No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ଡିସେମ୍ବର,ରବିବାର )ପଦ୍ମପୁର :- ଅସହାୟ ଗରିବ ପରିବାର ମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସରକାର ମାଳମାଳ ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର ଅଧିକାଂଶ ସ୍ଥାନରେ ଲୋକାଭିମୁଖି ଯୋଜନା ପ୍ରକୃତ ହିତାଧିକାରୀ ପାଖରେ ବାଟବଣା ହୋଇ ପହଞ୍ଚି ପାରୁନାହିଁ । ଏ ପରି ଏକ ଅଭାବନୀୟ ଦୃଶ୍ଯ ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ଲେରଗାଁ ର ଜୟନ୍ତୀ ତାଣ୍ତି ଜଣେ ଅସହାୟ ପରିତ୍ୟକ୍ତ କରି ଦେଇଅଛି । ବାପା ଘରେ ରହି ଦୟନୀୟ ଅବସ୍ଥାରେ ଖଟିଖାଇ ଦିନ କାଟୁଛନ୍ତି । ତାଙ୍କର ୮ବର୍ଷର ଗୋଟିଏ ଶିଶୁ କନ୍ଯା ଅଛି ।
ସେହି ଶିଶୁ କନ୍ୟାଟି କମ ବୟସରୁ ଜଣେ ସିକଲିନ ରୋଗୀ । ତାଙ୍କର ଚିକିତ୍ସା କରିବା ପାଇଁ ପଇସା ପତ୍ର ଅଭାବରୁ ଚିକିତ୍ସା ହୋଇ ପାରୁନାହିଁ । ଅର୍ଥନୈତିକ ଜନ ଗଣନା ଅନୁସାରେ ଏସିସି ତାଲିକାରେ ତାଙ୍କର ନାମ ଅଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ତିଏ ପାଇବା କଥା । ମାତ୍ର ଏ ପର୍ଯ୍ୟନ୍ତ ତାକୁ ଘର ଖଣ୍ଡିଏ ମିଳୁନାହିଁ । ଶୀତ କାକରରେ ଚାଳ ଓ ପାଳ ଘରେ ରହି ଦିନ କାଟୁଛନ୍ତି । ତେଣୁ ଏହି ଅସହାୟ ମହିଳା ପ୍ରତି ଦୃଷ୍ଟି ଦେଇ ସଦୟ ହୋଇ ତାକୁ ପଞ୍ଚାୟତ ପ୍ରଶାସନ ତଥା ବ୍ଲକ ପ୍ରଶାସନ ଘର ଖଣ୍ଡିଏ ଓ ପରିତ୍ଯକ୍ତ ଭତ୍ତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହେଉଛି । (ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result