• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ପରୀ ପାଖରେ ଅଟକିଛନ୍ତି ବିରୋଧୀ ; ଅନ୍ୟ ନିଖୋଜ ଶିଶୁଙ୍କ ପ୍ରତି ନାହିଁ ସମବେଦନା

Proprietor Abhimanyu Maharana by Proprietor Abhimanyu Maharana
December 16, 2020
in ଅପରାଧ, ଓଡ଼ିଶା, କଟକ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼ ନିଉଜ୍, ପୁରୀ, ବରଗଡ଼, ବାଲେଶ୍ଵର, ରାଜନୀତି, ହୋମ୍
0
ପରୀ ପାଖରେ ଅଟକିଛନ୍ତି ବିରୋଧୀ ; ଅନ୍ୟ ନିଖୋଜ ଶିଶୁଙ୍କ ପ୍ରତି ନାହିଁ ସମବେଦନା
Share on FacebookShare on TwitterWhatsapp

1. ବିରୋଧୀ ଦଳର ଅନ୍ୟ ଶିଶୁ ଙ୍କ ପ୍ରତି କାହିଁକି ଯାଉନି ନଜର…?

2. ଅନ୍ୟ ନିଖୋଜ ଶିଶୁ ମାନଙ୍କ ପାଈଁ ଏବେ କାହାକୁ ଦାୟୀ କରାଯିବ..?

3. ଓଡିଶା ରେ ନିଖୋଜ ଶିଶୁ ମାନଙ୍କ ପାଈଁ ଏବେ ବିଜେପି ଦଳ କାହାକୁ କରିବ ଟାର୍ଗେଟ  ?

4. ଅନ୍ୟ ନିରୀହ ପରୀମାନଙ୍କୁ କାହିଁକି ଦିଆଯାଉନି ବିଶେଷତ୍ୱ ..?

5. କାହିଁକି ନୟାଗଡ଼ ପରୀ ମାମଲା ରେ ଅଟକି ଯାଇଛି ସମସ୍ତ ଙ୍କ ନଜର..?

ଓଡ଼ିଶା ତାଜା ନ୍ୟୁଜ (୧୬ ଡିସେମ୍ବର ବୁଧବାର )ଭୁବନେଶ୍ୱର :- ଦିନକୁ ଦିନ ଓଡିଶା ରେ ବିରୋଧୀ ଙ୍କ ତାତି ବଢିବା ରେ ଲାଗିଥିବା ବେଳେ ପରୀ ହତ୍ୟାକାଣ୍ଡ ରେ ଲୁଚି ଯାଉଛି ଅନ୍ୟ ନିଖୋଜ ଶିଶୁ ଙ୍କ ପରିବାର  ପ୍ରତି ଥିବା ସମବେଦନା । ଓଡିଶା ରେ ୫୩୦୩ ଶିଶୁ ଙ୍କ ନିଖୋଜ କୁ ନାହିଁ ଖାତିର !  ପରୀ ଘଟଣା ର ହିଁ ଅଧିକ ଲୋକ ଲୋଚନତା ଦେଖା ଯାଉଛି  । ଓଡିଶା ର ଅନ୍ୟ ମାସୁମ୍ ପରୀ  ଙ୍କ ପ୍ରତି ବିରୋଧୀ ନଜର ନଦେବା ଭଳି ଲକ୍ଷ୍ୟ  କରାଯାଉଛି  ।  ନ୍ୟାସନାଲ କ୍ରାଇମ ରେକର୍ଡ ରିପୋର୍ଟ  ରୁ ଏହା ସୂଚିତ ହେଉଛି କି ଓଡିଶାରୁ ଗତ ଦୁଇ ବର୍ଷ ମଧ୍ୟରେ ୫୩୦୩ ଜଣ ଶିଶୁ ନିଖୋଜ ହୋଇ ସାରିଲେଣି  କିନ୍ତୁ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ବିରୋଧି ଦଳ ସେତେଟା ଗୁରୁତ୍ଵ ଦେଇନି । ନିଖୋଜ ଶିଶୁଙ୍କ ପରିବାର ପ୍ରତି ନାହିଁ ସମବେଦନା । ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି ନୟାଗଡର କୁନି ଝିଅ ‘ପରି’ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ପାଖରେ ଅଟକି ଯାଇଥିବା ପରି ମନେ ହେଉଛି । ବିଜେପିର ଦାବି ଯେ ଅରୁଣ ଦିଅନ୍ତୁ ଇସ୍ତଫା ! ହେଲେ ଅନ୍ୟ ନିଖୋଜ  ମାନଙ୍କ ପାଇଁ କାହାକୁ ଦାୟୀ କରାଯିବ ? କିଏ ଦେବ ଇସ୍ତଫା ..?

