No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଫେବୃଆରୀ ଶୁକ୍ରବାର )ରଣପୁର /ରିପୋର୍ଟ -ସୋନାଲି :- ରଣପୁର ନିର୍ବାଚନ ମଣ୍ଡଳୀ ର ତାରିଆ ପଞ୍ଚାୟତ ନଛିପୁର ଗ୍ରାମ ରେ ଦେଖିବାକୁ ମିଳିଛି ଉଦ୍ଧାର ହୋଇଥିବା ଦଶ ବୋଝ କଉଡି ସହିତ ମାଟି ଘମ । ରଣପୁର ନଛି ପୁର ଗ୍ରାମ ରେ ମାଟି ଖୋଳୁ ଖୋଳୁ ମିଳିଲା କଉଡ଼ି । ଗୋଟେ କି ଦୁଇଟି ନୁହେଁ ପୂରା ୧୦ ଝୁଡି କଉଡି ମାଟି ତଳୁ ମିଳିବା ବଡ଼ ବିସ୍ମୟକର ଵିଷୟ ଏବଂ ବହୁ ବର୍ଷ ହେଲା ମାଟି ତଳେ ଧନ ସଞ୍ଚୟ କରି ସୁରକ୍ଷିତ ଭାବେ ରଖାଯାଇଥିବା ମନେ ହେଉଛି ଯାହାକି ଧୀରେ ଧୀରେ ମାଟି ଗଭୀର କୁ ତଥା ପୋତି ହୋଇଯାଇଥିଲା ।

ଉକ୍ତ ଗ୍ରାମ ର ନାରାୟଣ ସାହୁ ନାମକ ବ୍ୟକ୍ତି ଙ୍କ ଘରୁ ବହୁ ବର୍ଷ ରୁ ପୋତା ହୋଇଥିବା ଏହି କଉଡି ପୂର୍ଣ୍ଣ ଘମ ମିଳିଥିବା ଜଣା ଯାଉଛି । ସେହି ଗ୍ରାମର ନାରାୟଣ ସାହୁ ତାଙ୍କର ପୁରୁଣା ଘରକୁ ଭାଙ୍ଗି ନୂତନ ଘର ନିର୍ମାଣ ଉଦେଶ୍ୟରେ ନିଅଁ ଖୋଳାଉଥିଲେ । ତେବେ ଶ୍ରମିକ ମାନେ ମାଟି ଖୋଳିବା ସମୟରେ ୪ ଫୁଟ ତଳେ ୫ ଫୁଟ ଉଚ୍ଚତାର ଏକ ବିଶାଳ ମାଟି ଘମକୁ ଦେଖିଥିଲେ ଏବଂ ଉକ୍ତ ଘମ ଭିତରେ କଉଡ଼ି ପୂର୍ଣ୍ଣ ଥିବା ଦେଖିବାକୁ ପାଇଲେ ଶ୍ରମିକ ମାନେ । ପ୍ରାୟ ୧୦ ଝୁଡ଼ି କଉଡ଼ି ଉକ୍ତ ଘମରେ ରହିଥିଲା ଏବଂ ସମସ୍ତ କଉଡ଼ି ସୁରକ୍ଷିତ ଥିବା ଦେଖିବାକୁ ମିଳିଛି ।

ତେବେ କୁହାଯାଉଛି ଯେ ପୁରାତନକାଳରେ ତଥା ରଜା ରାଜୁଡା ଅମଳ ରେ କଉଡ଼ିକୁ ପ୍ରଚଳିତ ଟଙ୍କା ଆକାରରେ ବ୍ୟବହାର କରାଯାଉଥିଲା ଯାହାର ମୂଲ୍ୟ ବର୍ତ୍ତମାନ ସମୟର ଟଙ୍କା ସହ ସମାନ ହେବ । ପୂରାତନ ଯୁଗ ରେ ଲୋକଙ୍କ ପାଖରେ ଟଙ୍କା ବଦଳରେ କଉଡି ର ଚଳପ୍ରଚଳ ବହୁ ଲୋକ ଙ୍କ ଜୀବନ ଜୀବିକା ର ମୁଳ କାରଣ ଥିଲା । ଯାହାକୁ ନେଇ ଲୋକେ ଜିନିଷ ପତ୍ର କିଣି ପାରୁଥିଲେ । ଯାହାର ଲୋପ ପାଇ ଏବେ ଟଙ୍କା ର ଚଳ ପ୍ରଚଳ ଯୁଗରେ ଏଭଳି କଉଡି ମିଳିବା ଲୋକ ଙ୍କ ମନରେ ବିସ୍ମୟକର ପରିସ୍ଥିତି ସୃଷ୍ଟି କରିବା ଭଳି ।

ପୂରାତନ ଯୁଗରେ ଧନ ସଞ୍ଚିତ ହେତୁ କୌଣସି ବ୍ୟାଙ୍କ ସେବା ନଥିଲା ଫଳସ୍ବରୂପ ଲୋକ ଙ୍କୁ ଧନ ସଞ୍ଚିତ ପାଇଁ ଗୁପ୍ତ ସ୍ଥାନ ଭଳି ମାଟିତଳେ ପୋତି ଦେଉଥିଲେ । ଏବଂ ଯାହାକି ସବୁଠୁ ସୁରକ୍ଷିତ ଗୁପ୍ତ ସ୍ଥାନ ଥିଲା । ପୂର୍ବ ପୁରୁଷ ଅମଳରେ ଏତେ ପରିମାଣ ର କଉଡି କୁ ସଞ୍ଚିତ ଅର୍ଥ ରେ ମାଟି ତଳେ ପୋତି ଦିଆଯାଇଥାଇପାରେ ବୋଲି କୁହାଯାଉଛି । ଏହାକୁ ଦେଖିବାକୁ ସ୍ଥାନୀୟ ଲୋକ ଙ୍କ ଭିଡ଼ ଜମି ରହିଥିବା ଦେଖିବାକୁ ମିଳିଛି ।
No Result
View All Result