No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୧ ଜାନୁଆରି,ରବିବାର) ଯାଜପୁର :- ଯାଜପୁର ଜିଲ୍ଲା ଅନ୍ତର୍ଗତ ଶଙ୍ଖଚିଲା ସ୍ଥିତ ମା ହିଙ୍ଗୁଳାଙ୍କ ପୀଠରେ ଓଡିଶା ବ୍ରାହ୍ମଣ ସମିତି ଓ ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ପକ୍ଷରୁ ବିଶ୍ଵ ଶାନ୍ତି ଚଣ୍ଡୀ ଯଜ୍ଞ ଓ ରାଜ୍ୟ ସ୍ତରୀୟ ବ୍ରାହ୍ମଣ ମହା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବ୍ରାହ୍ମଣ ସମିତି ର ସଭାପତି ପ୍ରାଚାର୍ଯ୍ୟ ମନୋଜ କୁମାର ପାଣିଗ୍ରାହୀ ଙ୍କ ନିର୍ଦ୍ଦେଶରେ ଏହି ବିଶାଳ ବ୍ରାହ୍ମଣ ସଭାରେ ପଣ୍ଡିତ ଅରୂପା ନନ୍ଦ କର ସଭାପତିତ୍ବ କରିଥିଲେ, ମୁଖ୍ୟ ଅତିଥି, ସତ୍ୟାନନ୍ଦ ଦାଶ ମହାରାଜ,ପଣ୍ଡିତ ଜିତୁ ଦାଶ, ସମ୍ମାନିତ ଅତିଥି ରାଷ୍ଟ୍ରୀୟ ସଂଗଠନ ପ୍ରଭାରୀ ଅଶୋକ କୁମାର ମିଶ୍ର ଏବଂ ମୁକ୍ତି ମଣ୍ଡପ ପଣ୍ଡିତ ମହାସଭା ର ବିଚିତ୍ରାନନ୍ଦ ମିଶ୍ର,ରାଷ୍ଟ୍ରୀୟ ସଚିବ ଅମିୟ ରଞ୍ଜନ ଶତପଥୀ, ପ୍ରଦେଶ ସଚିବ ପଣ୍ଡିତ ଦୀପକ କୁମାର ଷଡଙ୍ଗୀ,

ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଜେନ୍ଦ୍ର ଦାଶ, ଯାଜପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ପାଳ ସନ୍ତୋଷ ମିଶ୍ର ,ବରେନ୍ୟ ଅତିଥି, ଯାଯପୁର ଜିଲ୍ଲା ମିଡ଼ିଆ ପ୍ରଭାରୀ ଚିନ୍ତାମଣି ପାଢ଼ୀ,ଙ୍କୁ ଉତ୍ତରୀୟ, ପୁଷ୍ପମାଲ୍ୟ ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ଏହାସହିତ ଯାଜପୁର ଜିଲ୍ଲାର ମୁଖ୍ୟ ପଣ୍ଡିତ ଅରୂପା ନନ୍ଦ କର ଙ୍କ ଦ୍ଵାରା ରଚିତ ଏକ ନୂତନ ଗୁରୁ ବନ୍ଦନା କୁ ଉନ୍ମୋଚନ କରିବା ସହିତ ଅରୂପା ନନ୍ଦ କର ମୋହଦୟଙ୍କୁ କର୍ମ କାଣ୍ଡ ରତ୍ନ ସମ୍ମାନ ରେ ସମ୍ମାନିତ କରିବା ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା ବ୍ରାହ୍ମଣ ଦେବତା ଓ ଯାଜପୁର ଜିଲ୍ଲାର ସାମ୍ବାଦିକ ମାନଙ୍କୁ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଓଡ଼ିଶା ର ବିଭିନ୍ନ ଜିଲ୍ଲାରେ ଆଗାମୀ ଦିନରେ କିପରି ସଙ୍ଗଠନ ସୁଦୃଢ ହୋଇ ପାରିବ ସେହି ବିଷୟରେ ପଦାଧିକାରୀ ମାନେ ଆଲୋଚନା କରିଥିଲେ। ଉପସ୍ଥିତ ପଦାଧିକାରୀ ଗଣ କୁନା ଚନ୍ଦ୍ର ପାଢ଼ୀ, ପ୍ରମୁଖ ଯୋଗଦାନ କରିଥିଲେ।
No Result
View All Result