• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ ଏକ ଡ୍ରାମା ଥିଲା – ପରୀର ବାପାମାଆ

Proprietor Abhimanyu Maharana by Proprietor Abhimanyu Maharana
January 9, 2021
in ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
0
ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ ଏକ ଡ୍ରାମା ଥିଲା – ପରୀର ବାପାମାଆ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୮ ଜାନୁଆରୀ ଶୁକ୍ରବାର )ନୟାଗଡ଼ :- ୫ ବର୍ଷର ମୃତ କୁନିଝିଅପରୀ ,ଦୁର୍ଭାଗ୍ୟ ଯେ ଖୋଦ୍ ବାପାମାଆଙ୍କୁ ଏଥିରେ ମୋହରା ବନାଯାଇଛି । ବହୁଚର୍ଚ୍ଚିିତ ନୟାଗଡ଼ ପରୀ ମୃତ୍ୟୁ ଘଟଣାର ଏଭଳି ଦୁଃଖଦ ଦିଗ ସାମନାକୁ ଆଣିଛି ଏକ ଭାଇରାଲ୍ ଭିଡ଼ିଓ । ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ ଏକ ଡ୍ରାମା ଥିଲା ବୋଲି ପରୀର ବାପାମାଆଙ୍କ କଥାବାର୍ତ୍ତାରୁ ଶୁଣିବାକୁ ମିଳୁଛି । ଆହୁରି ସାଂଘାତିକ କଥା ହେଉଛି, ଗଣମାଧ୍ୟମରେ ଏସଆଇଟିର ତଦନ୍ତକୁ ପ୍ରଶ୍ନ କରି ଅଭିଯୁକ୍ତକୁ ନିଦେ୍ର୍ଦାଷ କହୁଥିବା ପରୀର ପରିଜନଙ୍କ ସନ୍ଦେହ ସେହି ଅଭିଯୁକ୍ତ ଉପରେ ପୂର୍ବରୁ ଥିଲା ।

1. ଭିଡ଼ିଓରେ ଏକଥା ସ୍ପଷ୍ଟ କୁହାଯାଉଛି ।

ଗତ ବୁଧବାର ଦିନ ନୟାଗଡ଼ର ତଥାକଥିତ ସମାଜସେବୀ ତଥା ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ସହଯୋଗୀ କୁହାଯାଉଥିବା ଶ୍ରୀଧର ପ୍ରଧାନ ଯଦୁପୁରର ମୃତ ପରୀ ଘରେ ବାପା ଅଶୋକ ସାହୁ ଓ ମାଆ ସୈଦାମିନୀଙ୍କୁ ବସାଇ ଫେସ୍ ବୁକ୍ ଲାଇଭ୍ କରିବାକୁ ଯାଇଥିବା କୁହାଯାଉଛି । ନାବାଳକ ସରୋଜ ସେଠୀକୁ ସାବାଳକ ଦର୍ଶାଇଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ଗାଳି କରିବା ଥିଲା ଏହି ଫେସ୍ ବୁକ୍ ଲାଇଭ୍ ର ମୁଖ୍ୟ ଉଦ୍ଦେଶ୍ୟ । ତେବେ ସେମାନଙ୍କ ଅଜାଣତରେ ଲାଇଭ୍ ଓ ରେକଡିଂ ହୋଇଯାଇଥିଲା ‘ପରୀ’ ପାଇଁ ନ୍ୟାୟ ମାଗିବା ପଛର ସତ କାହାଣୀ । ଅବଶ୍ୟ, ୫ ମିନିଟ୍ ୫୮ ସେକେଣ୍ଡ୍ ର ଏହି ଭିଡ଼ିଓ ଟି ହଇଚଇ ସୃଷ୍ଟି କଲା ପରେ ଫେସବୁକ୍ ପେଜ୍ ରୁ ହଟାଇ ଦିଆଯାଇଛି ।

