No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଜାନୁଆରୀ ଗୁରୁବାର ) ଧରାକୋଟ :- ୧୩୩ କେଭି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ଯିବାକୁ ନେଇ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ । ଧରାକୋଟ ବ୍ଲକ ଅନ୍ତର୍ଗତ କେ.ରାମଚନ୍ଦ୍ରପୁର ନିକଟସ୍ଥ ୫୯ନଂ ଜାତୀୟ ରାଜପଥ ନିକଟରେ ଗ୍ରାମବାସୀ ଉକ୍ତ ଉଚ୍ଚ କ୍ଷମତା ସମ୍ପନ୍ନ ତାରକୁ ନ ନେବାପାଇଁ ରାସ୍ତାରୋକ କରିଥିଲେ । ଏହି ଅଞ୍ଚଳ ଏକ କୃଷି ପ୍ରଧାନ ଅଞ୍ଚଳ। ସେଥିପାଇଁ ଗ୍ରାମବାସୀ ଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଥିଲା ବେଳେ ପାଖରେ କେ.ରାମଚନ୍ଦ୍ରପୁର ଗ୍ରାମ ଥିବାରୁ ବିପଦ ଶଙ୍କୁଳ ଅବସ୍ଥା ଉପୁଜିବା ଆଶଙ୍କା କରି ଉକ୍ତ ରାସ୍ତାରୋକ କରାଯାଇଥିବା ଜଣାପଡିଛି । ପୂର୍ବରୁ ଗ୍ରାମବାସୀ ମାନେ ତହସିଲଦାର ଙ୍କ ଜରିଆରେ ବିଦ୍ୟୁତ ବିଭାଗ କୁ ଲିଖିତ ଭାବେ ଜଣାଇଥିଲେ । ଏହାର ସମାଧାନ ନହୋଇ ଜମିଖୋଳି ତାର ସଂଯୋଗ ନିମନ୍ତେ କାର୍ଯ୍ୟ ଜାରି ରଖିବାରୁ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଆନ୍ଦୋଳନ କରିଥିଲେ ।
ଏମିତିକି ମାଟିଖୋଳୁଥିବା ଜେସିବି କୁ ଟେକାପଥର ଫୋଫାଡିବାର ଦୃଶ୍ୟ ପରିଲକ୍ଷିତ ହୋଇଥିଲା । ଫଳରେ ଆସିକା ଏସ.ଡି.ପି.ଓ ସୂର୍ଯମଣି ପ୍ରଧାନ ଙ୍କ ନେତୃତ୍ୱରେ ଧରାକୋଟ ପୋଲିସ ପକ୍ଷରୁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଧରାକୋଟ ଥାନା ଅଧିକାରୀ ସହଦେବ ପ୍ରଧାନ,ବଡଗଡ ଥାନା ଅଧିକାରୀ ଶ୍ରୀ ପ୍ରତାପଚନ୍ଦ୍ର ତ୍ରିପାଠୀ ,ଧରାକୋଟ ତହସିଲଦାର କବିରାଜ ପ୍ରଧାନ ଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ସମସ୍ୟାର ସମାଧାନ ନିମନ୍ତେ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିଥିଲେ । ବହୁ ଯୁକ୍ତିତର୍କ ହେବା ପରେ ଶେଷରେ ତାର ବିଛାଇବା ପାଇଁ ଖୋଳାଯାଇଥିବା ସ୍ଥାନକୁ ପୋତାଯିବା ସହ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟ ବନ୍ଦ ରଖାଯାଇଛି । ଜିଲ୍ଲାପାଳ ଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି ତହସିଲଦାର ଶ୍ରୀ କବିରାଜ ପ୍ରଧାନ । ( ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result