No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ଜାନୁଆରୀ ବୁଧବାର ) କଟକ :- ଡ଼କାୟତି କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ତିନି ଜଣ ଯୁବକଙ୍କୁ କଟକ ସଦରଥାନା ପୋଲିସ ରବିବାର ରାତିରେ ଗିରଫ କରିଛି । ଗିରଫ ଯୁବକଙ୍କ ପାଖରୁ ପୋଲିସ ଏକ ଟୁ ଟୋଣ୍ଟି ପଲସର ବାଇକ , ଦୁଇଟି ଭୁଜାଲି, ଗୋଟିଏ ପିସ୍ତଲ, ଗୋଟିଏ ଓପ ମୋବାଇଲ ଫୋନ ଜବତ କରିଛି । ଧରା ପଡିଥିବା ତିନି ଜଣଙ୍କ ମଧ୍ୟରୁ ଜଣେ ନାଁ ବାଳକ ରହିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଶଙ୍କୁଡା ଗ୍ରାମର ନରେନ୍ଦ୍ର ପ୍ରଧାନ ଓ ଲୋଚିପୁର ଗ୍ରାମର ସନ୍ତୋଷ ପ୍ରଧାନ ଏବଂ ପୂରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ସୁବଳପୁର ଗ୍ରାମର ସୋମୁ ଓରଫ ସୋମନାଥ ପ୍ରଧାନ ।

ଅନ୍ୟ ଦୁଇ ଜଣ ଫେରାର ହୋଇ ଯାଇଛନ୍ତି । ଏମାନେ ରବିବାର ରାତି ୯ଟା ସମୟରେ ଗୋପାଳପୁର ମା, ତାରିଣୀ ବିଦ୍ୟାପୀଠ ନକଟରେ ଥିବା ପଡିଆରେ ବସି ନିକଟରେ ଥାବା ପେଟ୍ରୋଲ ପମ୍ପରୁ ଡ଼କାୟତି କରିଥାନ୍ତେ ବୋଲି ପୋଲିସ ପଚରାଉଚରା ସମୟରେ ଏହି କଥା କହିଥିଲେ । ଗୋପାଳପୁର ଖେଳ ପଡିଆରେ କେତେକ ଅଜଣା ଯୁବକ ବସିଥିବା ନେଇ ପୋଲିସ ଖବର ପାଇଥିଲା । ଏହି ଖବର ପାଇ ରାତ୍ରୀ କାଳିନ ପାଟ୍ରୋଲିଂ କରୁଥିବା ସଦର ଥାନାର ଏ ଏସ ଆଇ ଯତିନି ଦାସ, ହାବିଲଦାର ଏମ ଜି ପରିଡ଼ା ଖବର ପାଇ , ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକ ମାନଙ୍କୁ ଧରି ଥାନାକୁ ଆଣିଥିଲେ । ବୁଧବାର ସେମାନଙ୍କ ନାମରେ ସଦରଥାନାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result