ରାଜ୍ୟରେ ଶିଶୁ ନିଖୋଜ ଦିନକୁ ଦିନ ବଢି ଚାଲିଛି । ଓଡିଶାବାସୀଙ୍କ ସୁରକ୍ଷା ଦାୟିତ୍ଵରେ ଥିବା ପୋଲିସ ଏହାକୁ ରୋକିପାରୁନି । ସବୁଠାରୁ ଗମ୍ଭୀର ବିଷୟ ହେଲା କୋତୋଟି ଘଟଣାକୁ ଛାଡିଦେଲେ ନିଖୋଜ ଶିଶୁ ମାନଙ୍କର ପତ୍ତା ମିଳୁନାହିଁ । ତେବେ କ’ଣ ସେମାନେ ଅନ୍ତର୍ଦ୍ଧାନ ହୋଇଯାଉଛନ୍ତି …? ପୋଲିସ ଓ ଗୁଇନ୍ଦା ସଂସ୍ଥା କରୁଛି କ’ଣ …? ବର୍ତ୍ତମାନ ପରିପ୍ରେକ୍ଷୀରେ ଏଭଳି ପ୍ରଶ୍ନ ଉଠିବା ସ୍ଵାଭାବିକ । କାରଣ ଶିଶୁ ନିଖୋଜ ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଯାହାର ପିଲାଟିଏ ହଜିଯାଉଛି ସେ ପରିବାରର ମାନସିକ ସ୍ଥିତି କିପରି ଥିବା ତାହା ଅନ୍ୟମାନେ ବୁଝିପାରିବେ ନାହିଁ। ତେଣୁ ଏହାକୁ ନେଇ ରାଜନୀତି କରାଯିବା ଆଦୌ ଉଚିତ ନୁହେଁ । ଅପହରଣକାରୀ କିପରି ଚିହ୍ନଟ ହୋଇପାରିବ

ସମସ୍ତେ ସେଥିପାଇଁ ଉଦ୍ୟମ କରବା ସହିତ ମତାମତ ଦେବା ଆବଶ୍ୟକ । କିନ୍ତୁ ଏବେ ଅପହରଣକୁ ନେଇ ରାଜନୀତି ଆରମ୍ଭ ହେବାପରି ମନେହୁଏ । ନଯାଗଡର କୁନି ଝିଅ ‘ପରି’ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଟାର୍ଗେଟ କରିଛି ବିଜେପି । ଅଭିଯୋଗ ଯେ ହତ୍ୟାକାରୀକୁ ସେ ସୁରକ୍ଷା ଦେଇଛନ୍ତି  ।  ଯଦି ହତ୍ୟାକାରୀ ମନ୍ତ୍ରୀଙ୍କ ସୁରକ୍ଷାରେ ରହିଛି ତେବେ ସେ କିଏ … ?  ବିରୋଧୀ ସେଇ ବ୍ୟକ୍ତିର ଗିରଫ ଦାବି କରୁନି କାହିଁକି … ?

କେବଳ ନୟାଗଡ ଜିଲ୍ଲାର ‘ପରି’ ନୁହେଁ, ନିକଟରେ ରଣପୁର ର ରାଜସୁନାଖଳା , ବାଲେଶ୍ୱର ର ବାଲିଆପାଳ ଓ ଯାଜପୁରରେ ଶିଶୁ ଅପହରଣ ହୋଇଥିଲା । ରଣପୁର ଓ ବାଲିଆପାଳରୁ ଅପହରଣ ହୋଇଥିବା ଶିଶୁ ଦୁଇଜଣକୁ ହତ୍ୟା କରାଯାଇଛି । ହେଲେ ସେ ନେଇ କୌଣସି ହଇଚଇ ନାହିଁ । ବିରୋଧୀ ଏ ନେଇ ଚୁପ୍ ଅଛନ୍ତି । ବାଲିଆପାଳର ହତ୍ୟାକାରୀ ଧରାପଡିଥିବା ବେଳେ ରଣପୁର ଘଟଣାର ତଦନ୍ତ ଜୋରସୋର ରେ ଚାଲିଛି । ହେଲେ ‘ପରି’ ଘଟଣାରେ ନେତା ମାନେ ଯେପରି ତତ୍ପରତା ପ୍ରକାଶ କରିଥିଲେ ଏହି ଶିଶୁ ମାନଙ୍କ କ୍ଷେତ୍ରରେ ସେପରି ଦେଖାଯାଇନାହିଁ । ସେହିପରି ଗତ ଦୁଇବର୍ଷ ମଧ୍ୟରେ ନିଖୋଜ ହୋଇଥିବା ପିଲାଙ୍କ ପରିବାର ପାଖରେ କେହି ନେତା ପହଞ୍ଚି ନାହାନ୍ତି । ଏପରିକି କେଉଁ ଅଞ୍ଚଳରୁ କିଏ ନିଖୋଜ ହୋଇଛି ତାହାର ହିସାବ ନେତାଙ୍କ ନିକଟରେ ନାହିଁ । ତେବେ ଏହି ନିଖୋଜ ଶିଶୁମାନେ କ’ଣ ଓଡିଶାର ନୁହଁନ୍ତି …?

