• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଳା ସଂସ୍କୃତି ସହାୟତା ପ୍ରଦାନ ରେ ଅବହେଳା କଲେ ଆନ୍ଦୋଳନ ହେବ : ଭୋଜରାଜ ବାଗ

Proprietor Abhimanyu Maharana by Proprietor Abhimanyu Maharana
December 13, 2020
in ଓଡ଼ିଶା, ବରଗଡ଼, ହୋମ୍
0
କଳା ସଂସ୍କୃତି ସହାୟତା ପ୍ରଦାନ ରେ ଅବହେଳା କଲେ ଆନ୍ଦୋଳନ ହେବ : ଭୋଜରାଜ ବାଗ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୩ ଡିସେମ୍ବର ରବିବାର) ପଦ୍ମପୁର :- ଓଡିଶାର କଳା ସଂସ୍କୃତି ଓ ପରମ୍ପରା ସାରା ବିଶ୍ବରେ ନିଆରା । ଓଡିଶାର ଲୋକକଳା, ଲୋକନୃତ୍ୟ, ଲୋକଗୀତ, ଲୋକବାଦ୍ୟ, ଢଗଢମାଳି ସାରା ମଣିଷ ସମାଜକୁ ମନୋରଞ୍ଜନ ରୂପେ ଦେବା ପୂର୍ବକ ତତ୍ ସଙ୍ଗେ କଳା ସଂସ୍କୃତି କ୍ଷେତ୍ରରେ ଓଡିଶା ମାଟିର ପରିଚୟକୁ ଦ୍ବିଗୁଣିତ କରିଛି। ଏଥିମଧ୍ୟରେ ପଶ୍ଚିମ ଓଡିଶାର ଲୋକକଳା, ଲୋକବାଦ୍ୟ, ଲୋକଗୀତ, ଲୋକନୃତ୍ୟ ଏକ ସ୍ବତନ୍ତ୍ର ଯଥା – ଗଣ୍ଡାବଜା, ଘୁଡୁକା, ଢାପ୍, କରମଶାନୀ, ସଂଚାର, ପାଲା, ଦଣ୍ଡନୃତ୍ୟ, ଡାଲଖାଈ, ରସରକେଲି, ମାଏଲାଜଡ, ଚୁଟ୍’କୁଚୁଟା, ହଳିଆ ଗିତ, ହୁମୋବଉଲି, ସଜନୀଗିତ, ଦୋଲିଗିତ, ଗଉରବାଡି ଏସବୁକୁ ଉଜ୍ଜୀବିତ କରି ଗୋଟିଏ କଳାକାର ହିଁ ବଞ୍ଚାଇ ରଖିଥାଏ। ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି ।

ହେଲେ, କଳା ସଂସ୍କୃତିକୁ ନିଶା ଓ ପେଶା ରୂପେ ଆଦରି ନେଇ ନିଜ ପରିବାର ପୋଷଣ କରୁଥିବା କଳାକାର ମାନଙ୍କ ପାଇଁ ସରକାର ନିର୍ଦ୍ଧିଷ୍ଟ ଭାବରେ କଳାକାରଙ୍କର ଆର୍ଥିକ ସ୍ଥିତି ସୁଧୁରିବା ଭଳି ଯୋଜନା କରୁନାହାନ୍ତି। ବର୍ତ୍ତମାନ ସମସ୍ତ କଳାକାର ତଥା ଗଣ୍ଡାବଜା କଳାକାର ( ବଜନିଆଁ ) ମାନେ କରୋନା କଟକଣାରେ ନିଜେ ବାଟବଣା ହୋଇ ହାତବାନ୍ଧି ବସିଛନ୍ତି। କଳା ସଂସ୍କୃତି ଓ କଳାକାରମାନଙ୍କ କୃତି ଓ କୃତିତ୍ବକୁ ନିଜସ୍ବ ଉଦ୍ୟମରେ ଲୋକ ଲୋଚନକୁ ଆଣୁଥିବା ମଧୁମୟ କଳା ସଙ୍ଗଠନର କର୍ମକର୍ତ୍ତା ନେତୃ ମଣ୍ଡଳୀଙ୍କ ନିଷ୍ପତ୍ତି କ୍ରମେ ଗତକାଳି ଭଣ୍ଡାରପୁରୀ ଗ୍ରାମ ପଞ୍ଚାୟତ ଏବଂ କୁର୍ଳୁପାଲି ଗ୍ରାମ ପଞ୍ଚାୟତର ସମସ୍ତ ଗଣ୍ଡାବଜା କଳାକାର ( ବଜନିଆଁ ) ଙ୍କୁ ନେଇ, ଗଣ୍ଡାବଜା କଳାକାର ( ବଜନିଆଁ ) ମାନଙ୍କ ହକ୍ ଅଧିକାର ପାଇଁ ଉରେଇଦାଦର ଠାରେ ଏକ ଆଲୋଚନା ଚକ୍ର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଜଗଦଲପୁର ଗ୍ରାମ ପଞ୍ଚାୟତ ଏବଂ କୁମେର ଗ୍ରାମ ପଞ୍ଚାୟତର ସମସ୍ତ ଗଣ୍ଡାବଜା କଳାକାର ( ବଜନିଆଁ ) ଙ୍କୁ ନେଇ ଜଗଦଲପୁର ବଜାର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉଭୟ ବୈଠକ ମଧୁମୟ କଳା ସଙ୍ଗଠନର ଅଧ୍ୟକ୍ଷ ମୋତିଲାଲ ବାଗଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇ କଳାକାର ମାନଙ୍କର ଚିହ୍ନଟ ପ୍ରସଙ୍ଗ, କଳାକାର ଭତ୍ତା, କଳାକାରଙ୍କ ସ୍ବାସ୍ଥ୍ୟବୀମା,

କଳାକାରଙ୍କୁ ଘର ପ୍ରଦାନ ଏବଂ କଳାକାରଙ୍କ ପାଇଁ ସ୍ବତନ୍ତ୍ର ପାଣ୍ଠି ବ୍ୟବସ୍ଥା ପ୍ରସଙ୍ଗରେ ସଙ୍ଗଠନର ଅଧ୍ୟକ୍ଷ ଶ୍ରୀ ବାଗ ଆଲୋଚନା ପୂର୍ବକ ଉପସ୍ଥିତ କଳାକାର ମାନଙ୍କର ମତାମତ ବୁଝିଥିଲେ ଉଭୟ ବୈଠକରେ ଲକ୍ଷେଘର ଗଣ୍ଡା ସମାଜ ଝାରବନ୍ଧ ବ୍ଲକର କାର୍ଯ୍ୟକାରୀ ସଭାପତି ଭୋଜରାଜ ବାଗ ମୂଖ୍ୟ ଅତିଥି ରୂପେ ଯୋଗଦେଇ କଳାକାରଙ୍କୁ ଉଚିତ୍ ସମ୍ମାନ ଓ ଉଚିତ୍ ପାଉଣା ବିଷୟରେ ପଙ୍ଖାନୁପଙ୍ଖ ଭାବରେ ଅଭିଭାଷଣ ରଖିଥିବା ବେଳେ କଳାକାରଙ୍କୁ ଆଗାମୀ ଦିନରେ ସରକାରୀ ସ୍ତରରେ ଚିହ୍ନଟ, ସମସ୍ତ ପ୍ରଚାର ପ୍ରସାର କଳାକାର ମାନଙ୍କ ମାଧ୍ୟମରେ କରିବା, କଳାକାର ମାନଙ୍କ ପାଇଁ ଆସୁଥିବା ଯୋଜନା ତଥା ସରକାରୀ ସୁବିଧା ସୁଯୋଗ ଏବଂ ଆର୍ଥିକ ସହାୟତା କଳାକାରଙ୍କୁ ପ୍ରଦାନ କ୍ଷେତ୍ରରେ ପ୍ରଶାସନିକ ଅବହେଳା ଏବଂ ଦଲାଲି ନୀତି ଯୋଗୁଁ ଉଚିତ୍ କଳାକାର ମାନେ ନିଜ ହକ୍ ଅଧିକାର ପାଇବାରେ ବଞ୍ଚିତ ହେଉଛନ୍ତି, ଏହାକୁ ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡିଆ ଭାଷା ଓ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡିଶା ସରକାର, ସଂସ୍କୃତି ସଚିବ, କଳାକାର ମାନଙ୍କ ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେଲେ ଉଚିତ୍ କଳାକାର ସବୁ ସୁବିଧା ସୁଯୋଗ ପାଇବା ସଙ୍ଗେ ସଙ୍ଗେ କଳା ସଂସ୍କୃତି କ୍ଷେତ୍ରରେ ଓଡିଶାର ଗର୍ବ ଓ ଗୌରବ ଦ୍ବିଗୁଣିତ ହେବ ବୋଲି ଅଭିଭାଷଣ ରଖିଛନ୍ତି। ସମ୍ମାନିତ ଅତିଥି ଭାବେ ଅକ୍ଷୟ ବାଗ ଯୋଗ ଦାନ କରି କଳାକାର ମାନଙ୍କର ସମସ୍ୟା ବବିଷୟରେ ଅଭିଭାଷଣ ରଖିଥିଲେ ।

