No Result
View All Result
ଓଡ଼ିଶା ତାଜା ନିୟୁଜ୍ (୪ ଜାନୁଆରୀ ମଙ୍ଗଳବାର ) କୋଦଳା :- ରବିବାର ବେଗୁନିଆପଡ଼ା ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ମାନନୀୟ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ କରକମଳରେ ହୋଇଯାଇଛି । ବେଗୁନିଆପଡ଼ା ବ୍ଲକ ଅଧିନରେ 23ଟି ପଞ୍ଚାୟତ ରହିଥିବା ବେଳେ ସେଥିମଧ୍ୟରୁ ବେଗୁନିଆପଡା ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ 15 ଟି ପଞ୍ଚାୟତ ନିର୍ଭର କରୁଛି । ଜରୁରୀ କାଳୀନ ସମୟରେ ଖଲ୍ଲିକୋଟ କିମ୍ବା କୋଦଳାରୁ ଆମ୍ବୁଲାନ୍ସ ଆସି ରୋଗୀ ସେବା କରୁଥିବା ନଜିର ରହିଛି । ଦୀର୍ଘଦିନରୁ ବେଗୁନିଆପଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ତଥା ଏହି ଅଞ୍ଚଳକୁ ଏକ ୧୦୮ ଆମ୍ବୁଲାନ୍ସ ଜରୁରୀ ଥିବାନେଇ ବହୁ ସମାଜସେବୀ ଓ ପଞ୍ଚାୟତ ପ୍ରତିନିଧି ଦାବି କରି ଆସୁଥିବା ବେଳେ ବିଧାୟିକାଙ୍କ ପ୍ରଚେଷ୍ଟାରେ
ରବିବାର ଏହା ସଫଳ ହୋଇଥିଲା । ତେବେ ବର୍ତମାନ ଏହି ଆମ୍ବୁଲାନ୍ସ ଅଞ୍ଚଳ ପାଇଁ ସ୍ବତନ୍ତ୍ର ଭାବେ ମିଳିଥିବାରୁ ଅତ୍ଯାବଶ୍ଯକୀୟ ତଥା ଜରୁରୀ କାଳୀନ ସେବା ତୁରନ୍ତ ମିଳିପାରିବ ବୋଲି କହିଛନ୍ତି ଅଞ୍ଚଳବାସୀ । ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ଅବସରରେ ବେଗୁନିଆପଡ଼ା ବିଡ଼ିଓ ବେଦବର ପ୍ରଧାନ, ବିଜେଡି ବ୍ଲକ ସଭାପତି ବିଜୟ କୁମାର ଦୋରା,ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ସଂଜୟ ସାହୁ ଓ ଆଦିତ୍ୟ ପ୍ରସାଦ ସାହୁ , ଜିଲ୍ଲା ପରିଷଦ ସଭ୍ୟ ପ୍ରତିନିଧି ତ୍ରିନାଥ ଭୂୟାଁ, ସମାଜସେବୀ ଗୋପବନ୍ଧୁ ସାହୁ ସମେତ ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ଥିବା ଜଣାପଡିଛି ।
( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )

No Result
View All Result