No Result
View All Result
ଓଡ଼ିଶା ତାଜା ନ୍ୟୁଜ (୪ ଫେବୃଆରୀ ଗୁରୁବାର ) ରଣପୁର :- ଦିବଂଗତ ବୋଲଗଡ ବେଗୁନିଆ ଅଂଚଳ ର ବିଧାୟକ ସୁରେନ୍ଦ୍ର ନାଥ ମିଶ୍ର ଙ୍କ ବିୟୋଗ ର ଦ୍ୱାଦଶ ତୀଥି ରେ ତାଙ୍କ ସୁନାଖଳା ମିଶ୍ର ସାହି ସ୍ଥିତ ବାସଭବନ ଠାରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଅଛି । ସ୍ୱର୍ଗତ ମିଶ୍ର ଜଣେ ପରୋଉପକାରୀ ସମାଜସେବୀ ମିଷ୍ଟବାସୀ ବ୍ୟକ୍ତିଥିଲେ । ସେ ୧୯୯୦ ରୁ ୧୯୯୫ ମସିହା ପର୍ଯ୍ୟନ୍ତ ବୋଲଗଡ ବେଗୁନିଆ ନିର୍ବାଚନ ମଣ୍ଡଳୀ ରେ ଚକ୍ର ଚିହ୍ନରେ ବିପୁଳ ସଂଖ୍ୟାରେ ବିଜୟ ଲାଭକରିଥିଲେ । ତେବେ ଭୂବନେଶ୍ୱର ଖଣ୍ଡଗିରି ଧର୍ମବିହାର ସ୍ଥିତ ବାସଭବନ ଠାରେ ୨୪/୦୧/୨୦୨୧ ରେ ଅପରାହ୍ନ ସମୟରେ ମୃତ୍ୟୁ ବରଣ କରିଥିଲେ ।

ମୃତ୍ୟୁ ବେଳ କୁ ୬୭ ବର୍ଷ ହୋଇଥିଲା ତାଙ୍କର ଗୋଟିଏ ପୁଅ ଦୁଇ ଗୋଟି ଝିଅ ଥିବା ଜଣାପଡିଛି । ତେବେ ଏହି ଦ୍ୱାଦଶ ତୀଥିରେ ଅନୁଷ୍ଠିତ ହୋଇଥିବା ସ୍ମୃତି ସଭାରେ ବିଜୁ ଜନତା ଦଲର ଭୂବନେଶ୍ୱର ଲୋକସଭା ପ୍ରାଥି ଅରୁପ ପଟ୍ଟନାୟକ ,ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ , ବୋଲଗଡ ବେଗୁନିଆ ବିଧାୟକ ରାଜେନ୍ଦ୍ର ପ୍ରସାଦ ସାହୁ , ଖୋର୍ଦ୍ଧା କୋପର୍ଟିଭି ବ୍ୟାଙ୍କ ନିର୍ଦେଶକ ପ୍ରଫୁଲ ପ୍ରଧାନ , ଜିଲ୍ଲା ବିଜୁ ଜନତା ଦଳ ର ସମ୍ପାଦକ ସଚ୍ଚିକାନ୍ତ ସଢଙ୍ଗି ପ୍ରମୁଖ ଶହେ ରୁ ଉର୍ଦ୍ଧ ବୁୁଦ୍ଧୀଜୀବି ଉପସ୍ଥିତ ରହି ଶୋକସନ୍ତପ ପରିବାର କୁ ଆସୀମ ଧର୍ଯ୍ୟ ଧରିବାକୁ ସାହସ ଓ ଆଶ୍ୱାସନା ଦେବା ସହ ସ୍ୱର୍ଗତ ମିଶ୍ରଙ୍କ ମୃତ୍ୟୁ ରେ ରଣପୁର ଓ ବୋଲଗଡ ବେଗୁନିଆ ଅଂଚଳ ରେ ଜଣେ ଦିବଂଗତ ନେତା ପରୋଉପକାରୀ ମଣିଷ କୁ ହରାଇଲା ବୋଲି ମତ ବ୍ୟକ୍ତ କରିଥିଲେ ।
No Result
View All Result