ଏଠାରେ ପୋଲିସର ପାରିଲା ପାଣିଆକୁ ନେଇ ମଧ୍ୟ କଥା ଉଠୁଛି। ରାଜ୍ୟସାରା ଲୁଟେରା ମାତିଲେଣି । କଳା ପଲସର ଲୁଟେରା ଆତଙ୍କ ସୃଷ୍ଟି କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ଦ୍ଵିପ୍ରହରରେ ଲୁଟ ହେଉଛି । ଅନୁରୂପ ବଢି ଚାଲିଛି ଏଟିଏମ ଲୁଟ। ଏଭଳି ଘଟଣା ଘଟୁଥିବା ବେଳେ ସେମାନକୁ ଧରିବାକୁ ପୋଲିସ ଅସମର୍ଥ ହେଉଛି। ତେବେ ଏଇ ଲୁଟେରା ମାନେ କ’ଣ ଚନ୍ଦ୍ର ପୃଷ୍ଟରୁ ଆସୁଛନ୍ତି…? ନା ପୋଲିସ ଲୁଟିବାକୁ ସୁଯୋଗ ଦେଉଛି …? ଏହିଭଳି ପରିସ୍ଥିତିରେ ହତ୍ୟା ଓ ପିଲାଚୋରି ରୋକିବା କଥା କହିବା ହାସ୍ୟାସ୍ପଦ ମନେହୁଏ । କିନ୍ତୁ ଫାଇନ ଆଦାୟ ସମୟରେ ପୋଲିସ ଯେପରି କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରୁଛି ଅପରାଧ ନିୟନ୍ତ୍ରଣରେ ସେପରି ଦେଖାଯାଊନି । ବିରୋଧିଦଳ କ’ଣ ଏ କଥା ଦେଖିପାରୁନି …?

ସେହିପରି ଶିଶୁ ଅପହରଣକୁ ନେଇ ସାଧାରଣରେ ଆଲୋଚନା ହେଉଛି ରାଜ୍ୟର ଜଣେ ଗୃହ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି । ତାଙ୍କୁ ଏ ପର୍ଯ୍ୟନ୍ତ ଦାୟୀ କରାଯାଉ ନାହିଁ । ଯେଉଁ ଅଞ୍ଚଳରେ ଶିଶୁ ନିଖୋଜ ଘଟଣା ଘଟୁଛି ସେ ଅଞ୍ଚଳର ନେତାମାନେ ପୋଲିସ ବିରୋଧରେ ସ୍ଵର ଉଠାଉ ନାହାନ୍ତି । ବିଜେପି ଯେଉଁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି ସେ ଯଦି ଇସ୍ତଫା ଦିଅନ୍ତି ତା’ହେଲେ କ’ଣ ରାଜ୍ୟର ନିଖୋଜ ହୋଇଥିବା ପିଲାମାନେ ଫେରିଆସିବେ …? ଏହି ପିଲାମାନଙ୍କୁ ଠାବ କରିବାକୁ କ’ଣ କରାଯିବା ଆବଶ୍ୟକ ସେ ସମ୍ପର୍କରେ ବିରୋଧି ଦଳ ମତ ରଖିବା କ’ଣ ଉଚିତ ନୁହେଁ । କିନ୍ତୁ ତାହା ହେଉନାହିଁ । ବିରୋଧି ଦଳ କେବଳ ଗୋଟିଏ ଦାବି ଉପରେ ଅଟକି ଯାଇ ଅନ୍ୟ ନିଖୋଜ ପିଲାଙ୍କ କଥା ପଛକୁ ପକାଇ ଦେବା ଭଳି କାର୍ଯ୍ୟ ଉଚିତ୍ ନୁହେଁ ବୋଲି ଲୋକେ ମତ ଦେଉଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳିତ

June 11, 2026
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

How communities in Odisha and Andhra Pradesh are showing the way on Landscape Restoration

June 11, 2026
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

June 11, 2026
ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ

ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ

June 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳିତ

June 11, 2026
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

How communities in Odisha and Andhra Pradesh are showing the way on Landscape Restoration

June 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version