No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ଫେବୃଆରୀ ଶନିବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୌରାଂଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶନିବାର ଅଭିଭାବକ ଓ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଏକ ସମ୍ମିଳନୀ ବିଦ୍ୟାଳୟ ପରିସରରେ ଅର୍ନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀ ମାନଙ୍କ ଅଭିଭାବକ ମାନଙ୍କୁ ଚଳିତ ବର୍ଷ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାର ନିୟମାବଳୀ ସମ୍ପର୍କରେ ଅବଗତ କରାଯାଇଥିଲା । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପ୍ରତିହିତ ପରେ ରାଜ୍ୟ ଗଣଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ ପ୍ରକାରେ ୧୦ମ ଶ୍ରେଣୀ ଶିକ୍ଷାଥୀଙ୍କ ସକାଶେ ୧୦୦ ଦିନର ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି ।
ଚଳିତ ବର୍ଷ ପ୍ରତ୍ୟେକ ବିଷୟରେ ୧୦୦ ମାକେ ର୍ ପରିବର୍ତେ ୮୦ ମାର୍କ ପରୀକ୍ଷା ଅନୁଷ୍ଠିତ ହେବ । ସେଥିମଧ୍ୟରୁୁ ବସ୍ତୁନିଷ୍ଟ ୫୦ ମାର୍କ ଓ ବିଷୟ ଭିତିକ ଦୀର୍ଘ ଉତର ମୂଳକ ୩୦ ମାର୍କ ସକାଶେ ପରୀକ୍ଷା ଅନୁଷ୍ଠିତ ହେବ । ପୂର୍ବରୁ ୧୦୦ ମାର୍କେ ସକାଶେ ୨ଘଂଟା ୩୦ ମିନଟ ସମୟ ନିର୍ଘଂଟ କରାଯାଇଥିବା ବେଳେ ଚଳିତ ବର୍ଷ ୮୦ ମାର୍କ ସକାଶେ ୨ଘଂଟା ସମୟ ନିର୍ଘଂଟ କରାଯାଇଥିବା ନେଇ ଅଭିଭାବକ ମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ପରୀକ୍ଷା ସମୟରେ ସମସ୍ତ କୋଭିଡ଼ ଗାଇଡ଼ ଲାଇନ ଓ ବିଦ୍ୟାଳୟ ନିରାପତା ବ୍ୟବସ୍ଥା ଅନୁଯାୟୀ ଅନୁପାଳନ କରାଯିବ । ପରୀକ୍ଷା ଦର୍ପଣ ପୁସ୍ତିକା ଅନୁଯାୟୀ ପରୀକ୍ଷାର୍ଥ ମାନେ ପ୍ରସ୍ତୁତି କରିବାକୁ ଅଭିଭାବକ ମାନଙ୍କୁ ଅବଗତ କରାଯାଇଥିଲା । ଆୟୋଜିତ ବୈଠକରେ ବହୁ ଅଭିଭାବକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଧ ଉପସ୍ଥିତ ଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result