No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୬ ଜାନୁଆରୀ ଶନିବାର )ବଡ଼ଚଣା :- ପ୍ରାୟ ୨ଶହ ବର୍ଷ ତଳର ବଡ଼ଚଣା ଥାନା ଦର୍ପଣ ଗଡ଼ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ କୋଟ୍ରାକ୍ଷୀ ଦେବୀଙ୍କ ମନ୍ଦିରରୁ ତାଲା ଭାଙ୍ଗି ଦୁର୍ବୁତ୍ତ ମୂଲ୍ୟବାନ ଅଷ୍ଟ ଧାତୁ ମୂର୍ତ୍ତି ଚୋରି କରି ନେଇଥିବାର ଆଜିକୁ ୩ଦିନ ବିତିଗଲାଣି ହେଲେ ଏବେ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରିବା ରେ ସକ୍ଷମ ହୋଇପାରିନାହିଁ ବଡ଼ଚଣା ପୁଲିସ୍ । ଷାଠିଏ ଘଣ୍ଟା ପରେ ଆଜି ଯାଜପୁର ଏସପି ରାହୁଲ ପି ଆର ଯାଜପୁର ରୋଡ଼ ଏସଡିପିଓ ଚିନ୍ମୟ ନାୟକ ଓ ବଡ଼ଚଣା ଆଇଆଇସି ପ୍ରିୟବ୍ରତ ରାଉତଙ୍କ ସହ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଫେରିଥିଲେ ।
ଚୋରି ଘଟଣାର ବିଭିନ୍ନ ଦିଗକୁ ନେଇ ପୁଲିସ ଅଭିଯୁକ୍ତ ମାନଙ୍କ ନିକଟରେ ପହଂଚିବାର ତଦନ୍ତ ଜାରି ରଖିଛି ବୋଲି ଏସପି ସୂଚନା ଦେଇଛନ୍ତି । ସିସିଟିଭି ଫୁଟେଜ ଅନୁସାରେ ଏହି ଚୋରିରେ ୩ଜଣରୁ ଅଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି ବୋଲି ସୂଚନା ଦେଇଛନ୍ତି ଏସିପି , ଏବଂ ଖୁବ୍ ଶୀଘ୍ର ଅଭିଯୁକ୍ତ ଙ୍କୁ ଗିରଫ କରାଯିବ । ତେବେ ଗ୍ରାମବାସୀଙ୍କ ସନ୍ଦେହ ଏକ ବଡ ମୂର୍ତ୍ତି ଚୋରି ରାକେଟ ସହ ସ୍ଥାନୀୟ ବ୍ୟକ୍ତି ଙ୍କ ହାତ ରହିଥିବାର ସନ୍ଦେହ କରୁଛନ୍ତି । କାରଣ ମନ୍ଦିରରେ ୩ଟି ତାଲା ଥିବା ବେଳେ କୋଣସି ତାଲା ନ ଭାଙ୍ଗିକି ନ କାଟି ତାଲାକୁ ଖୋଲିକି ଚୋରି ହେଇଛି । ତେବେ ଦୁର୍ବୁକ୍ତ ସେ ତାଲାର ନକଲି ଚାବି ତିଆରି କରି ହୋଉ କିମ୍ୱା ଚାବି ଦ୍ୱିତୀୟ ସେଟ ଚାବି କୁ ଚୋରେଇ ନେଇ ଏହି ଚୋରି କରାଯାଇ ଥିବାର ସଂନ୍ଦେହ କରାଯାଉଛି । ( ରିପୋର୍ଟ – ବିକାଶ ସାହୁ )
No Result
View All Result