No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨,ଫେବ୍ରୁଆରି,ମଙ୍ଗଳବାର ) କଟକ :- ଭୁବନେଶ୍ୱର ଜାତୀୟ ରାଜପଥ କଡ଼ରେ ଥିବା , ସିଏମସି ୫୯ ନମ୍ବର ୱ।ର୍ଡ଼ର ବମ୍ଫକୁଦ ଠାରେ , ଫୁଲନଖରା ଡିଷ୍ଟିବ୍ୟୁଟାରୀ କେନାଲ ଉପରେ ୪୦ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମିତ ହେବ ଏକ ନୂତନ ବ୍ରିଜ । ଏଥି ପାଇଁ ମଙ୍ଗଳବାର ଦିନ କଟକ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସହକାରୀ ଯନ୍ତ୍ରୀ ଇଞ୍ଜିନିୟର ପ୍ରହଲ୍ଲାଦ ବାରିକ ଙ୍କ ଉପସ୍ଥିତିରେ ବମ୍ଫକୁଦ ଗ୍ରାମ୍ୟ କମିଟିର ସଭାପତି ନଗେନ୍ଦ୍ର ଜେନା ନଡ଼ିଆ ଭାଙ୍ଗି ଶୁଭ ଦେଇଥିଲେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ୱ।ର୍ଡ଼ର ପୂର୍ବତନ କର୍ପୋରେଟର ପ୍ରମୋଦ କୁମାର ମହାପାତ୍ର , କନିଷ୍ଠ ଯନ୍ତ୍ରୀ ଇଞ୍ଜିନିୟର ପ୍ରଶନ କୁମାର ସାହୁ, ବିପ୍ର ଚରଣ ଭୋଳ, ବଲ୍କଭ ଜେନା , ପୁନାନନ୍ଦ ଜେନା, ବିଚିତ୍ରା ନନ୍ଦ ଦଳାଇ, ପ୍ରଦ୍ୟୁମ୍ନ ଜେନା, ଜବିର ସା, ପ୍ରମୁଖ ଉପସ୍ଥିତ ଥିଲେ ।

ବମ୍ଫକୁଦ ଠାରେ ଥିବା ବ୍ରିଜ ଟି ପୁରୁଣା ହୋଇ ଯାଇଥିବାରୁ ଭାଙ୍ଗି ରୁଜି ଗଲାଣି , ଯାହା ଫଳରେ ଏକ ସମୟରେ ଦୁଇଟି ଗାଡ଼ି ଯାଆସ କରିବାରେ ଅସୁବିଧା ହେଉଥିଲା । ଏହି ବ୍ରିଜ ଦେଇ ଆଖପାଖ ଅଞ୍ଚଳରେ ଶହଶହ ଲୋକ ଯାଆସ କରିଛନ୍ତି । ଏଠାରେ ଏଖ ନୂତନ ବ୍ରିଜ କରିବା ପାଇଁ ବମ୍ଫକୁଦ ଏବଂ ଆଖପାଖ ଗ୍ରାମର ଜନସାଧାରଣ ଦାବି କରିଆସୁଥିଲେ । ବିଳମ୍ବ ହେଲେ ମଧ୍ୟ ନୂତନ ବ୍ରିଜର ଶିଳାନ୍ୟାସ କାର୍ଯ୍ୟ କରାଯାଇଛି । ଏହି ବ୍ରିଜର ନିର୍ମାଣ କାର୍ଯ୍ୟ ତିନିମାସ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ ରହିଛି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result