ଭିଡ଼ିଓରେ ଅଶୋକ, ସୌଦାମିନୀଙ୍କ ସହ ଶ୍ରୀଧର ମନଖୋଲା କଥାବାର୍ତ୍ତା ହେଉଛନ୍ତି । “ଆମର ସରୋଜ ଉପରେ ପ୍ରଥମରୁ ଡାଉଟ୍ ଥିଲା । ତଦନ୍ତ ବେଳେ ଗାଁ ସାରା ଲୋକ ସାମ୍ପଲ୍ ଦେଇଥିଲେ । ସରୋଜ କାହିଁକି ରଙ୍ଗ ଦେଖାଇଲା..? ଅରୁଣ ବୋଥ୍ରାଙ୍କୁ ପିଟିବ ବୋଲି ଆଗୁଆ ଟିଭିରେ କାହିଁକି କହିଲା ..? ଏଣିକି ଟିଭିବାଲାଙ୍କୁ ଦେଖିକି ବାଇଟ୍ ଦେବାକୁ ହେବ । ଆମକୁ ଅର୍ଗସ୍, ଓଟିଭି ସାହାଯ୍ୟ କରିଛି । ତେଣୁ ଏହି ଦୁଇଟି ଟିଭିକୁ ଛାଡ଼ିଦେଲେ ଆଉ କାହାରିକୁ କିଛି କହିବାନି । ଓଟିଭି ପ୍ରଥମରୁ ନ ଥିଲା । ହେଲେ ବିଧାନସଭା ଆଗରେ ଆମ ଡ୍ରାମା ପରେ ଯାଇ ଓଟିଭି ଆସିଲା ।’

2. ତିନିହେଁ ବେଶ୍ ଖୁସିମନରେ କଥା ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି ।

ସୂଚନାଥାଉକି, ନଭେମ୍ବର ୨୪ ରେ ଅଶୋକ ଓ ସୌଦାମିନୀ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହା ପୂର୍ବରୁ ସେମାନଙ୍କର ଏକ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା । ସେଥିରେ ପରୀର ବାପା ଅଶୋକଙ୍କ ସହ ଶ୍ରୀଧର ପ୍ରଧାନ (ଫଟୋରେ ଅଶୋକଙ୍କ ବାମପଟେ), ସରପଞ୍ଚ ସୌମ୍ୟରଂଜନ, ଏକ ୱେବ୍ ଚାନେଲ୍ ର ସାମ୍ବାଦିକ ଏହିଭଳି ମୋଟ ୮ ଜଣ ଚା ପିଉଥିଲେ । ଚା ଖଟିରେ ଏହି ମେଳି ଓ ପରବର୍ତ୍ତୀ ଘଟଣାକ୍ରମରୁ ପରୀ ମୃତ୍ୟୁ ଘଟଣାରୁ ରାଜନୈତିକ ଫାଇଦା ହାସଲ ପାଇଁ ଷଡ଼ଯନ୍ତ୍ର ରଚାଯାଇଥିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଥିଲା । ଏବେ ସେହି ଶ୍ରୀଧର ପ୍ରଧାନ ପରୀର ବାପାମାଆଙ୍କ ସହିତ ଗପିଲା ବେଳେ ବିଧାନସଭା ଆଗରେ ଡ୍ରାମା କରାଯାଇଥିବା ଖାଲି କହୁନାହାନ୍ତି ।

3. ଏକଥା କହିଲା ବେଳେ ହସି ହସି ଗଡୁଛନ୍ତି ।

ପରୀ ମାମଲାକୁ ବିଜେପି ମୁଖ୍ୟ ରାଜନୈତିକ ଅସ୍ତ୍ର କରିବା, ସ୍ଥାନୀୟ ନେତ୍ରୀ ଇରାନୀ ରାୟ କର୍ମୀମାନଙ୍କୁ ଧରି ଦୀର୍ଘ ଦିନ ଧାରଣାରେ ବସିବା, ଧାରଣାରେ ପରୀର ବାପାମାଆ ସାମିଲ୍ ହେବା, ଏସଆଇଟି ତଦନ୍ତକୁ ସେମାନେ ଗ୍ରହଣ ନ କରିବା ଏବଂ ସର୍ବୋପରି ସରୋଜ ସେଠୀକୁ ଅଭିଯୁକ୍ତ ଭାବେ ଗ୍ରହଣ ନ କରିବା ରାଜନୈତିକ ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ଅଭିଯୋଗ ହୋଇ ଆସୁଥିଲା ବେଳେ ଶ୍ରୀଧର ପ୍ରଧାନଙ୍କ ଦ୍ୱାରା ପ୍ରସ୍ତୁତ ଭିଡ଼ିଓ ଏହାକୁ ସତ ପ୍ରମାଣିତ କରିଛି । ସବୁଠାରୁ ଦୁଃଖର ବିଷୟ ହେଉଛି, ପରୀ ପାଇଁ ନ୍ୟାୟ ମାଗିବା ନାଁରେ ଏବେ ପରୀ ହତ୍ୟା ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ପାଇଁ ନ୍ୟାୟ ମଗାଯାଉଛି । ରାଜନୈତିକ କୁଟିଳ ଚକ୍ରାନ୍ତରେ ଖୋଦ୍ ପରୀର ବାପାମାଆ ମୋହରା ବନିଯିବା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

4. ନାର୍କୋ ଟେଷ୍ଟ ପାଇଁ ସରୋଜ ମନାକଲା ।

ଶୁକ୍ରବାର ଦିନ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର ହୋଇଥିବା ପରୀ ହତ୍ୟା ଅଭିଯୁକ୍ତ ନାର୍କୋ ଟେଷ୍ଟ ପାଇଁ ରାଜି ହୋଇନି । ଅଭିଯୁକ୍ତର ସହମତି ନ ମିଳିବାରୁ ତା’ର ନାର୍କୋ ଆନାଲିସସ ଟେଷ୍ଟ ପାଇଁ ବୋର୍ଡ ଅନୁମତି ଦେଇନାହାନ୍ତି । ଅଭିଯୁକ୍ତର ନାର୍କୋ ଆନାଲିସସ ଟେଷ୍ଟ ପାଇଁ ଗତ ୫ ତାରିଖରେ ଏସଆଇଟି ଆବେଦନ କରିଥିଲା । ମାତ୍ର ଅନୁମତି ନ ମିଳିବା ଏସଆଇଟି ପାଇଁ ବଡ଼ ଝଟକା ହୋଇଛି । ପରୀ ମୃତ୍ୟୁ ମାମଲାରେ ରାଜନୈତିକ ଷଡ଼ଯନ୍ତ୍ର ଥିବାରୁ ଅଭିଯୁକ୍ତ ପାଇଁ ମୁକୁଳିବାର ବାଟ ଫିଟିଯାଉଥିବା ଚର୍ଚ୍ଚା ହେଉଛି । ପରୀକୁ ନ୍ୟାୟ ଦେବା ପାଇଁ ଭାଷଣ ମାରୁଥିବା ବିରୋଧୀ ନେତା ଓଲଟି ଅଭିଯୁକ୍ତକୁ ସୁରକ୍ଷା ଦେବାକୁ ତତ୍ପର ହେଉଥିବା ଦେଖିବାକୁ ମିଳୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଲିଫ୍‌ଟ୍‌ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଛୁରାମାଡ଼

ଲିଫ୍‌ଟ୍‌ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଛୁରାମାଡ଼

July 21, 2026
Chandi Bhandar Launches ‘Chaka Nayan’ Collection Inspired by Lord Jagannath

Chandi Bhandar Launches ‘Chaka Nayan’ Collection Inspired by Lord Jagannath

July 21, 2026
America’s Rhodes Island Hosts Rathayatra in Grandeur

ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ରଥଯାତ୍ରାର ଭବ୍ୟ ଆୟୋଜନ

July 21, 2026
America’s Rhodes Island Hosts Rathayatra in Grandeur

America’s Rhodes Island Hosts Rathayatra in Grandeur

July 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଲିଫ୍‌ଟ୍‌ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଛୁରାମାଡ଼

ଲିଫ୍‌ଟ୍‌ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଛୁରାମାଡ଼

July 21, 2026
Chandi Bhandar Launches ‘Chaka Nayan’ Collection Inspired by Lord Jagannath

Chandi Bhandar Launches ‘Chaka Nayan’ Collection Inspired by Lord Jagannath

July 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version