ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବୃଆରୀ ମଙ୍ଗଳବାର ) ଓଡ଼ଗାଁ :- ଓଡ଼ଗାଁ ଆଦର୍ଶ ଥାନା ଏବଂ ରଘୁନାଥ ସମବାୟ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଓଡ଼ଗାଁ ଆଦର୍ଶ ଥାନା ଆଇ.ଆଇ.ସି ପ୍ରଜ୍ଞା ପାରମିତା ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଠାରୁ କଲେଜ ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଧରି ଏକ ସଚେତନତା ରାଲି ବାହାରି ସିନେମାହଲ ଛକ ପର୍ଯ୍ୟନ୍ତ ଯାଇଥିଲା ।ଜୀବନ ବହୁତ ମୂଲ୍ୟବାନ ଏହାର ଯତ୍ନନେବା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ ।