ସେହିପରି ଝାରବନ୍ଧ ବ୍ଲକର ପ୍ରତ୍ୟେକ ପଞ୍ଚାୟତର ସଂଯୋଜକ ଏବଂ କଳାକାରମାନେ ନିଜର ମତାମତ ଦେଇ କହିଥିଲେ ଯେ, କଳାକାରଙ୍କର ଉଚିତ୍ ପାଉଣା ଏବଂ ସରକାରୀ ସ୍ତରରେ ସୁବ୍ୟବସ୍ଥା ନକଲେ ୫୦ ଗୋଟି ଗଣ୍ଡାବଜା ପାର୍ଟିର ବଜନିଆଁ କଳାକାରଙ୍କୁ ନେଇ ଏହି ଝାରବନ୍ଧରୁ ହିଁ ସାଂସ୍କୃତିକ ଆନ୍ଦୋଳନ ଆରମ୍ଭ ହୋଇ ସାରା ଓଡିଶାକୁ ଆନ୍ଦୋଳନର ସ୍ବର ପହଞ୍ଚାଇ ଓଡିଶା ସରକାରଙ୍କ ପାଖରେ ଦାବୀ ରଖିବା ପାଇଁ ସମସ୍ତେ ନିଜର ମତାମତ ରଖିଥିଲେ। ଉଭୟ କାର୍ଯ୍ୟକ୍ରମକୁ ସଙ୍ଗଠନର ଯୁବ ସଂଚାର ବାୟକ ହର୍ଷବର୍ଦ୍ଧନ ଲୁହାର ଏବଂ କଳାକାର ବୃନ୍ଦାବନ ତାଣ୍ଡି ସଂଯୋଜନା କରିଥିବା ବେଲେ ଉଭୟ ବୈଠକରେ ଯୋଗଦାନ କରିଥିବା ଜଗଦଲପୁର ଗ୍ରାମ ପଞ୍ଚାୟତ, କୁମେର ଗ୍ରାମ ପଞ୍ଚାୟତ, କୁର୍ଳୁପାଲି ଗ୍ରାମ ପଞ୍ଚାୟତ, ଭଣ୍ଡାରପୁରୀ ଗ୍ରାମ ପଞ୍ଚାୟତର କଳାକାରମାନଙ୍କର ସର୍ବ ସମ୍ମତି କ୍ରମେ ପ୍ରତ୍ୟେକ ପଞ୍ଚାୟତରେ ଦୁଇଜଣ କଳାକାରଙ୍କୁ ମଧୁମୟ କଳା ସଙ୍ଗଠନ ତରଫରୁ ପଞ୍ଚାୟତ ସଂଯୋଜକ ଭାବେ ଦାୟୀତ୍ବ ପ୍ରଦାନ କରାଯାଇଛି। ସାନକୁଞାରୀ ର ଗଣ୍ଡାବଜା କଳାକାରଙ୍କ ଙ୍କ ଦ୍ବାରା କଳା ପ୍ରଦର୍ଶନ କରାଯାଇଥିଲା। ଶେଷରେ ସଂଗଠନ ର ସମ୍ପାଦକ ଜଗନ୍ନାଥ କୁମ୍ଭାର ଧନ୍ୟବାଦ ଜ୍ଞାପନ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା, ୧୧0ଦୋଳର ଭବ୍ୟ ମେଳଣ : ଯୋଗ ଦେଲେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା, ୧୧0ଦୋଳର ଭବ୍ୟ ମେଳଣ : ଯୋଗ ଦେଲେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା, ୧୧0ଦୋଳର ଭବ୍ୟ ମେଳଣ : ଯୋଗ ଦେଲେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା, ୧୧0ଦୋଳର ଭବ୍ୟ ମେଳଣ : ଯୋଗ ଦେଲେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version