No Result
View All Result
ଓଡିଶା ତାଜା ନ୍ୟୁଜ୍ (୨୩ ଜାନୁଆରୀ ,ଶନିବାର )ବଡ଼ଚଣା :- ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ସ୍କୁଲ ନିକଟରେ ବରିଷ୍ଠ ସାମ୍ବାଦିକ ଅନିଲ ବାବୁ, ବାବା ଭୈରବା ନନ୍ଦ ମହାବିଦ୍ୟାଳୟର ଅଧ୍ୟାପକ ବିଜୟ ସାର୍, ଅଧ୍ୟାପକ ତପନ ସାର୍, ଅଭିନାଶ, ଅନ୍ୟ ସାମ୍ବାଦିକ, ଶିକ୍ଷକ ଓ ଅଧ୍ୟାପକ ଙ୍କ ସହ ସମାଜସେବୀ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦିକା ତଥା ମହିଳା ସଭାନେତ୍ରୀ ଶ୍ରୀମତୀ ମନୋରମା ଆଚାର୍ଯ୍ୟଙ୍କ ସହ ବିଜୁ ଜନତା ଦଳର ବହୁ ଯୁବ ନେତା ଙ୍କ ସମେତ ଶ୍ରୀଯୁକ୍ତ ଗଣେଶ୍ୱର ବରାଳ ମଧ୍ୟ ଯୋଗ ଦେଇଥିଲେ ।

ଭାରତର ଦୁଇ ବୀର ପୁତ୍ର ତଥା ସ୍ୱାଧୀନତା ସଂଗ୍ରାମର ଅନ୍ୟତମ କର୍ଣ୍ଣଧର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଫୁଲମାଳା ଅର୍ପଣ କରି ସତ୍ୟର ପଥେ ଯିବା ଓ ଦେଶ ପାଇଁ କିଛି କରିବା ପାଇଁ ପରାମର୍ଶ ଦେଇ ଦୁଃଖ ପ୍ରକାଶ କରିବା ସହ ୨ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ( ରିପୋର୍ଟ ବିକାଶ ସାହୁ )
No Result
View All Result