଙ୍କ ସହିତ ସମକକ୍ଷ କରିବା ସହ ଅଭିଭାବକଙ୍କୁ ଶିକ୍ଷାର ମୂଲ୍ୟବୋଧ ବିଷୟରେ ଜ୍ଞାତ କରାଇ ଅତୀତର ଚାଟଶାଳୀ ଉପରେ ଯେପରି କାହାରି ନାଳି ଆଖି ନ ଥିଲା ।

ସେହି ମୂଲ୍ୟବୋଧଭିତ୍ତିକ ଶିକ୍ଷା ଉପରେ ନାଗରିକ ବିକାଶ ସଂଗଠନର ପ୍ରୟାସ ଆରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ ଲାଞ୍ଜିଗଡ଼ ବ୍ଲକରେ ପ୍ରାୟ ୫୦ ଗୋଟି ମୋ ଚାଟଶାଳୀ କେନ୍ଦ୍ର ମାନଙ୍କରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରିବା ପାଇଁ ନାଗରିକ ବିକାଶ ସଂଗଠନ ତରଫରୁ ଲାଞ୍ଜିଗଡ଼ ବ୍ଲକର କମର୍ଦ୍ଧା ପଞ୍ଚାୟତ, ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତ ଓ ଗୋବର୍ଦ୍ଧନପୁର ପଞ୍ଚାୟତର ବିଭିନ୍ନ ସ୍ଵେଚ୍ଛାସେବୀଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ଗତ

୧୦ ତାରିଖ ଠାରୁ ଆରମ୍ଭ ହୋଇଛି । ଲାଞ୍ଜିଗଡ଼ ବ୍ଲକର କମର୍ଦ୍ଧା ପଞ୍ଚାୟତର ବିଭିନ୍ନ ଗାଁରେ ସଂଗଠନର ମୋ ଚାଟଶାଳୀ ଅଭିଯାନ କାର୍ଯ୍ୟକ୍ରମରେ କମର୍ଦ୍ଧା ପଞ୍ଚାୟତର ସରପଞ୍ଚ କାନ୍ତି ପାତ୍ର, ଗ୍ରାମ୍ୟ କମିଟିର ମୁଖ୍ୟ ନୂଆଦେଇ କରୁଆଁ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଭୁତି ହରିଜନ, ସ୍ଵେଚ୍ଛାସେବୀ ବାଲମତୀ ପାତ୍ର,ଦିପା ପାତ୍ର,ମକରନ୍ଦ ମାଝୀ,ସାମନ୍ତ ମାଝୀ,ସାହିଲ ନାଏକ ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତରେ ଗ୍ରାମ୍ୟ କମିଟିର ସଭାପତି କୁମାରୀ ହରିଜନ,ଦୁଲଭି ହରିଜନ ଓ ସ୍ଵେଚ୍ଛାସେବୀ ସୁନୀଲ ହରିଜନ ଉପସ୍ଥିତ ରହି କାର୍ଯ୍ୟକ୍ରମ ଗୁଡିକକୁ ସହଯୋଗ କରିଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result