No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ସୋମବାର ) ମାହାଙ୍ଗା :- ମାହାଙ୍ଗାରେ ଡବଲ ମର୍ଡର କୁ ନେଇ ତେଜିଲା ରାଜନୀତି ବିବାଦ, ଡବଲ ମର୍ଡର ଘଟଣାରେ ବିଜେପି ହୀନ ରାଜନୀତି କରୁଥିବା ନେଇ ମାହାଙ୍ଗା ବରିଷ୍ଠ ନାଗରିକ ମଞ୍ଚ ଏହାର ପ୍ରତିବାଦ କରିବା ଆରମ୍ଭ କରିଛି, ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ଏହି ପ୍ରତିବାଦ ଆରମ୍ଭ ହୋଇଥିବାବେଳେ ଏବେ ପଂଚାୟତ ମାନଙ୍କରେ ବିଭିନ୍ନ ସଂଗଠନ ପକ୍ଷରୁ ଏହି ପ୍ରତିବାଦ କରାଯାଉଥିବା ଦେଖିବାକୁ ମିଳିଛି,

ବିଜେପି ଦଳ ଏହି ଘଟଣାକୁ ରାଜନୈତିକ ରୂପ ଦେଇ ମନ୍ତ୍ରୀ ପ୍ରତାପ ଜେନାକୁ ଏହି ମର୍ଡର କେଶ ରେ ଫସାଇବା ପାଇଁ ଯୋଉ ହୀନ ଚକ୍ରାନ୍ତ ଚଳାଇ ବଦନାମ କରୁଛି ଏହାକୁ ବରଦାସ୍ତ କରାଯିବନି ବୋଲି ମଞ୍ଚପକ୍ଷରୁ କୁହାଯାଇଛି, ଏଥିନେଇ ମାହାଙ୍ଗା ବ୍ଲକ କୁଆଁପାଳ,
ତହସିଲ ଛକରେ ବରିଷ୍ଠ ମଞ୍ଚ ପକ୍ଷରୁ ବିଜେପି ନେତାଙ୍କ କୁଶପୁତ୍ତଳିକା ଦାହ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି,ଏଥିସହିତ 27ତାରିଖ ଦଳିତ ବିଧବା ମହିଳା ମାତାଜୀ ସେଠି ପରିବାର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବା ନେଇ ସଂଘ ବ୍ଲକ ଓ ଥାନା ଘେରାଉ କରିବବୋଲି ଚେତାବନୀ ଦେଇଛି,
No Result
View All Result