No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୬ ଜାନୁଆରୀ ଶନିବାର ) ପଦ୍ମପୁର :- ଆଜି ସାରା ଦେଶରେ କରୋନା ମହାମାରୀ ରୁ ରକ୍ଷା ପାଇବା ପାଇଁ ଟୀକା କରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କ୍ରମରେ ଆଜି ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟ ଏମସିଏଚ ବିଲଡିଂ ଟୀକା କରଣ କେନ୍ଦ୍ରରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦାନ କରି ଟୀକା କରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଟୀକା କରଣ ସମ୍ବନ୍ଧୀୟ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଟୀକା କରଣ ପ୍ରବେଶ ଦ୍ବାରରେ ଥର୍ମାଲ ସ୍ମାନିଂ,ହାତ ସାନିଟାଇଜ୍ ସହିତ ପରିଚୟ ପତ୍ର ଯାଞ୍ଚ କରି ରେଜିଷ୍ଟଭୁକ୍ତ ମୋବାଇଲ୍ ରେ ଟୀକା କରଣ ସମ୍ବନ୍ଧୀୟ ବାର୍ତ୍ତା ନିରୀକ୍ଷଣ କରାଯାଇ ବିଶ୍ରାମ ଗୃହକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା ।

ଟୀକା କରଣ ପାଇଁ ବିଶ୍ରାମ ଗୃହ,ଟୀକା କରଣ ଗୃହ ଓ ନୀରିକ୍ଷଣ ଗୃହ ପ୍ରସ୍ତୁତି କରାଯାଇଥିଲା । ଟୀକା କରଣ ରେ ପ୍ରଥମ ଟୀକା ଉପଖଣ୍ତ ଚିକିତ୍ସାଳୟର ବରିଷ୍ଠ କର୍ମଚାରୀ ଶ୍ରୀ ଲମ୍ବୋଦର ପଟେଲଙ୍କୁ ପ୍ରଦାନ କରାଯାଇଥିଲା । ଆଜି ରେଜିଷ୍ଟ୍ରିଭୁକ୍ତ ୧୦୦ ଜଣ ସ୍ବାସ୍ଥ୍ୟ କର୍ମୀ ଙ୍କୁ ଡଃ ତହସିଲ ସାହୁ ଉପସ୍ଥିତ ରହି ସମସ୍ତ ବ୍ଯବସ୍ଥା ର ତଦାରଖ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ସୁଶ୍ରୀ ଦୀପ୍ତିମୟୀ ଭୁଏ,ହସପିଟାଲ ମେନେଜର ଶ୍ରୀ ଦିବ୍ଯ କୁମାର ମେହେର,ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ,ସିଡିପିଓ ସୁନୀତା ଦେବତା,ଡା ତ୍ଯାଗରାଜ ସିଂଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ,ଟେକନିସିଏନ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।(ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result