No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ ଝୋଲା ଠାରେ ଗାନ୍ଧୀ ଜନ ସଚେତନା ସ୍ମୃତି କମିଟି ପକ୍ଷରୁ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଗାନ୍ଧୀ ଓ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସମ୍ବିଧାନ ର ବ୍ୟାଖ୍ୟା କରିଥିଲେ।ତତ୍ ସହିତ ମହାତ୍ମା ଗାନ୍ଧୀ ଙ୍କ ଅହିଂସା ନୀତି ,

ଏବଂ ଅଞ୍ଚଳ ର ବିକାଶ ପାଇଁ ମାନସିକତା ର ପରିବର୍ତନ ସହ ଏକତା ର ମନ୍ତ୍ର ଦେଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । କରୋନା ଯୋଦ୍ଧା ଭାବେ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘ ର ସାମ୍ବାଦିକ ମାନଙ୍କୁ ଏବଂ ଉତ୍କୃଷ୍ଟ କଳା ପରିବେଷଣ କରିଥିବା ଦୃଷ୍ଟିହୀନ ସାଂସ୍କୃତିକ ପରିଷଦ ର ଦୃଷ୍ଟିହୀନ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଦଶପଲ୍ଲା ବିଧାୟକ ।

ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶା ସମଲ୍,ବିଜେଡ଼ି ଉପ ସଭାପତି ମୂରଲୀଧର ଜେନା,ସ୍ଥାନୀୟ ସମିତି ସଭ୍ୟା,ଗାନ୍ଧୀ ସଚେତନ ସ୍ମୃତି କମିଟି ସଭାପତି ସୁଶାନ୍ତ କୁମାର ପଢିଆରି, ରତାଦେଇ ଉନ୍ନୟନ କମିଟି ସଭାପତି ସଞ୍ଜୀବ କୁମାର ଡାକୁଆ ପ୍ରମୁଖ ଯୋଗ ଦେଇଥିଲେ । (ଦଶପଲ୍ଲା/ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )
No Result
View All Result