No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ୨୦୨୦,ମଙ୍ଗଳବାର ) ଭୁବନେଶ୍ୱର :- ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ” ରକ୍ତ ଅଭାବରୁ ଜୀବନ ହାନି ନ ହେଉ” ସଂକଳ୍ପକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟିଆ ୱାର୍ଡ ନମ୍ବର -୧ ,ଡ଼ଲଫିନ ମଣ୍ଡପ ପରିସରରେ ଯୁବ ସମାଜସେବୀ ହିମାଂଶୁ ଶେଖର ଦାସ @ ଲକିଙ୍କ ତତ୍ତ୍ଵାବଧନରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଉତ୍ତର ଶ୍ରୀ ସୁଶାନ୍ତ କୁମାର ରାଉତ, ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ , ଓଡ଼ିଶା ମୋ ପରିବାର ଦାୟିତ୍ୱରେ ଥିଵା ସୁବାସ ପାତ୍ର,ଉତ୍ତର ବିଜେଡ଼ି ସଭାପତି ସୂର୍ଯ୍ୟକାନ୍ତି ଜେନା, ଜିଲ୍ଲା ବିଜେଡ଼ି ଉପସଭାପତି ମିହିର କୁମାର ରାଉତ, ମନୋଜ କୁମାର ସାହୁ, ତ୍ରୈଲୋକ୍ୟ ଜେନା, ଅଶୋକ ସାହୁ, ପୂର୍ବତନ କର୍ପୋରେଟର ହରିଶ୍ ମୁର୍ମୁ, ପ୍ରୀତିନନ୍ଦ ରାଉତରାୟ,

କଂଗେଷ୍ଟର ଜେନା ଜିଲ୍ଲା ଛାତ୍ର ସଭାପତି ସୁବାସ ସାହୁ, ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ବାଣୀ କଲ୍ୟାଣ, ଯୁବ ବିଜେଡ଼ି ନେତା ଲୋକେଶ କୁମାର, ସୌମ୍ୟ ରଞ୍ଜନ ପ୍ରଧାନ, ଦୀପକ ନାୟକ, ସର୍ବଜିତ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ଓ ଶେଷରେ ୪୫ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ବୋଲି ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି ।
No Result
View All Result