No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୩୧ ଜାନୁଆରି ,ରବିବାର ) ହିଞ୍ଜିଳିକାଟୁ :- ପୌରାଂଚଳର ବିଭିନ୍ନ ସାହି ବସ୍ତିରୁ ଆବର୍ଜନା ସଂଗ୍ରହ ଗାଡ଼ି ସହାୟତାରେ ସଂଗୃହୀତ ଆବର୍ଜନାକୁ ବର୍ଜ୍ୟବସ୍ତୁ ପରିଚାଳନା ଓ ପୃଥୀକିକରଣ କେନ୍ଦ୍ରରେ ପୁନଃଚକ୍ରି କରାଯାଇ ଜୈବିକ ଖତ ପ୍ରସ୍ତୁତ କରାଯାଉଛି । ସ୍ଥାନୀୟ ଏମସିସି ଓ ଏମଆରଏଫ କେନ୍ଦ୍ରରୁ ବାହାରୁଥିବା ପ୍ଳାଷ୍ଟିକ ଓ ଜରିକୁ ଅଲଗା ବାହାର କରି ପୁନଃ ବ୍ୟବହାର ଅଯୋଗ୍ୟ ଭାବେ ଅଲଗା ମହଜୁଦ କରାଯାଇଥାଏ । ରବିବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳିକାଟୁ ଗ୍ରସ୍ତରେ ଆସି ପୌରାଂଚଳ ସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ଓ ପୃଥୀକିକରଣ କେନ୍ଦ୍ର ବୁଲି ଦେଖିଥିଲେ । କେନ୍ଦ୍ରରେ ମହଜୁଦ ରହିଥିବା ପୁନଃ ବ୍ୟବହାର ଅଯୋଗ୍ୟ ପ୍ଳାଷ୍ଟିକକୁ ରାଜଗାଙ୍ଗପୁର ଏକ ସିମେଂଟ କାରଖାନାକୁ ପଠାଯାଇଛି ।
ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଓ ଗ୍ରୀନୱାର୍ମ ଅଫ୍ ଓଡ଼ିଶାର ପ୍ରକଳ୍ପ ପରିଚାଳକ ବିଷ୍ଣୁପ୍ରସାଦ ସାହୁ ଯୋଗଦେଇ ରାଜଗାଙ୍ଗପୁର ଅଂଚଳକୁ ପଠାଯାଉଥିବା ଯାନକୁ ସବୁଜ ପତକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ସଂପୃକ୍ତ ପୁନଃ ବ୍ୟବହାର ଅଯୋଗ୍ୟ ପ୍ଳାଷ୍ଟିକ ରପ୍ତାନି କରିବାରେ ଗଞ୍ଜାମ ଜିଲ୍ଲାରେ ହିଞ୍ଜିଳିକାଟୁ ପୌରାଂଚଳ ପ୍ରଥମ ବୋଲି ଜିଲ୍ଲାପାଳ କୁଲାଙ୍ଗେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୌର କାର୍ଯ୍ୟ ନିର୍ବାହୀ ଅର୍ଧିକାରୀ ଡ଼ଃ. ମନୋରଂଜନ ସାହୁ, ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ପ୍ରସନ କୁମାର ପାତ୍ରଥାନା ଆଇଆଇସି ଅଭିମନ୍ୟୁ ଦାସ, ସାନିଟାଇଜର ଏକ୍ସପୋର୍ଟ ଅଭିଜିତ ପୁରୋହିତ, କନିଷ୍ଠ ଯନ୍ତ୍ରୀ ମାନଓ ରଂଜନ ଦାଶ, ଇ. କିଶାନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result