No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ଡିସେମ୍ବର ଶନିବାର ) ବରଗଡ଼ :- ପଵିତ୍ର ବଡ଼ ଦିନ ଅବସର ରେ ଖ୍ରୀଷ୍ଟ।ବଲମ୍ବୀ ମାନେ ଉତ୍ସବ ପାଳନ କରିଥାନ୍ତି କିନ୍ତୁ କୃଷ୍ଠ ରୋଗୀଙ୍କ ସେବା କରି ମାନବ ସେବା ଇଶ୍ୱର ସେବା ର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ‘ଗ୍ରେସ ଅଫ ଗଡ଼ ଚର୍ଚ୍ଚ’ ର ସଦସ୍ୟ ମାନେ । ବରଗଡ଼ ତୋର ଠାରେ ଆୟୋଜିତ ଏହି ବଡ଼ଦିନ ପାଳନ କାର୍ଯ୍ୟକ୍ରମ ରେ ୩୦ଜଣ ଅସହାୟ କୁଷ୍ଠ ରୋଗୀ ଙ୍କ ପାଦ ଧୋଇ, ନୂଆ କମ୍ବଳ ବଣ୍ଟନ କରି ଅତିଥି ସଂସ୍କାର କରାଯାଇଥିଲା ।

ପ୍ରଭୁ ଯୀଶୁ ଙ୍କ ବାର୍ତା ଆନନ୍ଦ, ଶାନ୍ତି, ପ୍ରେମ ଉପରେ ପାସ୍ଟର କୁଞ୍ଜ ବିହାରି କାର୍ଣ୍ଣାଲ, ଟୁନି କାର୍ଣ୍ଣାଲ କହିଥିଲେ । ଅତିଥି ଭାବେ ଆଇନଜୀବୀ ରମେଶ ପତି, ସମାଜ ସେବୀ ପବିତ୍ର ଦେହେରି, ଗୁରୁପ୍ରୀତ ସିଂ, ଚିତ୍ତ ରଂଜନ ମେହେର, ଭବାନୀ ସାହୁ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୋନୁ କାର୍ଣ୍ଣାଲ, ହେମକାନ୍ତ ମୁଣ୍ଡା, ନିଲମ ସାହାଣୀ ଉପସ୍ଥିତ ରହି ସମସ୍ତ ଙ୍କ ମଙ୍ଗଳ କାମନା କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result