No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଫେବୃଆରୀ ଶୁକ୍ରବାର )ରାୟଗଡ :- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଂଚାୟତ ମାଣିକପାଟଣା ଠାରେ ଆଜି ଭାରତୀୟ ଜନତାପାର୍ଟି ର ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକଙ୍କ ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ପଂଚାୟତ ନିର୍ବାଚନ ରେ ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଂଚାୟତ ର ଚାରି ଗୋଟି ଗ୍ରାମ ମଧରୁ ଆଜି ମାଣିକପାଟଣା, ଗୁଡୁ ଖୁଡି, ଏହି ଦୁଇ ଗୋଟି ଗ୍ରାମକୁ ଏହି ନେତା ମାନେ ପରିଦର୍ଶନକରି ସ୍ଥାନୀୟ ଜନସାଧାରଣ ଙ୍କ ସହ ଆଲୋଚନା କରିଥିଲେ l ଏଥି ମଧ୍ୟରେ ଆନ୍ଧ୍ର ଟେକିଲି ଉପଜିଲ୍ଲାପାଳ, ମଦୁଷା ତହସିଲଦାର ପ୍ରମୁଖ

ମାଣିକପାଟଣା ଓଡିଶା ଠାରୁ ଆନ୍ଧ୍ର ସୀମା ନିର୍ଧାରଣ କରିବା ପାଇଁ ରାୟଗଡ଼ ତହସିଲଦାର ସୁଶ୍ରୀ ଲୀଲା ବତୀ ଆଚାର୍ଯ୍ୟ, ଜିରାଙ୍ଗ ରାଜସ୍ଵ ନୀରିଖକ ଶଶୀ ପଟ୍ଟନାୟକ ମପା, ମପି କାର୍ଯ୍ୟ ପରେ ରାଜ୍ୟ ବିଜେପି ଟିମ ସହ ଆନ୍ଧ୍ର ଉପଜିଲ୍ଲାପାଳଙ୍କ ମଧ୍ୟରେ କଥା ବାର୍ତା ଚାଲିଲା ଗଙ୍ଗାବାଡ଼ର ମାଣିକପାଟଣା ମେପ ଓଡିଶାର ବୋଲି ଦାବି ସହ ପ୍ରମାଣ ଦିଆଗଲା ଆନ୍ଧ୍ର ପଖରୁ କୌଣସି ମେପ ମାଧ୍ୟମରେ ପ୍ରମାଣ ଦେଖାଇ ପାରିଲେ ନାହିଁ ! କିଛି ସମୟ ପରେ ଆନ୍ଧ୍ର ରୁ ଆସିଥିବା ଉପଜିଲ୍ଲାପାଳ, ତହସିଲଦାର, ପଦାଧିକାରୀ ସେଠାରୁ ଉଠି ଚାଲିଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା !

ପରେ ଗଜପତି ଉପଜିଲ୍ଲାପାଳ ସହରାଜ୍ୟ ବିଜେପି ଟିମ ସହ ସେଠାରେ ଲାଗି ରହିଥିବା ସମସ୍ୟା ଉପରେ ଆଲୋଚନା ହୋଇଥିଲା ସ୍ଥାନୀୟ ବାସିନ୍ଦା ଙ୍କ ପ୍ରଥମ ଦାବିଥିଲା ଗଙ୍ଗାବାଡ଼ ଠାରୁ କଇପୁରୁ ଯାଏ ଅସମ୍ପୂନ ହୋଇ ରହିଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟ କରି ରାସ୍ତା ଖୋଲା ଗଲେ ଗମନା ଗମନ ସୁବିଧା ହୋଇପାରିବା ଶହ ଗଙ୍ଗାବଡ଼ ଠାରେ ଏକ ଦଶମ ଶ୍ରଣୀ ଯାଏ ଛାତ୍ର ଛାତ୍ରୀ ମାନଙ୍କ ପାଠ ପାଠପଢିବା ପାଇଁ ବ୍ୟବସ୍ଥା ଶହ ଏକ ସ୍ଥାୟୀ ଡାକ୍ତର ଖାନା କରାଯିବା ନିମନ୍ତେ ଦାବି ହୋଇଥିଲା ଏଥିରେ ରୟାଗଡ଼ ବିଜେପି ପକ୍ଷରୁ ଜିଲ୍ଲା ପରିଷଦ ସଭ୍ୟ ଜଗନ୍ନାଥ ଭୂୟାଁ,ପୂର୍ବତନ ବ୍ଲକ ଅଧକ୍ଷ ନବ କିଶୋର ଶବର,ମୋହନା ମିଡିୟା ସେଲ ପ୍ରମୁଖ ଉପସ୍ଥିତ ଥିଲେ ( ରିପୋର୍ଟ ସଞ୍ଜୀବ ପାଣି )
No Result
View All Result