No Result
View All Result
ଓଡିଶା ତାଜା ନ୍ୟୁଜ୍ (୧୩ ଜାନୁଆରୀ ବୁଧବାର ) କଟକ :- ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କର ଆଜି ଅପରାହ୍ନ ସାଢ଼େ ୪ ଟାରେ କଟକ ବଡ଼ ଡ଼କ୍ତରଖାନାରେ ବ୍ରେନ ଷ୍ଟୋକରେ ପରଲୋକ ହୋଇଯାଇଛି । ତାଙ୍କୁ ୬୨ ବର୍ଷ ହୋଇଥିଲା । ଗତ ଡିସେମ୍ବର ୨୫ ତାରିଖରେ ଅସୁସ୍ଥ ହୋଇ କଟକ ବଡ ଡାକ୍ତର ଖାନାର କୋଭିଡ଼ ହସପିଟାଲ – ୨-ରେ ଚିକିତ୍ସିତ ହେଉଥିଲେ ଡି ପ୍ରକାଶ ରାଓ । ତାଙ୍କ ମୃତ୍ୟୁ ଖବର ଶୁଣିବା କ୍ଷଣି କଟକର ବୁଦ୍ଧିଜିବୀ ମହଲରେ ଶୋକର ଛାୟା ଖେଳିଯାଇଛି । ସେହି ପରି ରାଜ୍ୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ଡି ପ୍ରକାଶ ରାଓ କଟକ ସହରରେ ଚାହା ଦୋକାନ କରି ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ । ସେ ଚା ଦୋକାନରୁ ତାଙ୍କର ଲାଭାଂଶ ଅର୍ଥରୁ ବସ୍ତି ପିଲାମାନଙ୍କୁ ପାଠ ପଢ଼ିଇବା ସହିତ , ବସ୍ତି ପିଲାମାନଙ୍କ ପାଇଁ ଏକ ସ୍କୁଲ ଖୋଲିଥିଲେ । ପଦ୍ମଶ୍ରୀ ଡି ପ୍ରକାଶ ରାଓ ସବୁବେଳେ କଟକ ବଡ଼ ଡାକ୍ତରଖାନାକୁ ଆସି ଅସହାୟ ଗରିବ ଲୋକ ମାନଙ୍କୁ ସହାୟତା ଏବଂ ସହଯୋଗ କରୁଥିଲେ । ମାନବ ସେବା ହିଁ ମାଧବ ସେବା ବୋଲି ସେ ସବୁବେଳେ କହିଆସୁଥିଲେ । ଗୁରୁବାର ସକାଳ ୮ ଟାରେ ତାଙ୍କ ମରଶରୀରକୁ କଟକର କାଳିଆବୋଦା ଶ୍ମଶାନକୁ ନିଆଯିବ । ସେଠାରେ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇ ଶେଷକୃ ସଂପର୍ଣ୍ଣ କରାଯିବ । ( ରିପୋର୍ଟ ଅମୂଲ୍ୟ କୁମାର ବାରିକ )
No Result
View All Result