No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୭ ଫେବୃଆରୀ ରବିବାର ) ରଣପୁର :- ଜଣେ ମହିଳାକୁ ପିଲା ଚୋର ସନ୍ଦେହରେ ଅଟକ ରଖି ରଣପୁର ବ୍ଲକର ବାମ୍ବଡ଼ା ଗ୍ରାମବାସୀ ପୁଲିସ ଜିମା ଦେଇଥିବା ଜଣା ପଡିଛି l ଖବର ନେବାରେ ଜଣା ଯାଏ ଯେ ଆଜି ବାମ୍ବଡ଼ା ଗ୍ରାମରେ ସନ୍ଦେହ ଜନକ ଭାବେ ବୁଲୁ ଥିବା ଦେଖିବାକୁ ମିଳିଥିଲା l କିଛି ଗ୍ରାମବାସୀ ତାଙ୍କୁ ପଚାରିବାରୁ ସେ ହିନ୍ଦୀ ଭାଷାରେ ଉତ୍ତର ଦେଇଥିଲେ l ତାଙ୍କ ବ୍ୟାଗଟିକୁ ଦେଖିଲା ବେଳେ ସେଥିରୁ ଛୋଟ ପିଲାଙ୍କ ଚପଲ, ଚକୋଲେଟ ମିଳିଥିଲା l

ସେ ମହିଳା ଜଣଙ୍କ ଗ୍ରାମବାସୀଙ୍କୁ ଠିକ ଭାବେ କଥା କହି ନ ଥିଲେ l ସନ୍ଦେହ କରି ଗ୍ରାମବାସୀମାନେ ପୁଲିସକୁ ଖବର ଦେଇଥିଲେ l ଖବର ପାଇ ରଣପୁର ସବ-ଇନ୍ସପେକ୍ଟର ପ୍ରୀତି ପ୍ରକାଶ ମହାନ୍ତି ଘଟଣା ସ୍ଥଳରେ ପହଂଚି ମହିଳା ଜଣଙ୍କୁ ଥାନାକୁ ନେଇ ଅଟକ ରଖି ଥିଲେ l ଏ ସମ୍ପର୍କରେ ସବ-ଇନ୍ସପେକ୍ଟର ପ୍ରୀତି ପ୍ରକାଶ ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ମହିଳାଙ୍କର ଘର ଝାଡ଼ଖଣ୍ଡ ଓ ସେ ମାନସିକ ବିକାର ଗ୍ରସ୍ତ ବୋଲି ମତ ଦେଇଛନ୍ତି l(ରଣପୁର ପ୍ରତିନିଧି ପ୍ରିୟମ୍ବଦା ମହାପାତ୍ରଙ୍କ ରିପୋର୍ଟ)
No Result
View All Result