No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୫ ଡିସେମ୍ବର ମଙ୍ଗଳବାର ) ରାଜସୁନାଖଳା :- ରାଜସୁନାଖଳା ବଧିପାଟଣା ଗ୍ରାମର ତିନିବର୍ଷ ର ନିଖୋଜ ଶିଶୁ ର ମୃତ ଦେହ ମିଳିଲା ତଅଂଳା ସାହି ଗାଡିଆରୁ । ସୂଚନାନୁସାରେ ଗାଡିଆର କୂଳରେ ଭାସୁଥିବାର ଦେଖି ଉଦ୍ଧାର କରଯାଇଛି । ପୋଲିସ ପ୍ରସାଶନ ସେହି ସ୍ଥାନରେ ଉପସ୍ଥିତ ରହି ଶବ ଠାବ କରିଛନ୍ତି । ଗତ ରାତି ରେ କୌଣସି ଏକ ମିଛ ପ୍ରଚାର କରି ବଧିପାଟଣା ଗ୍ରାମବାସୀ ଙ୍କୁ ଶିଶୁ କନ୍ୟା କୁ ଚୋରି କରି ନେଇ ରଖିଥିବାର ସୂଚନା ଦେଇ ପାହାଡ଼ ଉପରକୁ ପଠାଯାଇଥିଲା । ସେହି ସମୟର ଫାଇଦା ଉଠାଇ ଗତ ରାତି ରେ ଶିଶୁ କନ୍ୟା କୁ ମାରି ଉକ୍ତ ଗାଡିଆ ରେ ଫୋପାଡ଼ି ଦେଇଥିଲେ ଅଭିଯୁକ୍ତ ।
ଏହାକୁ ନେଇ ଗ୍ରାମରେ ଏକ ଚହଳ ସୃଷ୍ଟି ହୋଇ ଯାଇଛି । ଏହା ପରେ ବି ଏକ ବିସ୍ମିତକର ପରିସ୍ଥିତି ସୃଷ୍ଟି ହୋଇଛି ଶିଶୁ କନ୍ୟା ଟି ( ଶ୍ୱାତି ) ନିଖୋଜ ହେବାର ୫ ଦିନ ପୁରିଲା ହେଲେ ଶବ ଟି ର କୌଣସି କ୍ଷତି ହୋଇନାହିଁ କି ମାଛ , କୀଟ ଙ୍କ ଶିକାର ହୋଇନାହିଁ । ଏହାକୁ ନେଇ ଏକ ପ୍ରକାର ସନ୍ଦେହ ଜନକ ପରିସ୍ଥିତି ସୃଷ୍ଟି ହେଉଛି । ସେହି ଗ୍ରାମ ରେ ହିଁ ଉକ୍ତ ଶ୍ୱାତି କୁ ରଖାଯାଇଥିବା ସନ୍ଦେହ ହେଉଛି । ଶବ ବ୍ୟବଚ୍ଛେଦ ପାଈଁ ରଣପୁର ପୋଲିସ , ସୁନଖଳା ଫାଣ୍ଡି ଅଧିକାରୀ ତଥା ଏସ୍ ଡି ପିଓ ଓଡ୍ରାଫ ଟିମ୍ ସମସ୍ତେ ଉପସ୍ଥିତ ଅଛନ୍ତି ।(ରିପୋର୍ଟ /ରାଜେଶ ପଟ୍ଟନାୟକ)
No Result
View All Result