No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଡିସେମ୍ବର ମଙ୍ଗଳବାର ) ପାରଳାଖେମୁଣ୍ଡି :- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଆଭିଯୋଗରେ ଜଣେ କୋଟିପତି ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ ଚାଲିଥିବା ସୁଚନା ମିଳିଛି । ଆଜି ସକାଳୁ ସକାଳୁ ଏହି ଶିକ୍ଷକଙ୍କ ବାସଭବନ ସମେତ ୧୧ଗୋଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ପ୍ରାଥମିକ ସୁତ୍ରରୁ ଜଣାପଡିଛି ଯେ, କେତେକ ବିଦେଶୀ ମୁଦ୍ରା ସହ କୋଟି କୋଟି ଟଙ୍କାର ସମ୍ପତ୍ତିର ବିଭିନ୍ନ ଦସ୍ତାବିଜ ଭିଜିଲାନ୍ସ ହାତରେ ଲାଗିଛି ।
ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଲାବଣ୍ୟଗଡ ପଞ୍ଚାୟତର ଏସ. ରାଉତପୁର ଗ୍ରାମ ସ୍କୁଲର ସହକାରୀ ଶିକ୍ଷକ ଦୁଷ୍ମନ୍ତ ନାୟକ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ବ୍ରହ୍ମପୁର ଭିଜିଲାନ୍ସ ଠାରେ ହୋଇଥିଲା । ଏଥି ଅନୁଯାୟୀ ଭିଜିଲାନ୍ସ ଟିମ୍ ଦ୍ୱାରା ଶିକ୍ଷକଙ୍କର ପାରଳାଖେମୁଣ୍ଡି ଏରଦଳା ସାହି ବାସଭବନ ସମେତ ୧୧ଗୋଟି ସ୍ଥାନରେ ଆଜି ସକାଳୁ ସକାଳୁ ଏକକାଳୀନ ଭିଜିଲାନ୍ସ ଚଢାଉ ଜାରି ରହିଛି । ପାରଳାଖେମୁଣ୍ଡି ମୁର୍ଦଙ୍ଗା ସାହି ଓ କାଚରା ସାହିରେ ଥିବା ୮ଟି ଘର ସମେତ ନିଜସ୍ୱ ଗ୍ରାମ

ଜଙ୍ଗଲପାଡୁରେ ଥିବା ବାସଗୃହ , ଶିକ୍ଷକତା କରୁଥିବା ଏସ.ରାଉତପୁର ବିଦ୍ୟାଳୟ ଆଦିରେ ଏହି ଏକକାଳୀନ ଚଢାଉ ଜାରି ରହିଛି । ଖବର ଲେଖିବା ସୁଦ୍ଧା ମିଳିଥିବା ସୁଚନା ଅନୁଯାୟୀ ୧୭ଗୋଟି ଘର , ୬ଗୋଟି ପ୍ଲଟର ଦସ୍ତାବିଜ , କେତେକ ବିଦେଶୀ ମୁଦ୍ରା , ସୁନା ଅଳଙ୍କାର , କିଛି ନଗଦ ଟଙ୍କା ଆଦି ଭିଜିଲାନ୍ସ ହାତରେ ଲାଗିଥିବା ଜଣାଯାଇଛି । ଭିଜିିଲାନ୍ସର ଏହି ଚଢାଉରେ ପ୍ରାଥମିକ ଭାବେ ଏହି ଶିକ୍ଷକ ଜଣକ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ସ୍ପଷ୍ଟ ହୋଇଛି । (ରିପୋର୍ଟ-ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result