No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ସୋମବାର ) ଜଗନ୍ନାଥ ପ୍ରସାଦ :- ଆସିକା ଏନ୍ ଏ ସି ପକ୍ଷରୁ ଏକ ସ୍ୱତନ୍ତ୍ର ଗାଡି ମାଧ୍ୟମରେ ବର୍ଯ୍ୟବସ୍ତୁ ସଂଗ୍ରହ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ଆଜି ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁଙ୍କ କରକମଳରେ ଉକ୍ତ ଭେନ ଟିକୁ ଉଦଘାଟନ କରାଯାଇଛି । ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ବମ୍ବର କଅଁରଙ୍କ ତତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଆସିକା ସହରରେ ଥିବା ଅଳିଆ ଆବର୍ଜନା ନିଷ୍କାସନ ବ୍ୟବସ୍ଥା ହେବା ସହିତ ସ୍ଵଚ୍ଛ ପରିବେଶ ସୃଷ୍ଟି ହୋଇପାରିବ ବୋଲି ଜନସାଧାରଣରେ ପ୍ରସଂଶା କରାଯାଇଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା କି ଉକ୍ତ ଗାଡିଟିକୁ ପରିଚାଳନା କରିବା ନିମନ୍ତେ ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଯାଇଛି । ନାରୀ ସଶକ୍ତିକରଣ ସହିତ ସ୍ବଚ୍ଛତା ଉପରେ ଗୁରୁତ୍ବାରୋପ କରିବା ନିହାତି ଭାବରେ ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ବିଜେଡି ଯୁବ ଗଞ୍ଜାମ ଜୋନ୍ ସଭାପତି ନଚିକେତା ସ୍ବାଇଁ,ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ବାଇଁ, ବରିଷ୍ଠ ନେତା ସୂର୍ଯ୍ୟକାନ୍ତ ପରିଡା,ଦୀଲିପ କୁମାର ପାଣିଗ୍ରାହୀ, ତାରିଣୀ ସେନାପତି, ଆଲିପୁର ସରପଞ୍ଚ ମନୋଜ କୁମାର ନାହାକ ସମେତ ଏନ୍ ଏ ସି କର୍ମକର୍ତ୍ତା ଉପସ୍ଥିତ ଥିଲେ । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result