ଓଡିଶା ତାଜା ନ୍ୟୁଜ୍ ( ୧୩ ଜାନୁଆରୀ ବୁଧବାର ) ଓଡ଼ଗାଁ :- ଓଡ଼ଗାଁ ପଞ୍ଚାୟତ ସମିତି ସଭା ଗୃହ ରେ ତା ୧୨/୦୧/୨୦୨୧ ରିଖ ଅପରାହ୍ନ ୪ଟା ସମୟରେ ଓଡ଼ଗାଁ ବି.ଡି.ଓ ଶ୍ରୀମତି ସ୍ବାତୀଲେଖା ଦାସ ଙ୍କ ସହ ଡଃ . ସୁରେନ୍ଦ୍ର କୁମାର ଷଡଙ୍ଗୀ ( ଶରଣକୁଳ CHC ) ଶରତ ଚନ୍ଦ୍ର ଦାସ ( DTO ) ଙ୍କ ନେତୃତ୍ୱ ରେ କୋଭିଡ୍ ଟୀକାକରଣ ପାଇଁ ପ୍ରସ୍ତୁତି ବୈଠକ ସଭା ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ମଧ୍ୟ CDPO , ଜୟକୃଷ୍ଣ ସାହୁ ( Assistant ligal Affairs ) , ଅଙ୍ଗନବାଡ଼ି Supervisor , ରଞ୍ଜନ କୁମାର ଦାଶ ( ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ) ଯୋଗଦାନ କରିଥିଲେ ।
ପ୍ରଥମ ରାଉଣ୍ଡ୍ ରେ ଡାକ୍ତର, ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଆଶାକର୍ମୀ, ଡାକ୍ତରଖାନାର ସମସ୍ତ କର୍ମଚାରୀ,ସୁଇପର୍ ଏଭଳି ମୋଟ୍ ୭୬୩ ଜଣଙ୍କୁ ଟୀକାକରଣ କରାଯିବ । ସେଥିପାଇଁ ଓଡ଼ଗାଁ CHC, ଶରଣକୁଳ CHC,କୁରାଳ ଏବଂ ଗୋଡିପଡା ଡାକ୍ତରଖାନାରେ ବ୍ୟବସ୍ଥା କରାଯାଇଛି । ଏହା ଆସନ୍ତା ତା୧୬/୧/୨୦୨୧ ରୁ ଆରମ୍ଭ ହେବ । ଟୀକା ନେବାର ୩୦ମି ପର୍ଯ୍ୟନ୍ତ ସେଠାରେ ବିଶ୍ରାମ ନେବା ପରେ ଗୃହକୁ ଯିବ ।
ସେ ସମୟରେ ଅନ୍ୟ ସହିତ ବିଶେଷ କଥାବାର୍ତ୍ତା ହେବନାହିଁ । କୌଣସି ଗୁଜବ କୁ ବିଶ୍ଵାସ କରିବା ନାହିଁ । ଟୀକାକରଣ କୁ କାହାରିକୁ ବାଧ୍ୟକରାଯିବ ନାହିଁ । ଟୀକାକରଣ ସ୍ଥାନରେ ଆମ୍ବୁଲାନ୍ସ, ଡାକ୍ତରୀ ଦଳ ପ୍ରସ୍ତୁତ ରହିବେ । ଟୀକା ନେବାପାଇଁ ସଚେତନ କରାଇବା ସହ ଭୟ ନ କରିବା ପାଇଁ ବୈଠକ ରେ ଆଲୋଚନା କରାଗଲା । ଉକ୍ତ ବୈଠକକୁ ବ୍ଳକ୍ ପ୍ରୋଗ୍ରାମ ମ୍ୟାନେଜର ଡାଏନା ଦାଶ ପରିଚାଳନା କରିଥିଲେ । ( ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )