ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର ) ଭୁବନେଶ୍ଵର :- ମାହାଙ୍ଗା ରେ ବିଜେପି ନେତା କୁଳମଣୀ ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟା ଘଟଣା ରେ ଆଜି ମାହାଙ୍ଗା ନୃତାଙ୍ଗ ରେ ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ କୁଳମଣି ବରାଳ ଦିବ୍ୟସିଂ ଙ୍କ ପରିବାର କୁ ଭେଟି ସମବେଦନା ଜଣାଇବା ସହ ଏକ ପ୍ରେସ ମିଟ ଜରିଆ ରେ ରାଜ୍ୟ ସରକାର କୁ ଟାର୍ଗେଟ କରିଛନ୍ତି । ନୃତାଙ୍ଗ ଗ୍ରାମରେ ବର୍ଷକ ତଳେ ବିଜେପି କର୍ମୀ ବିକାଶ ଜେନା ଙ୍କୁ ହତ୍ୟା କରାଯାଇଥିଲା। ଆଉ ଏବେ ବିଜେପି ନେତା କୁଳମଣି ଓ ଦିବ୍ୟସିଂହ ଙ୍କୁ ହତ୍ୟା କରାଗଲା। ପ୍ରଧାନ ମନ୍ତ୍ରୀ ଆବାସ ଦୁର୍ନୀତି ବିରୁଦ୍ଧରେ ଶ୍ୱର ଉତ୍ତୋଳନ କରିବାରୁ ତାଙ୍କୁ ହତ୍ୟା କରାଗଲା। 13 ଜଣକ ନାମରେ ମାମଲା ହୋଇଥିବା ବେଳେ ତାଙ୍କୁ କାହିଁକି ସମସ୍ତଙ୍କୁ ପୋଲିସ ଗିରଫ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ଡି ପୁରେନ୍ଦଶ୍ୱରୀ। ମୁଖ୍ୟମନ୍ତ୍ରୀ ଏଥି ପ୍ରତି ଧ୍ୟାନ ଦେଇ କୁଳମଣି ପରିବାରକୁ ନ୍ୟାୟ ଦିଅନ୍ତୁ ବୋଲି ଦାବୀ କରିଛନ୍ତି, ନଚେତ୍ ଓଡ଼ିଶା ଲୋକଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରୁ ବିଶ୍ୱାସ ଉଠିଜିବ ।

ବିଜେପି ନେତା କୁଳମଣୀ ବରାଳ ଓ ଦିବ୍ୟସିଂହ ବରାଳ ଙ୍କ ପରିବାର ସହ ଦଳ ରହିଛି ସର୍ବଦା ରହିବ । ନ୍ୟାୟ ନ ମିଳିବା ଯାଏ ଦଳ ଏହିପରି ଆନ୍ଦୋଳନ ଜାରି ରଖିବ ବୋଲି ପୁରନ୍ଦେଶ୍ୱରି ଗଣମାଧ୍ୟମ କୁ କହିଛନ୍ତି, ଏହା ସହ ବିଜେପି ନେତା ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ର କଟକ ଜିଲ୍ଲା ପୋଲିସ ର ସ୍ବଚ୍ଛତା ଊପରେ ପ୍ରଶ୍ନ ଉଠାଇ ଉପକୂଳ ଜିଲ୍ଲାରେ ପୋଲିସ ରାଜନୀତି ଚାପରେ କାମକରୁଛି ବୋଲି କହିଥିଲେ, ଏଥିରେ ଉପସ୍ଥିତ ସାମ୍ବାଦିକମାନେ ଅପଣଂକ ସମୟରେ ପୋଲିସ ଏହିଭଳି ରାଜନୀତି ଚାପରେ କାମ କରୁଥିଲା କି ପ୍ରଶ୍ନ କରିବାରୁ ସେ ଏହାକୁ ଏଡାଇ ଦେଇ ସ୍ଥାନ ଛାଡି ପଳାଇଥିଲେ, ଦଳିତ ପରିବାରକୁ ଆକ୍ରମଣ କରାଯାଉଥିବା ବେଳେ ଦଳ କି ପଦକ୍ଷେପ ନେଉଛି ବୋଲି ସାମ୍ବାଦିକଙ୍କ ପ୍ରଶ୍ନକୁ ମଧ୍ୟ ଏଠାରେ ଏଡାଇ ଦିଆଯାଇଥିଲା, ଯିଏ ଯାହା ନାମରେ ଯୋଉ ପରିସ୍ଥିତିରେ ଏତେଲା କଲା ତାକୁ ପୋଲିସ ବିନା ତଦନ୍ତରେ ଗିରଫ କରୁ ନୀତିରେ ବିଜେପି ଯୁକ୍ତି ବାଢି ଚର୍ଚ୍ଚା ର ପରିଧିକୁ ଆସିଛି, ଯଦି ଓଡିଶା ମନ୍ତ୍ରୀଙ୍କ ନାମରେ ଯିଏ ଅଭିଯୋଗ କଲା ତାଙ୍କୁ ବରଖାସ୍ତ କର ଗିରଫ କର ବୋଲି ବିଜେପି ହାସ୍ୟାସ୍ପଦ ପ୍ରତିକ୍ରିୟା ବୋଲି ଆଲୋଚନା ହେଉଛି, ବିଜେପି ର ସରକାରଙ୍କୁ ଏହି ଆକ୍ଷେପ ମନବୃତି ରାଜନୈତିକ ଉଦେଶ୍ୟ ପ୍ରଣୋଦିତ କରୁଛି,
]













